Biomphalaria spp.
ଅନ୍ୟ
ଗଛ ଉପରେ ସୀମିତ କ୍ଷତି ହୋଇଥାଏ । କିନ୍ତୁ, କିଛି ଗେଣ୍ଡା ଗୁଡିକରେ, ଉଦାହରଣ ସ୍ୱରୂପ ବି. ଗ୍ଲାବ୍ରାଟା, ପରଜୀବି ମାନଙ୍କ ପାଇଁ ମଧ୍ୟବର୍ତ୍ତୀ ପୋଷକ ସାଜି ଯାଇ ପାରେ ଯାହାକି ମଣିଷ ମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ, ଏହି ଗେଣ୍ଡାଟି, ଚିକିତ୍ସା ବିଜ୍ଞାନ ଭାବରେ କହିବାକୁ ଗଲେ, ମଣିଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୀଟ ହୋଇଥିବାରୁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ଏହି ପରଜୀବି ଦ୍ୱାରା ସ୍କିଷ୍ଟୋସୋମିଆସିସ ନାମକ ଏକ ରୋଗ ହୋଇଥାଏ ଓ ଦୂଷିତ ପାଣିରେ ପରଜୀବିକୁ ପରିବାହିତ କରୁଥିବା ଗେଣ୍ଡା ଗୁଡିକ ମଣିଷ ସ୍ପର୍ଶ ରେ ଆସିବ ଦ୍ୱାରା ସଂଚାରିତ ହୋଇଥାଏ (ହ୍ରଦ, ପୋଖରୀ, ନଦୀ, ବନ୍ଧ, ପଙ୍କ ଓ ଧାନ ଜମି) । ଏହା ମୁଖ୍ୟତଃ ଜଳସେଚନ କେନାଲ, ସ୍ରୋତ, ନାଳ ଓ ବନ୍ୟା ଦ୍ୱାରା ପରିବାହିତ ହୋଇଥାଏ । କିନ୍ତୁ, ଝରଣା ଏବଂ କୁଅ ପାଣିରେ ଏକ ବିଶିଷ୍ଟ ରସାୟନ ବିଜ୍ଞାନ ଥିବାରୁ, ଏହି ଜାଗା ଗୁଡିକ ସାଧାରଣତଃ ଏହି ଗେଣ୍ଡା ମାନଙ୍କ ଦ୍ୱାରା ସଂକ୍ରମିତ ହୋଇ ନଥାଏ । ଏହି କ୍ଷତିରୁ ସ୍ଥାନୀୟ ଲୋକଙ୍କୁ ବଞ୍ଚେଇବା ପାଇଁ ପିଇବା ପାଣି ଓ ସଫା ସୁତୁରା ପରିବେଶ ଜରୂରୀ ଅଟେ ।
ପୋଖରୀ ଗୁଡିକରେ ମାଛର ଉପସ୍ଥିତି, ଉଦାହରଣ ସ୍ୱରୂପ ଟୀଲାପିଆ କିମ୍ବା ଗୁପ୍ପୀସ ପ୍ରଜାତିର ମାଛ, ବାଇଓମ୍ଫାଲାରିଆ ରା ସଂଖ୍ୟା କୁ ନିୟନ୍ତ୍ରଣ କରିବାର ଏକ ଫଳପ୍ରଦ ଉପଚାର ଉପାୟ ହୋଇପାରେ । ଏମାନଙ୍କୁ ସ୍କିଷ୍ଟୋସୋମିଆସିସ ର ମଧ୍ୟବର୍ତ୍ତୀ ପୋଷକ ମାନଙ୍କ ଠାରୁ ମୁକ୍ତ ରଖିବା ପାଇଁ ମାଛ ପୋଖରୀ ଗୁଡିକର ପରିଚାଳନା ଅତ୍ୟନ୍ତ ଜରୂରୀ ଅଟେ.
ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ପ୍ରାଯ଼ିକ୍ୱାଣ୍ଟେଲ ନାମକ ଏକ ଦ୍ରବ୍ୟକୁ, ମଣିଷ ମାନଙ୍କରେ ସ୍କିଷ୍ଟୋସୋମିଆସିସର ପ୍ରାଥମିକ ଉପଚାର ଭାବେ ବ୍ୟବହାର କରାଯାଏ । ଏହି ଔଷଧ ର ଥରେ ପ୍ରୟୋଗ ଦ୍ୱାରା ସଂକ୍ରମଣର ଚାପ ଓ ଲକ୍ଷଣ ଗୁଡିକର ମାରତ୍ମକତା କମେଇବା ପାଇଁ ସଫଳ ହେବା ଦେଖା ଯାଇଅଛି । ଦୂଷିତ ପାଣି ରେ ଚାଷ କାମ କରିବା ପରାମର୍ଶନୀୟ ନୁହଁ, ଯେହେତୁ ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ହୋଇପାରେ । ଏମାନଙ୍କର ବିସ୍ତାର ଚକ୍ର ଭାଙ୍ଗିବା ପାଇଁ ଗେଣ୍ଡା ମାନଙ୍କର ନିୟନ୍ତ୍ରଣ ଜରୂରୀ ଅଟେ ।
ଧାନ ଗଛ ଗୁଡିକୁ କ୍ଷତି ବାଇଓମ୍ଫାଲାରିଆ ପ୍ରଜାତିର ବାୟୁ - ଶ୍ଵାସ କ୍ରିୟା ହେଉଥିବା ମିଠା ପାଣିର ଗେଣ୍ଡା ଦ୍ୱାରା ହୋଇଥାଏ । ବାଇଓମ୍ଫାଲାରିଆର ସମସ୍ତ ପ୍ରଜାତି ଉଭୟଲିଙ୍ଗି ହୋଇଥାଆନ୍ତି, ଯାହାର ଉଭୟ ପୁରୁଷ ଓ ମହିଳା ଜନନାଙ୍ଗ ଥାଏ ଓ ଏମାନେ ଉଭୟ ସ୍ଵ ସମାୟନ କିମ୍ବା ପର ସମାୟନ କରିବା ପାଇଁ ସମର୍ଥ ଅଟନ୍ତି । ଅଣ୍ଡା ଗୁଡିକୁ 5-40ଟି ଲେଖାଏଁ ଗୁଚ୍ଛ ଭାବେ ସମୟ ଅନ୍ତରରେ ଦିଆ ଯାଇଥାଏ, ପ୍ରତ୍ୟେକ ଅଣ୍ଡା ଗୁଚ୍ଛ ଏକ ଜେଲି ଭଳି ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଥାଏ । ଗେଣ୍ଡା ପ୍ରଜାତି ଓ ପରିବେଶ ପରିସ୍ଥିତି ଉପରେ ନିର୍ଭର କରି ଯୁବ ଗେଣ୍ଡା ଗୁଡିକ 6-8 ଦିନ ମଧ୍ୟ ରେ ଜନ୍ମ ହୋଇ ଯାଆନ୍ତି ଓ 4-7 ସପ୍ତାହ ମଧ୍ୟରେ ପୂର୍ଣ୍ଣ ବିକଶିତ ହୋଇ ଯାଆନ୍ତି । ତାପମାତ୍ରା ଓ ଖାଦ୍ୟ ଉପଲବ୍ଧତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୀମିତ କାରକ ମଧ୍ୟରୁ ଅନ୍ୟତମ ଅଟନ୍ତି । ଗୋଟିଏ ଗେଣ୍ଡା ନିଜ ଜୀବନ ମଧ୍ୟରେ ପାଖା ପାଖି 1000 ଅଣ୍ଡା ଦେଇ ପାରେ, ଯାହା କି ଆହୁରି ଗୋଟିଏ ବର୍ଷ ଯାଏଁ ବଞ୍ଚି ପାରନ୍ତି ।