Rhizoctonia solani
ଫିମ୍ପି
ମୁଖ୍ୟତଃ ଏହି ରୋଗ ମୂଳ ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ଚାର ଦୁର୍ବଳ ଭାବେ ବାହାରିଥାଏ, ଗଛ ବାଙ୍ଗରା ହୋଇଯାଏ ଓ ଉତ୍ପାଦକତା କମ ହୋଇଥାଏ. ଏହାର ଲକ୍ଷଣ ମଧ୍ୟରେ ମୂଳରେ ବୁଡିଗଲା ପରି କ୍ଷତ ଦେଖାଯାଏ ଓ ମୂଳ ର ରଙ୍ଗ ଛାଡି ବାଦାମୀ କିମ୍ବା କଳା ରଙ୍ଗ ହୋଇଯାଏ, ମୂଳ ପ୍ରଣାଳୀ ସଂକୁଚିତ ହୋଇଯାଏ ଏବଂ ମୂଳ କ୍ଷୟ ହୋଇଥାଏ. ଯଦି ମୂଳର ବିକାଶ ବି ହୁଏ ସେଥିରେ ଗଣ୍ଠି ସଂଖ୍ୟା କମ, ଆକାର ଛୋଟ ଏବଂ ରଙ୍ଗ ମଳିନ ହୋଇଥାଏ. ସଂକ୍ରମିତ ବିହନରୁ ହୋଇଥିବା ଗଛରେ ଗଜା ହେବ ପରେ ତୁରନ୍ତ ପୋଡା ରୋଗ ଵୋଇଥାଏ. ଯେଉଁ ଗଛ ବଞ୍ଚି ରହେ ସେଥିରେ ରଙ୍ଗହୀନତା ଦେଖାଯାଏ ଓ ସେଗୁଡିକ ର ଶକ୍ତି ବା ସତେଜତା କମ ହୋଇଥାଏ. ଫସଲ ଅଭିବୃଦ୍ଧିର ବିଳମ୍ବିତ ଅବସ୍ଥାରେ ସଂକ୍ରମଣ ହେଲେ ଗଛ ବାଙ୍ଗରା ହୋଇଯାଏ. ଅବସରଵାଦୀ ରୋଗକରି ଅଣୁଜୀବ ବସା ବାନ୍ଧି କ୍ଷତ ଟିସୁ ଖାଇଥାନ୍ତି ଏବଂ ରୋଗର ଲକ୍ଷଣ ଆହୁରି ଅଧିକ ଖରାପ ହୋଇଥାଏ. ବହୁତ ସମୟରେ ଏହା ଜମିରେ ବିଭିନ୍ନ ଚକଡା଼ରେ ଏହି ରୋଗ ଦେଖାଯାଏ ଏବଂ ଅନୂକୁଳ ପରିବେଶରେ ବଢି ଚାଲେ.
ଅଳ୍ପ ପରିମାଣର କାଇନେଟିନ କିମ୍ବା ଟ୍ରାଇକୋଡେ଼ର୍ମା ହାର୍ଜିଆନମ (Trichoderma harzianum) ସହ ସମ୍ପୃକ୍ତ ଅନ୍ୟ କୌଣସି ପଦାର୍ଥ ରେ ବିହନ କୁ ବୁଡାଇ ଉପଚାର କରି ମସୁର ଡାଲି ର ମୂଳ ପଚା ପରି ମୃତ୍ତିକା ଜନିତ ରୋଗ ଗୁଡିକର ନିୟନ୍ତ୍ରଣ କରାଯାଇପାରେ. ଏହା ସହିତ, ଏହି ଉପଚାର ବଞ୍ଚିଥିବା ଗଛ ର ବୃଦ୍ଧି ଓ ଉତ୍ପାଦକତା ବଢ଼ାଇଥାଏ. ବହୁତ ବଡ ଅଞ୍ଚଳରେ ଏହି ପଦାର୍ଥ ଗୁଡିକର ପ୍ରଭାବଶାଳୀତା ଉପରେ ଜମି ପରୀକ୍ଷଣ କରା ଯାଉଅଛି.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଥରେ, ଏହି ଫିମ୍ପି ଗଛ ଟିସୁରେ ବସା ବାନ୍ଧିଲା ପରେ ଏଥିପାଇଁ ଉପଚାର କରିବା ଅସମ୍ଭବ ହୋଇଯାଇଥାଏ. ଥାଇଆବେଣ୍ଡାଜୋଲ (thiabendazole) + କାର୍ବାଥିନ (carbathiin), କାର୍ବାଥିନ (carbathiin) + ଥିରାମ (thiram) ଦ୍ୱାରା ବିହନ ଉପଚାର କଲେ ଚାରର ସ୍ଥାପନାରେ ଉନ୍ନତି ମିଳିଥାଏ. ଅନ୍ୟ ଇମ୍ପିନାଶକ ମଧ୍ୟ ଉପଲବ୍ଧ ଅଛି.
ମାଟି ଜନିତ ବିଭିନ୍ନ ଫିମ୍ପିର ସମ୍ମିଶ୍ରଣ ଦ୍ୱାରା ଏକ ଏହି ରୋଗ ର ଲକ୍ଷଣ ଦେଖାଯାଏ ଯାହା ଗଛକୁ ଏହାର ଅଭିବୃଦ୍ଧିର ଯେ କୌଣସି ସମୟରେ ସଂକ୍ରମଣ ହୋଇପାରେ. ରାଇଜୋକ୍ଟୋନିଆ ସୋଲାନି (Rhizoctonia solani)ଏବଂ ଫ୍ୟୁଜାରିଅମ ସୋଲାନି (Fusarium solani) ଏହି ସମ୍ମିଶ୍ରଣର ଅନ୍ତର୍ଭୁକ୍ତ ଯାହା ଅନ୍ୟ ଫିମ୍ପି ଗୁଡିକ ପରି ବହୁତ ସମୟ ଧରି ମାଟିରେ ବଞ୍ଚି ରହି ପାରନ୍ତି. ଅନୁକୂଳ ପରିବେଶ ରେ ଏହା ମୂଳର ଟିସୁ ରେ ବସା ବାନ୍ଧି ଗଛର ଉପର ଅଂଶକୁ ଜଳ ଓ ଖାଦ୍ୟସାର ପରିବହନକୁ ଖରାପ କରି ଦେଇଥାନ୍ତି, ଯାହା ଫଳରେ ଗଛ ଝାଉଁଳିଯାଏ ଓ ଏଥିରେ ରଙ୍ଗ ହୀନତା ଦେଖାଯାଏ. ଗଛ ଟିସୁରେ ଯେତେବେଳେ ବଢି ଥାନ୍ତି ବହୁତ ସମୟରେ ଅନ୍ୟ ଫିମ୍ପି ସହିତ ଏକତ୍ର ମିଳନ୍ତି ଏବଂ ମୂଳର ସାଧାରଣ ବିକାଶ ଓ ଗଣ୍ଠି ସୃଷ୍ଟିରେ ବାଧା ସୃଷ୍ଟି କରିଥାନ୍ତି. ସିଜନ ର ପ୍ରଥମ ସମୟରେ ଥଣ୍ଡା ଓ ଓଦା ମାଟି ଏହି ରୋଗର ବିକାଶ ପାଇଁ ଅନୁକୂଳ ହୋଇଥାଏ. ପ୍ରାକୃତେ ଏହି ଲକ୍ଷଣ ଗୁଡିକ ବହୁତ ସମୟରେ ବନ୍ୟା ଓ ଜଳପ୍ଲାଵିତ ଅଞ୍ଚଳ ରେ ଦେଖାଦେଇଥାଏ. ଶେଷରେ ବୁଣିବ ସମୟ ଓ ବିହନ ବୁଣାର ଗଭୀରତା ମଧ୍ୟ ଚାରା ବାହାରିବା ପ୍ରକ୍ରିୟା ଓ ଉତ୍ପାଦକତା ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ.