Gonatophragmium sp.
ଫିମ୍ପି
ଏହି ରୋଗ ଟି ସାଧାରଣତଃ ସେ ସମୟ ରେ ହୁଏ ଯେତେ ବେଳେ କି ଫସଲ ଗୁଡିକ କେଣ୍ଡା ବାହାରିବା ଅବସ୍ଥାରୁ ବଂଶ ବୃଦ୍ଧି ଅବସ୍ଥାରେ ଥାଆନ୍ତି । ପ୍ରଥମେ, ପତ୍ର ଫଳକର ମୂଳରେ ଛୁଞ୍ଚି ଆକାରର, ହଳଦିଆ-ସବୁଜ ରୁ ନାରଙ୍ଗି ରଙ୍ଗ ର ଦାଗ ଦେଖା ଯାଇ ଥାଏ। ରୋଗ ବଢିବା ଆରମ୍ଭ ହେଲେ , ପତ୍ର ଛଦରୁ କ୍ଷତ ଚିହ୍ନଗୁଡିକ ପତ୍ର ଅଗ ପର୍ଯ୍ୟନ୍ତ ଲମ୍ବି ଲାଲ ଗାର ବା ପଟ୍ଟୀ ହୋଇଥାଏ । ଦାଗ ଗୁଡିକ ବିଗଳିତ ହୋଇ ଯାଆନ୍ତି ଓ ପରସ୍ପର ସହ ମିଶି ଯାଆନ୍ତି, ଯାହା ଦ୍ବାରା କି ପତ୍ର ପୋଡା ରୋଗ ଭଳି ଲକ୍ଷଣ ଦେଖା ଯାଇ ଥାଏ। ଲକ୍ଷଣ ଗୁଡିକୁ କମଳା ପୋଡା ରୋଗର ଲକ୍ଷଣ ସହ ବିଭ୍ରାନ୍ତ ସୃଷ୍ଟି କରି ପାରେ ଓ ମାରାତ୍ମକ ସ୍ତରରେ ହେଉ ଥିବା ବୀଜାଣୁ ପୋଡା ରୋଗ ସହ ସମାନ ହେଲା ଭଳି ଦେଖା ଯାଇ ଥାଏ । ଯାହାହେଲେବି, ନାଲିଆ ପଟ୍ଟୀ ବା ଗାର ରୋଗରେ , ସାଧାରଣତଃ ପ୍ରତି ପତ୍ର ରେଏକ ରୁ ଦୁଇ ଗାର ଦେଖା ଯିବା ଜଣା ପଡିଥାଏ ଓ କମଳା ରଙ୍ଗ ର ଦାଗ ଦେଖା ଯାଇ ଥାଏ ଯାହା ପତ୍ରର ଅଗ ଯାଏଁ ବ୍ୟାପି ଥାଏ।
ଏହି ମୁହୂର୍ତ ରେ କୌଣସି ଜୈବିକ ଉପଚାର ପ୍ରଣାଳୀ ଉପଲବ୍ଧ ନାହିଁ। ଆପଣ କିଛି ଜାଣି ଥିଲେ ଆମକୁ ଦୟାକରି ଜଣାନ୍ତୁ।
ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଥାଇଫାନେଟ୍ ମୀଥାଇଲ ଥିବା ସିଂଚନ ଏହି ରୋଗକୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କରିପାରେ।
ଲକ୍ଷଣ ଗୁଡିକ ଜେନସ୍ ଗୋନାଟୋଫ୍ରାଗମିଅମ ନାମକ ଏକ କବକ ଦ୍ବାରା ସୃଷ୍ଟି ହେବା ଅନୁମାନ କରା ଯାଇ ଥାଏ। ଯଦିଓ ଏହା ଫସଲ ର ପ୍ରାରମ୍ଭିକ ଚାରା ଅବସ୍ଥାରୁ ଗଛରେ ଉପସ୍ଥିତ ଥାଏ। ଲକ୍ଷଣ ଗୁଡିକ ସାଧାରଣତଃ କେଣ୍ଡା ବାହାରିବା ଅବସ୍ଥାରୁ ଆରମ୍ଭ କରି ବଂଶ ବୃଦ୍ଧି ଅବସ୍ଥା ପର୍ଯ୍ୟନ୍ତ ଦେଖାଦିଏ । ପାଣିପାଗ ଜନିତ କାରକ ଯଥା ଉଚ୍ଚ ତାପମାତ୍ରା, ଉଚ୍ଚ ଆପେକ୍ଷିକ ଆର୍ଦ୍ରତା, ଉଚ୍ଚ ପତ୍ର ଆର୍ଦ୍ରତା ଓ ଉଚ୍ଚ ଯବକ୍ଷାରଜାନ ପ୍ରୟୋଗ ରୋଗର ବୃଦ୍ଧି କରେ। ଏହା ବିଶ୍ବାସ କରା ଯାଏ ଯେ ରୋଗକାରୀ ଜୀବାଣୁ ମାନେ ପତ୍ର କୋଷ ଭିତରକୁ ପଶି ଯାଆନ୍ତି ଓ ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି ଯାହାକି ପତ୍ର ର ଅଗ ଯାଏଁ ପତ୍ର ଶିରା ଦ୍ବାରା ପରିବାହିତ ହୋଇ ଯାଇ ଥାଏ, ଯାହା ଦ୍ବାରା ପତ୍ର ଉପରେ ସାଧାରଣ ଗାର ବା ପଟ୍ଟୀ ସୃଷ୍ଟି ହୋଇ ଥାଏ। ନାଲିଆ ଗାର ବା ପଟ୍ଟୀ ଦକ୍ଷିଣପୂର୍ବ ଏସିଆ ଓ ଭାରତରେ ଧାନ ଉତ୍ପାଦନ ପାଇଁ ଏକ ସମ୍ଭବପର ବିପଦ ଅଟନ୍ତି।