ଧାନ

ଧାନ କୁଦା ବା ଡିଆଁ ପୋକ (ରାଇସ ସ୍କିପ୍ପର)

Pelopidas mathias

ପୋକ

ସଂକ୍ଷେପରେ

  • ପତ୍ର ଧାର ଓ ଅଗରେ ଖାଇବା ଯୋଗୁଁ କ୍ଷତି ହୋଇଯାଇ ଥାଏ । ପତ୍ର କୋଷ ଗୁଡିକ ଓ ଶିର ଗୁଡିକ ବାହାରିଯାଏ । ପତ୍ର ଗୁଡିକ ପଛ ଆଡକୁ କିମ୍ବା ଜାଲ ଦ୍ୱାରା ମୋଡି ହୋଇଯାଆନ୍ତି । ପ୍ୟୁପା ଗୁଡିକ ଫିକା ବାଦାମୀରୁ ସବୁଜ ରଙ୍ଗର ହୋଇଯାଏ ଓ ଏମାନଙ୍କ ମୁନିଆ ପ୍ରାନ୍ତ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ରୋପଣ କରା ଯାଇଥିବା କଅଁଳ ଧାନ ଚାରାଗୁଡିକ ପ୍ରଥମେ ଆକ୍ରମିତ ହୋଇଥାଆନ୍ତି । ବଡ଼ ଲାର୍ଭା ଗୁଡିକ ହିଁ ଅଧିକ ମାତ୍ରା ରେ ପତ୍ର ଝଡା ସୃଷ୍ଟି କରିଥାଏ । ଏମାନେ ପତ୍ର ଧାର ଓ ଅଗ ଗୁଡ଼ିକରୁ ନିଜ ପୋଷଣ କରି ଥାଆନ୍ତି, ଯାହା ଦ୍ୱାରା ଅଧିକ ସଂଖ୍ୟାରେ ପତ୍ର କୋଷ ବାହାର କରିଦିଏ, ପରେ ପରେ ଏହା ମଧ୍ୟ ଶିରା ଆଡକୁ ମାଡିଚାଲେ । ଲାର୍ଭା ବା ଶୂକଗୁଡିକ ପତ୍ର ଅଗରୁ ଆରମ୍ଭ କରି ପତ୍ର ଫଳକ ଯାଏଁ ପତ୍ରକୁ ମୋଡି ଦିଅନ୍ତି କିମ୍ବା ଗୋଟିଏ ପତ୍ର ର ଉଭୟ ଧାର କିମ୍ବା ପାଖାପାଖି ଦୁଇଟି ପତ୍ରର ଧାରକୁ ମୋଡି ଦେଇ ଏମାନଙ୍କୁ ଏହା ରେଶମ ସୁତା ଦ୍ୱାରା ବାନ୍ଧି ଦେଇଥାଆନ୍ତି । ଏହି ସୁରକ୍ଷାତ୍ମକ କୋଠରୀ ଟି ସେମାନଙ୍କୁ ଦିନ ବେଳେ ଆରାମ କରିବା ପାଇଁ ଜାଗା ଦେଇଥାଏ ଓ ଭକ୍ଷକ ମାନଙ୍କଠାରୁ ବଂଚେଇ ଥାଆନ୍ତି । ଏମାନେ ବହୁତ ଆକ୍ରମଣତ୍ମକ ହୋଇ ଥାଆନ୍ତି ଓ କିଛି ବଡ଼ ଲାର୍ଭା ଗୁଡିକ ଯଥେଷ୍ଟ ପରିମାଣର ପତ୍ରଝଡ଼ା ସୃଷ୍ଟି କରି ଥାଆନ୍ତି ( ପତ୍ର କୋଷ ଓ ଶିର ଗୁଡିକ ବାହାରି ଯାଏ ଓ ବେଳେ ବେଳେ କେବଳ ମଧ୍ୟଶିରା ହିଁ ଛାଡି ଯାଇଥାଏ )

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପରଜୀବୀ ଓ ପରଭକ୍ଷୀଗୁଡିକ ଜମିରେ ଧାନ ଡିଆଁ ବା କୁଦା ପୋକର ସଂଖ୍ୟା ଘନତ୍ଵ କୁ ନିୟନ୍ତ୍ରଣ କରିଥାଏ । ଛୋଟ ପରଜୀବୀ ବିରୁଡି ଗୁଡିକ ଧାନ କୁଦା ବା ଡିଆଁ ପୋକ ଗୁଡିକର ଅଣ୍ଡାଗୁଡିକୁ ଶିକାର କରିଥାଏ କିନ୍ତୁ ବଡ଼ ବିରୁଡିଗୁଡିକ ଓ ଟାକିନାଇଡ ମାଛି ଗୁଡିକ ଲାର୍ଭା ଗୁଡିକୁ ସଂକ୍ରମିତ କରି ଦିଅନ୍ତି । ପରଭକ୍ଷୀ ମଧ୍ୟରେ ରେଡ୍ୟୁଭୀଡ ପୋକ,ଇଆରବିଗ ଓ ଗୋଲ-ଜାଲ ବୁଢିଆଣୀ (ଆରାନେଇଡଏ) ଅନ୍ୟତମ ଅଟନ୍ତି, ଯାହାକି ଉଡିବା ସମୟରେ ବୟସ୍କ ଗୁଡ଼ିକରୁ ପୋଷଣ କରନ୍ତି । ବାଡ଼ି ଗୁଡିକ ସାହାଯ୍ୟରେ ଧାନ ପତ୍ର ସମୂହକୁ ବାଡେଇବା ଓ ଲାର୍ଭା ଗୁଡିକୁ ହଲେଇବା (ଯାହା ପରେ ବୁଡ଼ିଯାଏ) ମଧ୍ୟ ସାହାଯ୍ୟକାରୀ ହୋଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେହେତୁ ଧାନରେ ଏହାକୁ ଏକ ଗୌଣ କୀଟ ହୋଇଥାଏ, ପି. ମାଥିଆସ ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ଉପଚାର ଦରକାର ନାହିଁ । ଯଦି ପି. ମାଥିଆସ ର ମାରାତ୍ମକ ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ଯଦି ପ୍ରାକୃତିକ ଶତ୍ରୁ ଓ କୃଷି ଅଭ୍ୟାସ ପ୍ରଣାଳୀ ସମର୍ଥ ନ ହୁଏ ତାହେଲେ ଧାନ ଜମିର ପାଣିକୁ ନିଷ୍କାସନ କାରୀ ଦିଅନ୍ତୁ ଓ କ୍ଲୋରୋପାଇରିଫୋସ ସିଞ୍ଚନ କରନ୍ତୁ.

ଏହାର କାରଣ କଣ

ଧାନ କୁଦା ବା ଡିଆଁ ପୋକ ଗୁଡିକ ସମସ୍ତ ପ୍ରକାରର ଧାନ ପରିବେଶ ରେ ଦେଖିବାକୁ ମିଳିଥାଏ , କିନ୍ତୁ ଏଗୁଡିକ ବର୍ଷାଧାର ଧାନ ଜମିରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥାଏ । ଏଗୁଡିକର ନାରଙ୍ଗୀ ଦାଗ ଗୁଡିକ ସହିତ ଫିକା କମଳା ରଙ୍ଗର ହୋଇଥାଆନ୍ତି ଓ ଏମାନଙ୍କ ପର ଉପରେ ଧଳା ଦାଗର ନିର୍ଦ୍ଦିଷ୍ଟ ସଂରଚନା ଦେଖା ଯାଇଥାଏ । ବୟସ୍କ ଗୁଡିକ ଦିନଚର ଓ ଏମାନଙ୍କ ପାଖରେ ଅନିୟମିତ ଚଳନ କ୍ଷମତା ଥାଏ ଯାହା ସାହାଯ୍ୟରେ ଏମାନେଗଛରୁ ଗଛକୁ ଡେଇଁ ଥାଆନ୍ତି , ତେଣୁ ଏମାନଙ୍କର ଏପରି ନାମ ଦିଆ ଯାଇଅଛି । ମାଈମାନେ ଧଳାରୁ ଇଷତ ହଳଦିଆ ରଙ୍ଗର ଅଣ୍ଡାକୃତ ଅଣ୍ଡା ଗୁଡିକ ଦେଇଥାଆନ୍ତି । ଲାର୍ଭାଗୁଡିକ ନିଶାଚର ହୋଇଥାଆନ୍ତି. ଏମାନେ ସବୁଜ ରଙ୍ଗର ହୋଇଥାଆନ୍ତି, ଏଥି ସହ ଏମାନଙ୍କ ମୁଣ୍ଡର ପ୍ରତ୍ୟେକ ପାର୍ଶ୍ୱରେ ନାଲିଆ ଭୂ ଲମ୍ବ ଗାର ଦେଖାଯାଏ, ଆକାରରେ ପାଖା ପାଖି 50 ମିମି । କୋଷାଗୁଡିକ ଫିକା ବାଦାମୀ କିମ୍ବା ଫିକା ସବୁଜ ରଙ୍ଗ ର ହୋଇଥାଆନ୍ତି ଓ ମୁନିଆ ପ୍ରାନ୍ତ ଥାଏ । ଏମାନଙ୍କର ବିକାଶ ଚରମ ପାଣିପାଗ ଯେପରିକି ମରୁଡି, ଜୋରରେ ବର୍ଷା କିମ୍ବା ବନ୍ୟା ଦ୍ୱାରା ଅନୁକୂଳ ହୋଇଥାଏ । କୀଟନାଶକ ଗୁଡିକର ଦୁରୁପଯୋଗ ସାହାଯ୍ୟକାରୀ କୀଟ ମାନଙ୍କୁ ମାରି ଦିଅନ୍ତି ଓ ଅନିଷ୍ଟକାରୀ ପୋକର ପୁନର୍ଭାଵ ମଧ୍ୟ ସୃଷ୍ଟି କରି ପାରନ୍ତି.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମ ର ବ୍ୟବହାର କରନ୍ତୁ । ଧାନ ଋତୁରେ ସହଳ ବୁଣି ଦିଅନ୍ତୁ ଯାହା ଦ୍ୱାରା କି ପେଲୋପାଇଡାସ ମାଥୀଆସ ଦେଖାଦେବା ସମୟରେ ଗଛଗୁଡିକ ଜୀବନ ଶକ୍ତ ଓ ବଳିଷ୍ଠ ହୋଇଯିବ । ଘଞ୍ଚ ଭାବରେ ବିହନ ବୁଣନ୍ତୁ ଯାହା ପୋକକୁ ପତ୍ରସମୂହ ଭିତରେ ପଶିବାକୁ ବାଧା ଦେଇଥାଏ । କୀଟ ମାନଙ୍କ ଲକ୍ଷଣ ଜାଣିବା ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ । ଲାର୍ଭା ବା ଶୂକଗୁଡିକୁ ହାତରେ ବାହାର କରି ଦିଅନ୍ତୁ ଓ ପାଣିରେ ବୁଡେଇ ଦିଅନ୍ତୁ । ବ୍ୟାପକ କୀଟନାଶକର ଅତ୍ୟଧିକ ବ୍ୟବହାର ନକରି ସାହାଯ୍ୟକାରୀ ପରଜୀବି ଓ ଭକ୍ଷଣକାରୀ ପ୍ରଜାତି ମାନଙ୍କୁ ପ୍ରୋତ୍ସାହିତ କରିବା ସୁନିଶ୍ଚିତ କରନ୍ତୁ । ଧାନ ଗଛକୁ ଖାଇବା ଜନିତ କ୍ଷତି ପ୍ରତି ପ୍ରାକୃତିକ ପ୍ରତିରୋଧ ଶକ୍ତି ଦେବା ପାଇଁ ଉପଯୁକ୍ତ ଉର୍ବରୀକରଣ ବଜାୟ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ