Euproctis sp.
ପୋକ
ଲୋମଶ ସମ୍ବାଳୁଆର ଶୂକର ସହଳ ଅବସ୍ଥାରେ ଶରୀରର ଉଭୟ ପାର୍ଶ୍ଵରେ ଲମ୍ବା ଧଳାଳିଆ ବାଳ ଥାଏ । ସେମାନେ ଆମ୍ବ ଗଛର ଓ ଅନ୍ୟ ନ୍କିଛି ପ୍ରଜାତିର ପତ୍ର ଉପରେ ଦଳବଦ୍ଧ ହୋଇ ଖାଆନ୍ତି ଏବଂ ଘଟଣାକ୍ରମେ ସେମାନଙ୍କୁ ପତ୍ରହୀନତା କରିଦିଅନ୍ତି । ପରିପକ୍ଵ ଶୂକର ଧଳା ଲୋମ ଦ୍ଵାରା ଘେରି ହୋଇ ରହିଥିବା ଲାଲ ମୁଣ୍ଡ ଓ ଲାଲ ବାଦାମୀ ଶରୀର ଥାଏ । ସେମାନଙ୍କର ମୁଣ୍ଡରେ ଗୋଟିଏ ଗୁଚ୍ଛ ଥାଏ ଏବଂ ଆଉ ଗୋଟିଏ ଗୁହ୍ୟ ପ୍ରାନ୍ତରେ ଥାଏ । ଶାଖା କିମ୍ବା ପତ୍ର ଉପରେ ଶୂକ ଲୋମଶ ଖୋସାରେ କୋଷା କରେ । ଆଗ ଡେଣାରେ ଧାର ପାଖରେ କଳା ଚିହ୍ନ ଏବଂତେରେଛା କଳା ଗାର ସହିତ ଉଜ୍ଜଳ ହଳଦିଆ ପ୍ରଜାପତି ଅଟେ ।
ଶୂକମାନେ ଦୃଢବଦ୍ଧ ଦଳରେ ଖାଆନ୍ତି , ସେମାନଙ୍କୁ ନଷ୍ଟ କରିବା ପାଇଁ ଜଳନ୍ତା ଟର୍ଚ୍ଚ ବ୍ୟବହାର କରାଯାଇପାରେ । ନିମ୍ବ ( ଅଜାଡିରାଚଟା ଇଣ୍ଡିକା ) ଏବଂ ଦୁଦୁରା ( ଡାତୁରା ଷ୍ଟ୍ରାମୋନିଆମ )ନିର୍ଯ୍ୟାସ ସିଂଚନ କଲେ ସମ୍ବାଳୁଆ ସଂଖ୍ୟା କମେ । ବେଶିଲସ ଥୁରିନଜିନେସିସ ବୀଜାଣୁ ଏକ ଅଣୂଜୀବୀ କୀଟନାଶକ ଯାହାକି ଅନ୍ତ୍ରନାଳୀକୁ ପଙ୍ଗୁ କରି ସମ୍ବାଳୁଆକୁ ମାରେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସାଇପେର୍ମେଥ୍ରିନ , ଡେଲ୍ଟାମେଥ୍ରିନ , ଫ୍ଲୁଭାଲିନେଟ ଆଦି ଲୋମଶ ସମ୍ବାଳୁଆ ପାଇଁ ଫଳପ୍ରସୂ ଅଟେ ।
ସାମଞ୍ଜସ୍ୟ ଥିବା ଦୁଇଟି ଜାତିର ସମ୍ବାଳୁଆ ଯୋଗୁଁ ପତ୍ରର କ୍ଷତ ଓ ପତ୍ର ଝଡା ହୁଏ । ମାଇମାନେ ହଳଦିଆ ,ଚେପଟା ଗୋଲାକାର ଅଣ୍ଡା ପତ୍ରର ତଳ ପଟେ ଗୁଛାକାରରେ ଦିଅନ୍ତି । ହଳଦିଆ ବାଦାମୀ ଲୋମ ଏବଂ କାତି ଦ୍ଵାରା ଆବରିତ ହୋଇଥିବାରୁ ଅଣ୍ଡା ବସାଗୁଡିକ ସ୍ପଷ୍ଟ ଜଣାପଡେ । 4 - 10 ଦିନରେ ଶୂକ ବାହାରେ । ଖୋସା ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ପତ୍ରରେ ସେମାନେ 13 ରୁ 29 ଦିନ ପର୍ଯ୍ୟନ୍ତ ଖାଇଚାଲନ୍ତି । ରେଶମୀ ଖୋସାରେ 9 ରୁ 25 ଦିନ ରହିବା ପରେ ବୟସ୍କ ପ୍ରଜାପତି ବାହାରେ । ଶୀତଦିନେ ଶୂକ ସୁପ୍ତତା ଦେଖାଏ ।