ଧାନ

ଧାନ କାଣ୍ଡ ଗନ୍ଧି ପୋକ

Tibraca limbativentris

ପୋକ

5 mins to read

ସଂକ୍ଷେପରେ

  • ନୂଆଁ ପିଲ ପତ୍ରଗୁଡିକର ମୃତ୍ୟୁ, କ୍ଷତ କାଣ୍ଡ (ମଞ୍ଜ କିଳା ) ଓ ଫୁଲ ଫୁଟିବା ଅବସ୍ଥାରେ ଧଳା କେଣ୍ଡା ସୃଷ୍ଟି ହେବା ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଯଦିଓ ଏହା ଉଭୟ ଜଳସେଚିତ ଓ ଶୁଷ୍କ ଜମି ଚାଷ କ୍ଷେତ୍ରରେ ମିଳିଥାଇ ପାରେ, କିନ୍ତୁ ଧାନ କାଣ୍ଡ ଗନ୍ଧି ପୋକ ଦ୍ଵିତୀୟ କ୍ଷେତ୍ର ରେ ଅଧିକ ମାରାତ୍ମକ ହୋଇଥାଏ । ଉଭୟ ବୟସ୍କ ଓ ଛୁଆଗୁଡିକ କଅଁଳ ଧାନ ଫସଲକୁ ଆକ୍ରମଣ କରିପାରେ, ଯାହାକି "ମଞ୍ଜ କିଳା" ଓ "ଧଳା କେଣ୍ଡା " ଭଳି ଲକ୍ଷଣ ଗୁଡିକ ସୃଷ୍ଟି କରିଥାଏ । କଅଁଳ ପିଲ ପତ୍ରଗୁଡିକର ମୃତ୍ୟୁ ଓ କିଛି କ୍ଷେତ୍ରରେ ସମ୍ପୂର୍ଣ କାଣ୍ଡ ର ମୃତ୍ୟୁକୁ "ମଞ୍ଜ କିଳା " ବୋଲି କୁହାଯାଏ । ଏହି ପ୍ରକାରର ସମାନ ଲକ୍ଷଣ ଡାଇଟ୍ରାଏୟା ପ୍ରଜାତିର କିଛି ପ୍ରଜାପତି ଗୁଡିକ ଦ୍ୱାରା ମଧ୍ୟ ସୃଷ୍ଟି ହୋଇଥାଏ । ଫୁଲ ଫୁଟିବା ଅବସ୍ଥାରେ, କୀଟ ଗୁଡିକ କେଣ୍ଡାକୁ ଆକ୍ରମଣ କରି ଥାଆନ୍ତି ଓ କେଣ୍ଡାର ବିକାଶ ହେବା ସମୟରେ ଯେହେତୁ ଟି. ଲିମ୍ବାଟିଭେନ୍ଟ୍ରିସ ପତ୍ର ରସକୁ ଶୋଷି ନିଏ ଦାନା ଗୁଡିକ ବିଷଧର ହୋଇ ଯାଆନ୍ତି, ଯାହା "ଧଳା କେଣ୍ଡା " ନାମକ ଲକ୍ଷଣ ସୃଷ୍ଟି କରିଥାଏ । ଯଦି କୌଣସି ନିୟନ୍ତ୍ରଣ କରା ନ ଯାଏ ଓ ପ୍ରାଦୁର୍ଭାବ ଉଚ୍ଚ ଧରଣର ହୋଇଥାଏ, ଅମଳରେ କ୍ଷତି 80% ପର୍ଯ୍ୟନ୍ତ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଅଣ୍ଡା ଗୁଡିକ ଟେଲିନୋମଉସ ପ୍ରଜାତି ଦ୍ୱାରା ନିଷ୍କ୍ରିୟ ହୋଇ ଯାଇଥାଏ । କିଛି କ୍ଷେତ୍ରରେ, ଯେତେ ବେଳେ ଏହି ପ୍ରଜାତି ଗୁଡିକ ଜମିରେ ରଖାଯାଏ , 90% ନିଷ୍କ୍ରିୟତା ଦେଖା ଯାଇଥାଏ । ଅନ୍ୟ ପ୍ରାକୃତିକ ଶତ୍ରୁ ମାନଙ୍କ ମଧ୍ୟରେ ଏଫଫିରିଆ ପ୍ରଜାତି ର କିଛି ମାଛି ଗୁଡିକ ଅନ୍ୟତମ ଅଟନ୍ତି । ଧାନ ଫସଲ ଉପରେ ମେଟାରିଃଯ଼ିୟମ ଆନିସୋପିଲେ, ବିୟୁଭେରିଆ ବାସିୟାନା, ପାଇସିଲିମାଇସେସ ସପି. କୋରଡ଼ିସେପ୍ସ ନୁତାନସ , ବାହ୍ୟରେଣୁ ଉପରେ ଆଧାରିତ ସାମଗ୍ରୀ ବ୍ୟବହାର କରା ଯାଇପାରେ । ପାଇପେର ପ୍ରଜାତିର ସମସ୍ତ ପ୍ରକାରର ପୋକରୁ ଉତ୍ପନ୍ନ ତେଲର ମିଶ୍ରଣ (0.25 ରୁ 4.0%) ଯାଏଁ ଅଣ୍ଡାର ଜୀବନ କ୍ଷମତାକୁ ପ୍ରଭାବିତ କରିଥାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି ଅନ୍ୟ କୌଣସି ବିକଳ୍ପ ଉପଲବ୍ଧ ନଥାଏ ତାହେଲେ ଫସଫରସ, ପାଇରେଥ୍ରୋଏଡ଼ କିମ୍ବା ଅଧିକୃତ କାର୍ବାମେଟ କୀଟନାଶକ ଗୁଡିକୁ ବ୍ୟବହାର କରାଯାଇପାରେ ।

ଏହାର କାରଣ କଣ

ଟିବ୍ରାକା ଲିମ୍ବାଟିଭେନ୍ଟ୍ରିଶ ନାମକ ଏକ ଧାନ କାଣ୍ଡ ଗନ୍ଧି ପୋକ ଯୋଗୁଁ ଲକ୍ଷଣ ଗୁଡିକ ଦେଖା ଯାଇଥାଏ । ଏହା କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ଏକ ଆଞ୍ଚଳିକ ରୋଗ ଅଟେ ଓ ଏହା ଧାନ ଛଡା ସୋୟାବିନ, ଟମାଟ ଓ ଗହମକୁ ମଧ୍ୟ ଆକ୍ରମଣ କରିଥାଏ । ସାଧାରଣତଃ, ଏହା ଅମଳ ସମୟ ବେଳେ ଜମି ବାହାରେ ବିତେଇଥାଏ, ଓ ଫସଲ ଲଗେଇବା ପରେ ପୁଣି ଫେରି ଆସନ୍ତି । ଉଭୟ ବୟସ୍କ ଓ ଛୁଆ ଗୁଡିକ ଫସଲରୁ ପୋଷଣ କରନ୍ତି, ଯାହା ଦ୍ୱାରା କି "ମଞ୍ଜ କିଳା " ଓ "ଧଳା କେଣ୍ଡା " ଭଳି ଲକ୍ଷଣ ଗୁଡିକ ସୃଷ୍ଟି ହୋଇଥାଏ । ଏହି ଲକ୍ଷଣଗୁଡିକ ଦାନା ଓ କାଣ୍ଡ କୁ କ୍ଷତି ହେବା ଦର୍ଶାଯାଇଥାଏ । ଶୁଷ୍କ ପରିବେଶ କିମ୍ବା କମ ଆର୍ଦ୍ରତା ପରିବେଶରେ ଚାଷ କରାଯାଇଥିବା ଧାନରେ କ୍ଷତି ବଡ଼ ଧରଣର ହୋଇଥାଏ । ପାଣିର ଅଭାବ କୀଟ ଗୁଡିକୁ ଫସଲର ମୂଳରେ ରହିବା ସମ୍ଭବପର କରିଥାଏ । ଫସଲ ପରିପକ୍ଵ ହେବା ବେଳେ , କାଣ୍ଡର ଦାରୁକରଣ (ଲିଗ୍ନିଫିକେସନ) କୀଟମାନଙ୍କର ପୋଷଣ ପ୍ରକ୍ରିୟାକୁ ବାଧା ଦେଇଥାଏ ଓ ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମି ଯାଏ ।


ସୁରକ୍ଷାତ୍ମକ ଉପାୟ

  • ମାଟିକୁ ପ୍ରସ୍ତୁତ କରିବା ବେଳେ ଫସଲ ଅବଶେଷ ଓ ଅନାବନା ଘାସ ଗୁଡିକୁ ଧ୍ବଂସ କରିଦିଅନ୍ତୁ । ଯେହେତୁ କୀଟ ମାନଙ୍କ ପାଇଁ ପରିତ୍ୟକ୍ତ ଜମି ଅନୁକୂଳ ହୋଇଥାଏ, ଏହା ସୁନିଶ୍ଚିତ କରନ୍ତୁ ଯେ ଚାରିପାଖ ଜମି ଗୁଡିକ ଭଲ ଭାବେ ପରିଚାଳିତ ହୋଇଅଛି । ଯେହେତୁ ଘଞ୍ଚ ଗଛ ଘନତ୍ଵ ଏମାନଙ୍କୁ ତାଙ୍କ ପ୍ରାକୃତିକ ଶତ୍ରୁ ମାନଙ୍କ ଠାରୁ ବଂଚେଇ ଦିଅନ୍ତି, ଫସଲ ମଧ୍ୟରେ ବ୍ୟବଧାନ କମେଇଦିଅନ୍ତୁ(150 ଗଛ/ ବର୍ଗ ମି.
  • ) । ଏହି ପ୍ରଜାତିର ପ୍ରାକୃତିକ ଶତ୍ରୁ ମାନଙ୍କୁ ପ୍ରଭାବିତ ନ କରିବା ପାଇଁ କୀଟନାଶକର ବ୍ୟବହାରକୁ ନିୟନ୍ତ୍ରଣ କରନ୍ତୁ । ଜଳସେଚନ ପାଣିର ଗୁଣବତ୍ତାକୁ ନିରୀକ୍ଷଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ