PLS
ଅନ୍ୟ
ଫସଲ ପ୍ରକାର , କିସମ , ଋତୁ ଓ ପରିଚାଳନା ପ୍ରକାର ଅନୁସାରେ ଶାରୀରିକ ପତ୍ର ଦାଗର ଲକ୍ଷଣ ଯଥେଷ୍ଟ ବଦଳେ । କେତେକ ଶସ୍ୟ ଫସଲ ହଳଦିଆ ଛୋଟ ଦାଗ ( ଫ୍ଲେକ ) କିମ୍ବା ପିନ ମୁନ ଦାଗ ସୃଷ୍ଟି କରନ୍ତି ଓ ଅନ୍ୟ ଫସଲ ବାଦାମୀ କିମ୍ବା ଲାଲ ବାଦାମୀ ଚିହ୍ନ କରନ୍ତି। କେତେକ କ୍ଷେତ୍ରରେ , ଦାଗ ବଢେ ଏବଂ ପାଣିଭିଜା ଆଙ୍ଗୁଠି ଚିହ୍ନ ପ୍ରକାର ଧବଳୀ ଚିହ୍ନ ହୁଏ । ଏହି ଦାଗ ସହଜରେ ଭ୍ରମାତ୍ମକ ଭାବେ କବକ ଦ୍ଵାରା ଦାଗ ଲକ୍ଷଣ ଯଥା , ତମ୍ବା ରଙ୍ଗର ଦାଗ , ଜାଲ ଧବଳୀ ଦାଗ , ଓ ସେପ୍ଟୋରିଆ ପତ୍ର ଦାଗ ଭାବେ ନିଆଯାଇପାରେ । ଯାହାହେଲେବି , ଯଦି ଏହା ଶାରୀରିକ କାରଣରୁ ହୁଏ , ଏହି ଦାଗ ସବୁ ପତ୍ରରେ ଦେଖାଯାଏ , ଯେଉଁସ୍ଥଳେ କବକ ରୋଗ ତଳ ପତ୍ରରୁ ଆରମ୍ଭ ହୁଏ । ଅନ୍ୟ ଏକ ମୁଖ୍ୟ ବିଭିନ୍ନତା ହେଉଛି ଶରୀର ସମ୍ବନ୍ଧୀୟ ଦାଗର ପତ୍ର ଶିରା ଦ୍ଵାରା ସୀମିତ ତୀକ୍ଷଣ ଧାର ସହିତ , ଥାଏ ( ବନାମ ॰ ପୁରୁଣା ପତ୍ର ଏବଂ କବକ ପ୍ରଭାବିତ ) ।
ବର୍ତ୍ତମାନ ପାଇଁ ଶରୀର ସମ୍ବନ୍ଧୀୟ ପତ୍ର ଦାଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ବିକଳ୍ପ ନାହି । ଆପଣ ଯଦି କିଛି ଜାଣିଛନ୍ତି , ଦୟାକରି ଆମକୁ ସୁଚାନ୍ତୁ ।
ଯଦି ମିଳେ , ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମାଟିର ପିଏଚ ନିରପେକ୍ଷ କିମ୍ବା ନିମ୍ନ ସ୍ଥଳେ , KCl ଆକାରରେ ପୋଟାସର ପ୍ରୟୋଗ କିଛି କିସମରେ ଲକ୍ଷଣର ସଂଶୋଧନ କିମ୍ବା ପୂର୍ବାବସ୍ଥା ଆଣିପାରେ। ଉଚ୍ଚ ପିଏଚ ଥିବା ମାଟିରେ ପୋଟାସ ପ୍ରୟୋଗ କରିବାରେ ସୀମିତ ଉପଯୋଗୀତା ଥାଏ ।
ଶରୀର ସମ୍ବନ୍ଧୀୟ ପତ୍ର ଦାଗ ଅଧିକାଂଶ ସମୟରେ ଶୀତଦିନିଆ ଗହମରେ ଦେଖାଯାଏ , କିନ୍ତୁ ଅନ୍ୟ ବୃହତ ଶସ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ଏହି ଅବ୍ୟବସ୍ଥା ପାରିପାର୍ଶ୍ଵିକ କାରକ ଯୋଗୁଁ ଟିସୂ ଜାରଣ ଦ୍ଵାରା ହେଉଥିବା ଅନୁମାନ କରାଯାଏ , ଉଦାହରଣ ସ୍ୱରୂପ- ଉପର ପତ୍ରକୁ ସୌର ଜନିତ କ୍ଷତି କିମ୍ବା ମାଟିରେ କ୍ଳୋରାଇଡର ଅଭାବ । ଅନ୍ୟ ଚାପ ଯଥା , ଏକାନ୍ତର ଥଣ୍ଡା , ମେଘୁଆ ଏବଂ ଓଦା ପାଣିପାଗ ଓ ତାପରେ ଗରମ , ଖରାଟିଆ ପରିସ୍ଥିତି ମଧ୍ୟ ବଢାଏ । ପତ୍ରାଛଦର ମୂଳରେ ପାଣି ଓ ପରାଗ ରେଣୁ ଜମି ରହିବା ମଧ୍ୟ ଶରୀର ସମ୍ବନ୍ଧୀୟ ଦାଗ ସୃଷ୍ଟି କରେ । ଶରୀର ସମ୍ବନ୍ଧୀୟ ଦାଗ ସହଜରେ ଭ୍ରମାତ୍ମକ ଭାବେ କବକ ଦ୍ଵାରା ଦାଗ ଲକ୍ଷଣ ଯଥା , ତମ୍ବା ରଙ୍ଗର ଦାଗ , ଜାଲ ଧବଳୀ ଦାଗ , ଓ ସେପ୍ଟୋରିଆ ପତ୍ର ଦାଗ ଭାବେ ନିଆଯାଇପାରେ । ଯାହାହେଲେବି, ରୋଗ ନିଦାନ ତତ୍ଵର ବିପରୀତ ଭାବେ , ଏହା ଅମଳକୁ ପ୍ରଭାବିତ କରିବା ଅନୁମାନ କରାଯାଏ ନାହିଁ । ତେଣୁ କବକନାଶୀ ପ୍ରୟୋଗ କରିବା ପୂର୍ବରୁ ଏହା ରୋଗ ଦ୍ଵାରା ହୋଇଛି ନା ନାହି ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ।