କାସାଭା

କାସାଭା ସବୁଜ ବୁଢିଆଣୀ ମାଇଟ

Mononychellus tanajoa

ମାଇଟ

5 mins to read

ସଂକ୍ଷେପରେ

  • ଛୋଟ ହଳଦିଆ ପତ୍ର ଦାଗ ଥାଏ। ସଂପୂର୍ଣ୍ଣ ପତ୍ର ହଳଦିଆ ହୋଇଯାଏ। ପ୍ରାନ୍ତ ଡାଳ ମହମ ବତୀ ଭଳି ଲକ୍ଷଣ ଦେଖାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

କାସାଭାର ନୂଆ ପତ୍ରର ତଳ ପଟୁ, ସବୁଜ କାଣ୍ଡ ଏବଂ ସହାୟକ କଢକୁ ସାଧାରଣତଃ ଏହି ମାଇଟ ଖାଇଥାଏ। ସେମାନେ କୋଷ ମଧ୍ୟରେ ସେମାନଙ୍କ ପାଟିର କଣା କରିବା ଓ ଶୋଷିବା ଅଂଶ ପୁରାନ୍ତି ଏବଂ ସେଥିରୁ ସବୁଜ କଣା ସହିତ ଅନ୍ୟ ଅଂଶ ଶୋଷି ନେଇଥାନ୍ତି। ପତ୍ର ଉପରେ ଛୋଟ ହଳଦିଆ ଦାଗ ଭଳି ଖାଇବା ପ୍ରକ୍ରିୟା ଖାଲି ଆଖିରେ ଦେଖାଯାଏ। ଅଧିକ ମାତ୍ରାରେ ଆକ୍ରାନ୍ତ ହେଲେ ଦୁର୍ବଳ ବୃଦ୍ଧି ସହିତ ଚିତ୍ରିତ ପତ୍ର ହୋଇଥାଏ, ଯାହାକି ପରେ ମରିଯାଇ ଝଡି ପଡେ। ପ୍ରାନ୍ତ ଡାଳରେ ଆକ୍ରମଣ ଏକ ନିର୍ଦ୍ଦିଷ୍ଟ ମହମ ବତୀ ଭଳି ଲକ୍ଷଣ ଦେଖାଏ, ଯାହାକି ଡାଳ ଅଗ୍ରର ବିଗଳନ ଓ ପତନ ବିଷୟ ସୁଚାଏ। 2 - 9 ମାସର କାସାଭା ଗଛ ଏହି ଆକ୍ରମଣ ପାଇଁ ସଂବେଦନଶୀଳ ଅଟେ। ମାଇଟ ଆକ୍ରାନ୍ତ ମାତ୍ରା ଅଧିକ ହେଲେ, କନ୍ଦ ବା ଟ୍ୟୁବର 20-80% କ୍ଷତି ହୋଇଥାଏ। ଅଧିକନ୍ତୁ, କାସାଭା କାଣ୍ଡର ଗୁଣବତ୍ତା ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାକି ଅନେକ ସମୟରେ ଏହି ଫସଲର ବଂଶ ବୃଦ୍ଧି କରିବା ପାଇଁ ବିହନ ସାମଗ୍ରୀ ଅଭାବ କରାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ମାଇଟ ସଂଖ୍ୟା ଫଳପ୍ରଦ ଭାବରେ କମାଇବା ପାଇଁ ଅନେକ ପରଭକ୍ଷୀ ଜାତି ଥିବା କୁହାଯାଇଛି। ଆମ୍ବିଲିସିଅସ ଲିମୋନିକସ (Amblyseius limonicus) ଏବଂ ଆମ୍ବିଲିସିଅସ ଆଇଡେଶ (A. idaeus) ର ବ୍ୟବହାର ସବୁଜ ବୁଢିଆଣୀ ମାଇଟ ଆକ୍ରମଣ ପ୍ରାୟ 50% କମାଇଥାଏ। ଟାଇଫ୍ଲୋଡ୍ରୋମାଲସ ଏରିପୋ ଏବଂ ଟାଇଫ୍ଲୋଡ୍ରୋମାଲସ ମେନିହୋତି ଆଫ୍ରିକାରେ କାସାଭା ସବୁଜ ବୁଢିଆଣୀ ମାଇଟ ସଫଳ ରୂପରେ ନିୟନ୍ତ୍ରଣ କରିବା ସ୍ଥାପିତ ହୋଇଛି। ନିଓଯାଇଗିଟେସ ପ୍ରଜାତିର ପରଜୀବୀ କବକ ମଧ୍ୟ କେତେକ ଦେଶରେ ସବୁଜ ବୁଢିଆଣୀ ମାଇଟ ମାରି ଭଲ ଫଳ ଦେଖାଇଛି। ନିମ୍ବ ତେଲ ଥିବା ସିଞ୍ଚନ ମଧ୍ୟ ସନ୍ତୋଷଜନକ ଫଳ ଦେଖାଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ବିଷୟ ବିଚାର କରନ୍ତୁ। ମୋନୋନିଚେଲସ ଟାନାଜୋଆ ର ରାସାୟନିକ ନିୟନ୍ତ୍ରଣ ସୁପାରିସ କରାଯାଏ ନାହିଁ, ଯେହେତୁ, ଏହା ପୋକର ପ୍ରତିରୋଧକତା ବଢାଇପାରେ ଏବଂ ଦ୍ଵିତୀୟକ ରୋଗ ପ୍ରାଦୁର୍ଭାବ ସୃଷ୍ଟି କରିପାରେ।

ଏହାର କାରଣ କଣ

ମୋନୋନିଚେଲସ ଟାନାଜୋଆ (Mononychellus tanajoa) ଏବଂ ମୋନୋନିଚେଲସ ପ୍ରୋଗ୍ରେଶିଭାସ (Mononychellus progresivus) ନାମକ ସବୁଜ ବୁଢିଆଣୀ ମାଇଟର ଖାଇବା ପ୍ରକ୍ରିୟା ଯୋଗୁଁ ଲକ୍ଷଣ ସୃଷ୍ଟି ହୋଇଥାଏ। କୋଷ ମଧ୍ୟରେ ସେମାନଙ୍କ ପାଟିର କଣା କରିବା ଓ ଶୋଷିବା ଅଂଶ ପୁରାଇ ଏବଂ ଏଥିରୁ ରସ ଶୋଷି ସେମାନେ ପତ୍ରର ତଳ ପଟେ ଖାଆନ୍ତି। ସେମାନେ କାସାଭାର ଗୌଣ ଅନିଷ୍ଟକାରୀ କୀଟ ଭାବେ ପରିଗଣିତ ହୋଇଥାନ୍ତି, କିନ୍ତୁ ଅନୁକୂଳ ପରିସ୍ଥିତିରେ, ଉଦାହରଣ ସ୍ୱରୂପ ଶୁଖିଲା ଋତୁରେ, ସେମାନେ ଅଧିକ କ୍ଷତି କରିପାରନ୍ତି। ମାଇଟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସକ୍ରିୟ ଭାବରେ ଯାଇପାରେ, କିନ୍ତୁ ପବନ ଏବଂ ପାଣି ଛିଟ ଦ୍ଵାରା ମଧ୍ୟ ବିସ୍ତାର ଲାଭ କରିପାରେ। ଯେହେତୁ ସେମାନେ 60 ଦିନ ପର୍ଯ୍ୟନ୍ତ କଟିଙ୍ଗରେ ବଞ୍ଚିପାରନ୍ତି, ଚାଷୀ ନିଜେ ଏହାର ମୁଖ୍ୟ ବାହକ ଅଟେ, ଯିଏ କି ଆକ୍ରାନ୍ତ ବିହନ ସାମଗ୍ରୀକୁ ଅନ୍ୟ ଜମି ବା ଫାର୍ମକୁ ପରିବହନ କରିଥାଏ। ଛୁଆ ମାଇଟ ସବୁଜ ବର୍ଣ୍ଣର ହୋଇଥାଏ, ପରେ ବୟସ୍କ ହୋଇ ହଳଦିଆରେ ପରିଣତ ହୁଅନ୍ତି। ସେମାନଙ୍କୁ ଏକକ ଶରୀର ରୂପେ ଦେଖାଉଥିବା ସେମାନଙ୍କ ଅସ୍ପଷ୍ଟ ଶରୀର ଖଣ୍ଡକ ବା ସେଗମେଣ୍ଟ ଦ୍ଵାରା ସେମାନେ ଚିହ୍ନିତ ହୋଇଥାନ୍ତି। ବୟସ୍କ ଅଣ୍ଡିରା କୀଟ ଠାରୁ ମାଈ କୀଟ ଅଧିକ ବଡ ଦେଖାଯାନ୍ତି ଏବଂ ପ୍ରାୟ 0.8 ମିମୀ ଆକାର ପର୍ଯ୍ୟନ୍ତ ପହଞ୍ଚିଥାନ୍ତି।


ସୁରକ୍ଷାତ୍ମକ ଉପାୟ

  • ମାଇଟ ପ୍ରତି ଉତ୍ତମ ସହନଶୀଳତା ଥିବା କିସମ ବ୍ୟବହାର କରନ୍ତୁ। ଲଗାଇବା ପାଇଁ କେବଳ ପ୍ରାମାଣିକ କଟିଙ୍ଗ ବ୍ୟବହାର କରନ୍ତୁ। ଶୁଷ୍କ ଋତୁ ଆରମ୍ଭ ହେବ ସମୟରେ ଗଛର ଯଥେଷ୍ଟ ପ୍ରତିରୋଧକତା ସୁନିଶ୍ଚିତ କରିବାକୁ ବର୍ଷା ଋତୁ ଆରମ୍ଭରେ ସହଳ ଲଗାନ୍ତୁ। ଯଦି ସମ୍ଭବ, ଦୁଇଟି କିମ୍ବା ତିନୋଟି ଧାଡିରେ ହରଡ ଅନ୍ତଃ ଫସଲ କରନ୍ତୁ ଏବଂ ତୀର୍ଯ୍ୟକ ରୋପଣ ଏଡାନ୍ତୁ। ମାଇଟ କିମ୍ବା ଲକ୍ଷଣ ଦେଖିବା ପାଇଁ କାସାଭା ଜମି ନିୟମିତ ନିରୀକ୍ଷଣ କରନ୍ତୁ। ଆକ୍ରାନ୍ତ ସାମଗ୍ରୀକୁ ବଜାର କିମ୍ବା ଅନ୍ୟ ଜମିକୁ ପରିବହନ ଏଡାନ୍ତୁ, ଯେହେତୁ ଏହା ବିସ୍ତାରର ମୂଳ କାରଣ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ