Ceratocystis fimbriata
ଫିମ୍ପି
ପ୍ରାରମ୍ଭରେ, ଗୋଟିଏ କିମ୍ବା କିଛି ଶାଖାର ପତ୍ର ହଳଦିଆ ହୁଏ। ପରେ, ଏହା ସଂପୂର୍ଣ୍ଣ ଗଛକୁ ବିସ୍ତାର କରିଥାଏ ଏବଂ ସଂପୂର୍ଣ୍ଣ ପତ୍ରଝଡା ହୋଇପାରେ। ସାଧାରଣତଃ ପତ୍ରର ଝାଉଁଳା ତଳ ପତ୍ରରୁ ଉପରକୁ ଅଗ୍ରସର ହୋଇଥାଏ, କିନ୍ତୁ କେତେକ ଗଛ ଏକା ଥରକେ ସଂପୂର୍ଣ୍ଣ ପତ୍ରଝଡା ଦେଇପାରେ। ଏହି ରୋଗରେ କାଣ୍ଡରେ ଅନୁଲମ୍ବ ଫାଟ ସାଧାରଣ ଅଟେ। ଚେର, କାଣ୍ଡ ବକଳ ଏବଂ ନିର୍ଦ୍ଧିଷ୍ଟ ଭାବରେ ତଳ ଶାଖା ଫାଟି ପାରେ। ପ୍ରଭାବିତ ଗଛ ଅଂଶର ଆନୁଭୂମିକ ଏବଂ ଅନୁଲମ୍ବ କଟା ଭାଗରେ, ସାଧାରଣତଃ ପରିବାହୀ ଟିସୁରେ ଗାଢ ଧୂସର-ମାଟିଆ ଦାଗ ଦେଖାଯାଏ।
ବେଶିଲସ ସବତାଇଲିସ ଦ୍ଵାରା ମୃତ୍ତିକା ପ୍ରୟୋଗ ଝାଉଁଳା ସଂକ୍ରମଣ କମାଇ ଥାଏ। ଟ୍ରାଇକୋଡର୍ମା ଜାତି ସହିତ 25 ଗ୍ରାମ ପେଷିଲୋମାଇସେସ ଜାତି ଓ 2 କେଜି ସଢା ଜୈବିକ ଖତ ଡାଳିମ୍ବ ଗଛର ଗଣ୍ଡି ଚାରିପଟେ ଉପଚାର କରିଲେ ଝାଉଁଳା ସଂକ୍ରମଣ ନିବାରଣ କାରିଥାଏ। ନିମ୍ବ, କରଞ୍ଜ, ମହୁଲ ଏବଂ ଜଡା ଖଦା(ପିଡିଆ)ରେ ମୃତ୍ତିକା ଉପଚାର କରିଲେ ସି. ଫିମ୍ବ୍ରିଆଟା ଦମନ କରିବାରେ ଫଳପ୍ରସୂ ହେବା ଦେଖା ଯାଇଛି।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପ୍ରୋପିକୋନାଜୋଲ (0.1%) + ବୋରିକ ଏସିଡ (0.5%) + ଫସ୍ଫରିକ ଏସିଡ (0.5%) ଦ୍ଵାରା ସଂକ୍ରମିତ ଏବଂ ଚାରିପାଖ ସୁସ୍ଥ ଜମିର କିମ୍ବା ସଂପୂର୍ଣ୍ଣ ବଗିଚାର ମାଟି ଓଦା କରିବା ସୁପାରିସ କରାଯାଏ। ପୁନଃ ରୋପଣ ପୂର୍ବରୁ କବକନାଶକ (0.2 %) ଦ୍ଵାରା ମୃତ୍ତିକା ବିଶୋଧନ ମଧ୍ୟ ଝାଉଁଳା ରୋଗକୁ ନିୟନ୍ତ୍ରଣ କାରିଥାଏ। ପ୍ରୋପିକୋନାଜୋଲ (0.15%) କିମ୍ବା କ୍ଳୋରୋପାଇରିଫସ (0.25%) ଦ୍ଵାରା ମୃତ୍ତିକାର ଆର୍ଦ୍ରକରଣ କରାଯାଇ ପାରେ।
ସଂକ୍ରମିତ ଗଛ ଅଂଶରେ 190 ଦିନ ପର୍ଯ୍ୟନ୍ତ ଏବଂ ମାଟିରେ ଅତି କମରେ ଚାରି ମାସ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥା କିମ୍ବା ସକ୍ରିୟ ମାଇସେଲିଆ ଭାବେ କବକ ବଞ୍ଚି ରହିଥାଏ। କ୍ଷତସ୍ଥାନ ଦେଇ ଭୂମି ଉପର ଗଛ ଅଂଶ ସଂକ୍ରମିତ ହୋଇଥାଏ। ଏପରିକି ପ୍ରାରମ୍ଭିକ କ୍ଷତି ବିନା ଚେର ସଂକ୍ରମିତ ହୋଇପାରେ। ସଂକ୍ରମିତ ଚାରା, ଜଳସେଚନ ଏବଂ ବର୍ଷା ପାଣି, କୀଟ ଓ ଜମି କାମ ସମୟରେ ରେଣୁ ବିସ୍ତାର ଲାଭ କରିଥାଏ। ପୋଷକ ଗଛରେ ପ୍ରବେଶ କରିବା ପରେ, ମାଇସେଲିଆ ଓ ରେଣୁ ଗଛର ପରିବାହୀ ଟିସୂ ଦେଇ ଗତି କରିଥାଏ ଓ ଜାଇଲେମ (ପରିବାହୀ ନାଳୀ) ରେ ଲାଲ-ମାଟିଆରୁ ବାଇଗଣି କିମ୍ବା କଳା ଦାଗ ସୃଷ୍ଟି କରିଥାଏ।