Pomacea canaliculata
ଅନ୍ୟ
ଏହା ଏକ ପୋକ ଯାହାକି ସନ୍ତସନ୍ତିଆ ଅଞ୍ଚଳର ଧାନରେ ମୁଖ୍ୟତଃ ଦେଖା ଯାଇଥାଏ । କ୍ଷତି ଗୁଡିକର ପ୍ରଥମ ଲକ୍ଷଣ ହେଲା କମ ସଂଖ୍ୟା ର ଫସଲ ଠିଆ ହେବା, ଯେଉଁଠାରେ ଗେଣ୍ଡା ଗୁଡିକ ପାଣି ସ୍ତର ତଳୁ ହିଁ କାଣ୍ଡ ଗୁଡିକର କାଣ୍ଡ କାଟି ଦେଇଥାନ୍ତି. ଏହି ଫସଲଟି ଚାରାର ସହଳ ଅବସ୍ଥାରେ ବହୁତ ସମ୍ବେଦନଶୀଳ ହୋଇଥାଏ, ତେଣୁ ଗେଣ୍ଡା ଗୁଡିକ ମୁଖ୍ୟତଃ 30 ଦିନ ବୟସ୍କ ସିଧାସଳଖ ବୁଣା ଧାନ ଓ ପ୍ରତିରୋପଣ କରାଯାଇଥିବା ଧାନରେ କ୍ଷତି କରି ଥାଆନ୍ତି । ଏହା ପରେ, କାଣ୍ଡ ଗୁଡିକ ବହୁତ ମୋଟା ହୋଇ ଯାଆନ୍ତି ଓ ଗେଣ୍ଡା ଗୁଡିକ ଶକ୍ତ କୋଷ ଗୁଡିକୁ ଖାଇ ପାରନ୍ତି ନାହିଁ । ଗେଣ୍ଡା ଗୁଡିକ ପ୍ରଥମେ ପିଲ ଗୁଡିକୁ କାଟି ଦିଅନ୍ତି ଓ ପରେ ପାଣି ତଳେ କାଣ୍ଡ ଓ ପତ୍ରଗୁଡ଼ିକରୁ ନିଜ ପୋଷଣ କରିଥାଆନ୍ତି । ଅନ୍ୟ ଫସଲ ଯେପରିକି ସାରୁ ଜାତୀୟ(କୋଲକାସିଆ ଏସକ୍ୟୁଲେଣ୍ଟାମେ) ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଏହି କୀଟ ମାନଙ୍କର ଜୀବନ ଅବଧି 119 ଦିନ ରୁ 5 ବର୍ଷ ଯାଏଁ ହୋଇ ପାରେ । ଉଚ୍ଚ ତାପମାତ୍ରା ସହିତ ଜୀବନ ଅବଧି କମି ଯାଏ ।
ଯଦି ଜମି ପ୍ରସ୍ତୁତ କରିବା ସମୟରେ, ବିହନ ବୁଣିବା କିମ୍ବା ଫସଲ ସ୍ଥାପନ ହେବା ସମୟରେ ବହୁ ସଂଖ୍ୟାରେ ଗେଣ୍ଡା ଓ ଅଣ୍ଡା ସଂଗ୍ରହ କରିବାର ଅଭିଯାନ କରିବା ଫଳପ୍ରସୂ ହୋଇଥାଏ । ଗେଣ୍ଡା ଗୁଡିକର ଅମଳ ମଧ୍ୟ କରା ଯାଇପାରେ ଓ ପଶୁ ଖାଦ୍ୟ ହିସାବରେ ବିକ୍ରି କରା ଯାଇପାରେ । ପ୍ରାକୃତିକ ଭକ୍ଷକ ମାନଙ୍କୁ ଅନୁମୋଦନ କରନ୍ତୁ, ଯଥା: ନାଲିଆ ପିମ୍ପୁଡି ଯାହାକି ଗେଣ୍ଡା ଅଣ୍ଡାକୁ ଖାଇଥାଏ ଓ ପକ୍ଷୀ କିମ୍ବା ବତକ ଯେଉଁମାନେ କି କଅଁଳ ଗେଣ୍ଡା ମାନଙ୍କୁ ଖାଇଥାଆନ୍ତି । ଶେଷ ଜମି ପ୍ରସ୍ତୁତି କିମ୍ବା ଫସଲ ସ୍ଥାପନ ହେବା ପରେ ଯେତେ ବେଳେ ଫସଲ ଗୁଡିକ ପର୍ଯ୍ୟାପ୍ତ ଭାବେ ବଡ଼ ହୋଇ ଯାଇଥାଏ ସେତେବେଳେ ଘରୋଇ ବତକ ଗୁଡିକୁ ଜମି ମଧ୍ୟରେ ଛାଡି ଦେଇ ପାରିବେ.
ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ଉପଚାର ପଦ୍ଧତି ଗ୍ରହଣ କରନ୍ତୁ । ସାଧାରଣ କୀଟନାଶକ ପ୍ରୟୋଗ ମାତ୍ରା ଓ ସୂଚୀ କୁ ଅନୁସରଣ କରିବା ପରେ, ସେଓ ଗେଣ୍ଡା ଉପରେ ପ୍ରତିକୂଳ ପ୍ରଭାବକୁ ସବୁଠାରୁ ଅଧିକ କରିବା ପାଇଁ 2 ସେମି ପାଣିରେ କୀଟନାଶକ ପ୍ରୟୋଗ କରନ୍ତୁ । ସମ୍ପୂର୍ଣ ଜମି ଉପରେ କୀଟନାଶକ ପ୍ରୟୋଗ କରିବା ପରିବର୍ତ୍ତେ ତଳିଆ ଜାଗା ଉପରେ ଓ ଜଳ ପଥ ଉପରେ ହିଁ କୀଟନାଶକ ପ୍ରୟୋଗ କରନ୍ତୁ । ଚାରା ରୋପଣ କରିବା ସଙ୍ଗେ ସଙ୍ଗେ କିମ୍ବା ସିଧାସଳଖ ବୁଣାଯାଇଥିବା ଧାନରେ ବିହନ ସ୍ଥାପନ ହେବା ସମୟରେ ଏହି କୀଟନାଶକ ସବୁ ପ୍ରୟୋଗ କରିବା ଉଚିତ ଅଟେ ଓ କେବଳ 30 ଦିନ ବୟସରୁ କମ ବୟସ ର ଧାନ ଫସଲ ଉପରେ ପ୍ରୟୋଗ କରନ୍ତୁ । ସର୍ବଦା ଉପରେ ଥିବା ଲେବେଲ କୁ ପଢନ୍ତୁ ଓ ସୁରକ୍ଷିତ ଉପଚାର ସୁନିଶ୍ଚିତ କରନ୍ତୁ ।
ପୋମାସିଏ କାନାଲିକୁଲାଟା ଓ ପି. ମାକୁଲାଟା ନାମକ ପ୍ରଜାତି ର ଦୁଇ ସୁନେଲି ସେଓ ଗେଣ୍ଡା ଗୁଡିକ ଦ୍ୱାରା ଲକ୍ଷଣ ଗୁଡିକ ସୃଷ୍ଟି ହୋଇଥାଏ । ଏଗୁଡିକ ଅତ୍ୟନ୍ତ ଆକ୍ରମଣକାରୀ ଅଟନ୍ତି ଓ ଧାନ ଫସଲ ଉପରେ ମାରାତ୍ମକ କ୍ଷତି କରି ପାରନ୍ତି । ଏଗୁଡିକ ସାଧାରଣତଃ ପାଣି ଗମନପଥ (ଜଳସେଚନ କେନାଲ, ପ୍ରାକୃତିକ ଜଳ ବିତରଣ) କିମ୍ବା ବନ୍ୟା ଦ୍ୱାରା ବ୍ୟାପି ଥାଆନ୍ତି । ଶୁଷ୍କ ସମୟ କାଳରେ, ଏହି ଗେଣ୍ଡା ଗୁଡିକ ନିଜକୁ କାଦୁଅ ଭିତରେ ପୋତି ଦିଅନ୍ତି ଓ ଛଅ ମାସ ଯାଏଁ ସୁପ୍ତ ରହିପାରନ୍ତି, ପାଣି ଆସିବ ପାରେ ପୁଣି ଆବିର୍ଭାବ ହୁଅନ୍ତି । ଧାନ ଚାଷରେ ଆଞ୍ଚଳିକ ଗେଣ୍ଡାରୁ ଏହି ଗେଣ୍ଡା ଗୁଡିକୁ ଅଲଗା କରିବା ପାଇଁ ଏମାନଙ୍କ ରଙ୍ଗ ଓ ଆକାର ସାହାଯ୍ୟ କରିଥାଏ । ସୁନେଲି ସେଓ ଗେଣ୍ଡା ଗୁଡିକର କାଦୁଆ ମାଟିଆ ଖୋଳ ଥାଏ ଓ ସୁନେଲି ଗୋଲାପୀ କିମ୍ବା ନାରଙ୍ଗୀ-ହଳଦିଆ ରଙ୍ଗର ମାଂସ ଥାଏ । ଏମାନେ ଆଞ୍ଚଳିକ ଗେଣ୍ଡା ତୁଳନାରେ ବଡ଼ ଓ ରଙ୍ଗରେ ଫିକା ହୋଇ ଥାନ୍ତି । ଏଗୁଡିକର ଅଣ୍ଡା ଗୁଡିକ ଉଜ୍ଜଳ ଗୋଲାପୀ ରଙ୍ଗର ହୋଇଥାଆନ୍ତି ଓ ଏକା ଥରେ ଶହ ଶହ ଅଣ୍ଡା ଗୁଛାକାର ଭାବେ ଦେଇଥାନ୍ତି ।