ଧାନ

ଆବର୍ତ୍ତ ଲାଙ୍ଗୁଡା ପୋକ

Hydrellia philippina

ପୋକ

ସଂକ୍ଷେପରେ

  • ପତ୍ର ଗୁଡିକ ଉପରେ ହଳଦିଆ ଦାଗ, ଧଳା କିମ୍ବା ସ୍ଵଛ ଦାଗ କିମ୍ବା ଗାର ଓ ଛୁଞ୍ଚି କଣା ଦେଖାଯାଇଥାଏ । ପତ୍ର ଗୁଡିକର ବିକୃତ ହେବା ଓ ରୁଗୁଡିଆ ଗଛ ବୃଦ୍ଧି ହେବା । ବେଳେବେଳେ ଦାନାଗୁଡିକ ଆଂଶିକ ଭାବେ ଭର୍ତ୍ତି ହେବା । ସ୍ୱଚ୍ଛରୁ ଫିକା କ୍ଷୀର ରଙ୍ଗର ଲାର୍ଭା ବା ଶୂକ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଏଚ. ଫିଲିପାଇନାର ଲାର୍ଭା ଗୁଡିକ ଗୁଡେଇ ହୋଇନଥିବା ପତ୍ର ଗୁଡିକର ଆଭ୍ୟନ୍ତରୀଣ ଧାରରୁ ପୋଷଣ କରିଥାଏ. ପତ୍ର ଗୁଡିକ ଅଙ୍ଗୀୟ ବୃଦ୍ଧି ସମୟରେ , ଏମାନେ ଆଭ୍ୟନ୍ତରୀଣ ଧାର ଉପରେ ହଳଦିଆ ଦାଗ କିମ୍ବା ମାଡ଼ ଦାଗ, ଧଳା କିମ୍ବା ସ୍ୱଚ୍ଛ ଦାଗ ଓ ଛୁଞ୍ଚି ଭଳି କଣା ପରି ପୋଷଣଜନିତସଂରଚନା ଦେଖେଇ ଥାଆନ୍ତି । କ୍ଷତ ପତ୍ର ଗୁଡିକ ବିକୃତ ହୋଇ ଯାଆନ୍ତି ଓ ପବନ ଦ୍ୱାରା ଭାଙ୍ଗି ଝଡି ମଧ୍ୟ ଯାଇପାରେ । ଲାର୍ଭା ମାନେ ଝଣ୍ଡା ବା ଅଗ ପତ୍ରରେ ମଧ୍ୟ କ୍ଷତି କରି ପାରନ୍ତି, ଯାହା ଦ୍ୱାରା ପତ୍ର ଧାର ଉପରେ ଛୋଟ ଛୋଟ କଣା ଓ ବିବର୍ଣ୍ଣ ଧାର ଦେଖାଯାଏ । ଏମାନେ ଯଦି ବଢୁଥିବା କେଣ୍ଡା ଯାଏଁ ପହଂଚି ଯାଆନ୍ତି ତାହେଲେ ଶସ୍ୟ ଗୁଡିକ ଆଂଶିକ ଭାବେ ଭର୍ତ୍ତି ହେବା ଲକ୍ଷ କରା ଯାଇଥାଏ । ସାଧାରଣତଃ, ଧାନ ଫସଲ ଗୁଡିକ ପତ୍ରାବର୍ତ୍ତ ଲାଙ୍ଗୁଡା ପୋକର କ୍ଷତି ଗୁଡିକର ଭରଣ କରି ଦେଇଥାଏ ଓ ଲକ୍ଷଣଗୁଡିକ ଫସଲର ସର୍ବାଧିକ ପିଲ ଅବସ୍ଥାରେ ଗାୟବ ହୋଇଯାଏ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଓପିୟସ ପ୍ରଜାତିର ଛୋଟ ବିରୁଡି ଗୁଡିକ, ଟେଟ୍ରାଷ୍ଟିଚୂସ ଓ ଟ୍ରାଇକୋଗ୍ରାମମା ଅଣ୍ଡା ଓ ଲାଙ୍ଗୁଡା ପୋକ ଗୁଡିକୁ ନିଷ୍କ୍ରିୟ କରିଦିଏ. ଏହି ଅଣ୍ଡାର ଶିକାର କରୁଥିବା ପରଭକ୍ଷୀମାନଙ୍କ ମଧ୍ୟରେ ଡୋଲୀକୋପୁଷ, ମେଡେଟେରା ଓ ସାଇଣ୍ଟର୍ମୋନ ପ୍ରଜାତିର ମାଛି ଗୁଡିକ ଅନ୍ୟତମ ଅଟନ୍ତି । ଓକଥେରା ବ୍ରେଭାଇଟିବାଇଆଲିସ ପ୍ରଜାତିର ଏପିଦ୍ରିଦ ମାଛି ଗୁଡିକ ଓ ଅକ୍ସୀଓପିଏସ ଜାଭାନସ, ଲାଇକୋଷା ସିଉଡୋଆନ୍ୟୁଲାଟା ଓ ନେଓସ୍କୋନା ଥେଇସି ପ୍ରଜାତିର ବୁଢିଆଣୀ ଗୁଡିକ ବୟସ୍କ ଗୁଡିକୁ ଖାଇଥାଆନ୍ତି.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସାଧାରଣତଃ ଏଚ. ଫିଲିପାଇନାର ଲକ୍ଷଣ ଗୁଡିକ ସର୍ବାଧିକ ପିଲ ବୃଦ୍ଧି ହେବା ଅବସ୍ଥାରେ ଗାୟବ ହୋଇଯାଏ ଓ କୀଟନାଶକ ଦ୍ୱାରା ନିୟନ୍ତ୍ରଣ ପରାମର୍ଶନୀୟ ନୁହେଁ । ମାରାତ୍ମକ ସଂକ୍ରମଣ କ୍ଷେତ୍ରରେ, କୋଇଲା ଟାର କିମ୍ବା ନିମ ତେଲ ସହ କୀଟନାଶକ ଦାନାଦାରକୁ ମୂଳ ଆବେଶର ଗୋଟିଏ ସ୍ଥାନରେ ରଖିବା ଏକ ଫଳପ୍ରସୂ ନିୟନ୍ତ୍ରଣ ଉପାୟ ଅଟେ, ମୁଖ୍ୟତଃ ରବି ଋତୁରେ କିମ୍ବା ଡେରିରେ ବୁଣାଯାଇଥିବା କ୍ଷେତ୍ରରେ ।

ଏହାର କାରଣ କଣ

ରୋଗ ର ଲକ୍ଷଣ ଗୁଡିକ ହାଇଡ୍ରେଳିଆ ଫିଲିପାଇନା ନାମକ ଅର୍ଦ୍ଧ-ଜଳଚର ପତ୍ରାବର୍ତ୍ତ ଲାଙ୍ଗୁଡା ପୋକର ଶୂକ ଗୁଡିକ ଦ୍ୱାରା ସୃଷ୍ଟି ହୋଇଥାଏ । ଏହା ପତ୍ର କୋରା ଖିଆ ପରିବାରର ଏକ ସଦସ୍ୟ ଅଟେ, ଯେଉଁଥିରେ ଏହା ଅଲଗା ଅଟେ ଯେ, ଏମାନେ ବଢିବା ପୂର୍ବରୁ ଗୁଡେଇ ହୋଇନଥିବା ପତ୍ର ଗୁଡିକରେ କୋରି ଖାଇଥାନ୍ତି ଯାହାକି ପତ୍ର ଧାର ଉପରେ ବିଗଳିତ ଦାଗର ଏକ ନିର୍ଦ୍ଧିଷ୍ଟ ସଂରଚନା ସୃଷ୍ଟି କରିଥାଏ । ଏହା ଜଳସେଚିତ ଜମି ଗୁଡିକରେ, ପାଣି ଜମି ରହିଥିବା ପୋଖରୀ, ଝରଣା ଓ ହ୍ରଦ ଗୁଡିକରେ କିମ୍ବା ପାଣି ବୋହିଯାଉଥିବା ସବୁଜିମା ଉପରେ ଏହା ସେଠାରେ ସାଧାରଣ ଅଟେ । ବର୍ଷ ସାରା ଧାନ ଉତ୍ପାଦନ ଓ କଅଁଳ ଚାରା ରୋପଣ କରିବା ଏହାର ବିକାଶ ପାଇଁ ଅନୁକୂଳ ହୋଇଯାଏ । କିନ୍ତୁ, ଏମାନେ ସିଧା ସଳଖ ବୁଣାଯାଇଥିବା ଜମି, ତଳି ଘେରା କିମ୍ବା ନିଷ୍କାସିତ ଜମି ଗୁଡିକରେ ବଞ୍ଚି ପାରନ୍ତି ନାହିଁ । ସମ୍ପୂର୍ଣ୍ଣ ଭାବେ ବିକଶିତ ଲାଙ୍ଗୁଡା ପୋକଗୁଡିକ ପୋଷକ କାଣ୍ଡ ବାହାରେ କୋଷା କରିଥାଆନ୍ତି । ଏହାର ପ୍ରାଥମିକ ପୋଷକ ଧାନ ଫସଲ ହୋଇଥିଲେ ମଧ୍ୟ ଏହା ଅନ୍ୟ ପ୍ରଜାତିର ଘାସ ଗୁଡିକରେ ମଧ୍ୟ ପ୍ରଜଯନ କରିପାରେ ଯେପରିକି ବ୍ରାକାଇଆରିଆ ଏସପି., ସାଇନୋଡନ ଏସପି., ଏକିନୋକ୍ଲୋଆ ଏସପି., ଲେଇରିଆ ଏସପି., ପାନୀକମ ଏସପି. ଓ ଜଙ୍ଗଲୀ ଧାନ.


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଙ୍କ ଅଂଚଳରେ ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମ ଚୟନ କରନ୍ତୁ । ବିହନ ଗୁଡିକୁ ସିଧା ବୁଣି ଦିଅନ୍ତୁ କିମ୍ବା ତଳି ଘେରା ବ୍ୟବହାର କରନ୍ତୁ, ଯେହେତୁ ଏମାନେ ବୟସ୍କ ପୋକ ମାନଙ୍କୁ ଆକର୍ଷିତ କରି ନଥାନ୍ତି । ଯବକ୍ଷାରଜାନ ଉପାଦାନ ଦ୍ୱାରା ଅତ୍ୟଧିକ ଉର୍ବରୀକରଣ କରନ୍ତୁ ନାହିଁ । ଏପରି ଶସ୍ୟ ସ୍ଥାପନ ପ୍ରଣାଳୀ ଅବଲମ୍ବନ କରନ୍ତୁ ଯାହା ଦ୍ୱାରା ଫସଲ ଗୁଡିକ ଶୀଘ୍ର ପାଣି ସ୍ତର ଦ୍ୱାରା ଆଚ୍ଛାଦିତ ହୋଇଯିବେ, ଯେହେତୁ ଏହା ଧାନ ଫସଲ କୁ ଏହି ପୋକ ପ୍ରତି କମ ସମ୍ବେଦନଶୀଳ କରିଦେଇ ଥାଏ । ପାଣି ସ୍ତରକୁ ଆଯ଼ୋଲା ଓ ସାଲ୍ଭିନିଆ ମୋଲେଷ୍ଟ ଦ୍ୱାରା ଆଚ୍ଛାଦିତ କରିବା ଦ୍ୱାରା ମଧ୍ୟ ପ୍ରପୀଡନକୁ ରୋକାଯାଇ ପାରେ । ଜମି ଗୁଡିକୁ ଚାରା ରୋପଣ କରିବାର ପ୍ରଥମ 30 ଦିନ ପରେ ନିୟମିତ ଭାବେ ଜଳ ନିଷ୍କାସନ କରନ୍ତୁ । ବ୍ୟାପକ କୀଟନାଶକର ଆବଶ୍ୟକତାରୁ ଅଧିକ ପ୍ରୟୋଗ କରନ୍ତୁ ନାହିଁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ