କାସାଭା

କାସାଭା ବା ଗୟାଆଳୁ କାତି ପୋକ

Aonidomytilus albus

ପୋକ

ସଂକ୍ଷେପରେ

  • କାଣ୍ଡ, ଡାଳ ଓ ବେଳେବେଳେ ପତ୍ର ଭଳି ଅଂଶ ପ୍ରଭାବିତ ହୋଇଥାଏ। ଧଳା ଶୂକ ଏବଂ ସ୍ରାବ ଦ୍ଵାରା ଆବୃତ୍ତ ହୋଇଥାଏ। କାଣ୍ଡ ଶୁଖିଯାଏ ଏବଂ ପବନରେ ଭାଙ୍ଗିଯାଏ। ଗଛ ବୁଦାଳିଆ ଦେଖାଯାଏ। ରୁପେଲି ଧଳା ଆବରଣ ସହିତ ଅଣ୍ଡାକାର, ଶାମୁକା ପରି କାତିପୋକ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ରସ ଶୋଷିବା ପାଇଁ ଶୁକମାନେ କାଣ୍ଡ ଚାରିପଟେ ଜମା ହୋଇଥାନ୍ତି, ଘଟଣାକ୍ରମେ, ଏହାକୁ ଏକ ସୁସ୍ପଷ୍ଟ ଧଳା ସ୍ରାବର ଆବରଣ କରିଥାଏ। ପାର୍ଶ୍ଵ ଡାଳ, ପତ୍ର ଡେମ୍ଫ ଏବଂ ପତ୍ର ତଳ ପଟ ବେଳେବେଳେ ସଂକ୍ରମିତ ହୋଇପାରେ। ପତ୍ର ଫିକା, ଝାଉଁଳି ଯାଏ ଓ ଝଡିଯାଏ, ଯେଉଁ ସ୍ଥଳେ ଅତିମାତ୍ରାରେ ଆକ୍ରାନ୍ତ ଗଛ ରୁଗୁଡିଆ ହୋଇଯାଏ। ଲଗାଇବା ସମୟରେ ସଂକ୍ରମିତ ଥିବା କଟିଙ୍ଗ ଚାରିପତେ ପ୍ୟାଚ ପ୍ୟାଚ ଭାବେ ଜମିରେ ସଂକ୍ରମଣ ହୋଇଥାଏ। ଶୂକ ଦ୍ଵାରା ଅତ୍ୟଧିକ ଖାଇବା ଦ୍ଵାରା କାଣ୍ଡ ଶୁଖିଯାଏ ଓ ଦୁର୍ବଳ ହୋଇଯାଏ, ଅନେକ ସମୟରେ ପବନରେ ଭାଙ୍ଗିଯାଏ। କାଣ୍ଡ ଭାଙ୍ଗିବାର ଭରଣା କରିବା ପାଇଁ ଗଛ ନୂଆ ଡାଳ ଉତ୍ପାଦନ କରିଥାଏ, ଯାହା ଫଳରେ ଅଧିକ ଶାଖାୟିତ ହୋଇ ଶକ୍ରମିତ ଗଛ ବୁଦାଳିଆ ଦେଖାଯାଏ। ସେହି ଗଛରେ ଚେରର ଦୁର୍ବଳ ବିକାଶ ହୋଇଥାଏ, ଏବଂ କାସାଭା କନ୍ଦ ଖାଇବା ଅନୁପୋଯୋଗୀ ହୋଇଥାଏ। ପୂର୍ବରୁ ପୋକ ଆକ୍ରମଣ ଏବଂ ମରୁଡି ଦ୍ଵାରା ପ୍ରଭାବିତ ହୋଇଥିବା ଗଛରେ ଲକ୍ଷଣ ଆହୁରି ଖରାପ ହୋଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କଟିଙ୍ଗଗୁଡିକ ଲଗାଇବା ପାଇଁ ବ୍ୟବହାର ହେବା ପୂର୍ବରୁ କାସାଭା ଚେରର ନିର୍ଯ୍ୟାସରେ 60 ମିନିଟ ବୁଡାଇଲେ ଆନିଡୋମାଇଟଲସ ଆଲବସ ମରିଯାଇପାରେ। ଗରମ ପାଣିରେ ବୁଡାଇବା ପଦ୍ଧତି ମଧ୍ୟ ବ୍ୟବହାର କରାଯାଇପାରେ, କିନ୍ତୁ ଏହା କମ ଫଳପ୍ରସୂ ଅଟେ। ଏହା ମଧ୍ୟ ଲକ୍ଷ କରାଯାଇଛି ଯେ, କାଣ୍ଡକୁ ଭୁଲମ୍ବ ଭାବରେ ସାଇତି ରଖିଲେ ଆକ୍ରମଣ କମିଥାଏ। ଚିଲୋକୋରସ ନିଗ୍ରିଟସ ଭଳି କେତେକ କକିନେଲିଡ ପରଭକ୍ଷୀ ଏହାର ସଂଖ୍ୟା ହ୍ରାସ ପାଇଁ ସାହାଯ୍ୟ କରିଥାଏ। ଜୈବିକ ସାର ବ୍ୟବହାର କିମ୍ବା ଜୈବିକ ଅଂଶ ମିଶାଇ ମୃତ୍ତିକା ଉର୍ବରତା ବଢାଇଲେ, ଏଥିପାଇଁ ସାହାଯ୍ୟ କରିପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ବିଚାର କରନ୍ତୁ। ନିରାକରଣ ପଦ୍ଧତି ଭାବରେ, ସାଇତି ରଖିବା ସମୟରେ ଆକ୍ରମଣ ନିବାରଣ କରିବା ପାଇଁ ଡାଇମେଥୋଏଟ, ଡିଆଜିନ, ମିଥାଇଲ ଡେମେଟନ କିମ୍ବା ମାଲାଥିଆନ ( 0.01 ରୁ 0.05% ଗାଢତା ଅନୁସାରେ)ର ଦ୍ରବଣକୁ କାଣ୍ଡକୁ ସିଂଚନ କରାଯିବା କିମ୍ବା 5 ମିନିଟ ପାଇଁ ବୁଡାଯାଇପାରେ। ଲଗାଇବା ପୂର୍ବରୁ ଡାଇମେଥୋଏଟ, ଡିଆଜିନ, ମିଥାଇଲ ଡେମେଟନ କିମ୍ବା ମାଲାଥିଆନ ଥିବା ଦ୍ରବଣରେ କଟିଙ୍ଗ ବୁଡାଇଲେ କାସାଭା କାତି ପୋକ ଆକ୍ରମଣ ଏଡାଯାଇଥାଏ।

ଏହାର କାରଣ କଣ

ଆନିଡୋମାଇଟଲସ ଆଲବସ (Aonidomytilus albus) ନାମକ କୀଟ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଏହା ଗଛରେ ବଞ୍ଚିଥାଏ ଓ ଖାଇଥାଏ ଏବଂ ପବନ କିମ୍ବା ପଶୁ ବା ମଣିଷ ସ୍ପର୍ଶ ଦ୍ଵାରା ବିସ୍ତାର ଲାଭ କରିଥାଏ। ପୁନଃ ରୋପଣ ପାଇଁ କଟିଙ୍ଗ ଭଳି ସଂକ୍ରମିତ ବିହନ ସାମଗ୍ରୀ ପରିବହନ ମଧ୍ୟ ଦୂର ସ୍ଥାନକୁ ଏହା ବିସ୍ତାର କରିପାରେ। ମାଇମାନେ ଗଛକୁ ଖାଆନ୍ତି ଏବଂ କଢ କାତି ତଳେ ଅଣ୍ଡା ଦିଏ। କିଛି ଦିନ ପରେ ନୂଆ ଶୂକ ଫୁଟି ବାହାରେ ଏବଂ ଗୁରୁଣ୍ଡି ଗୁରୁଣ୍ଡି ଗଛର ଅନ୍ୟ ଅଂଶକୁ ଯାଇଥାଏ, ଯେଉଁଠି ଏହା ଗୋଡ ହରାଇ ଗତିହୀନ ହୋଇଥାଏ। ସେମାନେ କାଣ୍ଡ ରସ ଦଳବଦ୍ଧ ଭାବରେ ଖାଆନ୍ତି ଏବଂ ଏହାକୁ ଜଳଶୂନ୍ୟ କରାନ୍ତି। ବୟସ୍କମାନେ ଏକ ଧଳା ମହମ ସଦୃଶ ସ୍ରାବ ଉତ୍ପାଦନ କରନ୍ତି ଏବଂ ରୁପେଲି ଧଳା ଆବରଣ ସହିତ ଅଣ୍ଡାକାର, ଶାମୁକା ପରି କାତିପୋକରେ ପରିଣତ ହୁଅନ୍ତି। ଅଣ୍ଡିରା ପୋକର ଡେଣା ଥାଏ ଏବଂ ଅଳ୍ପ ଦୂରକୁ ଉଡିପାରେ, ଯେଉଁ ସ୍ଥଳେ ମାଈପୋକ ଡେଣାହୀନ ଓ ଗତିହୀନ ଅଟେ। ଭାରୀ ବର୍ଷା ଓ ଉଚ୍ଚ ପବନ ଗଛରୁ ପୋକକୁ କାଢିଦେଇପାରେ। ଅନ୍ୟ ପକ୍ଷରେ ଦୀର୍ଘଦିନର ଶୁଷ୍କ ପରିସ୍ଥିତି ଗଛକୁ କୀଟ ପ୍ରତି ଅଧିକ ସଂବେଦନଶୀଳ କରାଏ ଓ ବିସ୍ତାର ଅନୁକୂଳ କରାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ, ପ୍ରାମାଣିକ ସୂତ୍ରରୁ, କାତିପୋକ ମୁକ୍ତ କଟିଙ୍ଗ ଲଗାଇବା ପାଇଁ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ମିଳେ, ପ୍ରତିରୋଧି କିସମ ବ୍ୟବହାର କରନ୍ତୁ ( କିଛି ଜାତି ଅଛି)। ଦିବାଲୋକ କମାଇବା ଏବଂ ବାୟୁ ଚଳାଚଳ ସୁଗମ କରିବା ପାଇଂ ସୁସ୍ଥ କାଣ୍ଡ ଛାଇରେ ଭୁଲମ୍ବ ଅବସ୍ଥାରେ ରଖାଯାଏ। ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ କାସାଭା କାତିପୋକର ପ୍ରାଦୁର୍ଭାବର ଆଶଙ୍କା କମାଇଥାଏ। ଜମି ନିରୀକ୍ଷଣ କରନ୍ତୁ ଏବଂ ଆକ୍ରାନ୍ତ କାଣ୍ଡ ନଷ୍ଟ କରନ୍ତୁ। ସଂକ୍ରମଣ ପରିବହନ ଏଡାଇବା ପାଇଁ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ। ପୁନଃ ରୋପଣର ଅତି କମରେ ତିନି ଦିନ ପୂର୍ବରୁ ଜମି ସଫା କରନ୍ତୁ। ରପ୍ତାନି ଏବଂ ଆମଦାନୀ ହୋଇଥିବା କାସାଭା କଟିଙ୍ଗ ରେ ରୋଗ ର ଲକ୍ଷଣ ଯାଞ୍ଚ କରନ୍ତୁ। ସଂକ୍ରମିତ କାସାଭା ସାମଗ୍ରୀ ପରିବହନ କରନ୍ତୁ ନାହିଁ, ବରଂ ଯଥାଶୀଘ୍ର ଏହାକୁ ଜାଳି କିମ୍ବା ପୋତି ନଷ୍ଟ କରନ୍ତୁ। ଅତ୍ୟଧିକ କୀଟନାଶକ ବ୍ୟବହାର ବାରଣ କରନ୍ତୁ, ଯେହେତୁ ଏହା କାତିପୋକର ପ୍ରାକୃତିକ ଶତ୍ରୁକୁ ମଧ୍ୟ ମାରିଦେଇପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ