Idioscopus spp.
ପୋକ
ଫ୍ୟୁଜାରିଆମ ମେଞ୍ଜିଫେରେ କବକ ପ୍ରଜାତି ଯୋଗୁଁ ଏହି ରୋଗ ହୁଏ । ଅଙ୍ଗୀୟ ଅପଗଠନ ମୁଖ୍ୟତଃ ନୂଆ ଚାରାରେ ଦେଖାଯାଏ । ଚାରା ଛୋଟ କାତି ଭଳି ପତ୍ର ସହିତ ଛୋଟ ଡାଳ ସୃଷ୍ଟିକରେ ଓ ଅଗ୍ରକୁ ଏକ ଗୁଛାକାର ରୂପ ଦିଏ । ଚାରା ରୁଗୁଡିଆ ରହେ ଏବଂ ଘଟଣାକ୍ରମେ ମରିଯାଏ । ଫୁଲର ଅପଗଠନରେ କେଣ୍ଡାର ବିଭିନ୍ନତା ଦେଖାଯାଏ । ଅତ୍ୟଧିକ ଅପଗଠିତ ସ୍ତବକ ( panicle ) ଦୃଢ ରହେ ଓ ବଡ ଫୁଲ ଯୋଗୁଁ ଅଧିକ ଘଞ୍ଚ ଦେଖାଯାଏ । ପ୍ରଭାବିତ ଗଛଘଞ୍ଚ ଡାଳ ଓ ଫୁଲ ସହିତ ଅସାମାନ୍ୟତା ଦେଖାଏ । ପତ୍ର ଓ କାଣ୍ଡ କଢର ବଢୁଥିବା ଅଗ ଛୋଟ ପବ ଓ ଭଙ୍ଗୁରପ୍ରବଣ ପତ୍ର ସହିତ ଅସାଧାରଣ ଡାଳ ସୃଷ୍ଟି କରେ । ସୁସ୍ଥ ଗଛର ପତ୍ର ଠାରୁ ସାଧାରଣତଃ ପତ୍ରଗୁଡ଼ିକ ଛୋଟ ହୁଏ । ଗୋଟିଏ ଗଛରେ ସାଧାରଣ ଓ ଅପଗଠିତ ବୃଦ୍ଧି ଏକାସମୟରେ ଦେଖାଯାଇପାରେ ।
ଜୈବ ନିୟନ୍ତ୍ରକ ଯଥା ମାଲାଡା ବୋନିନେଂସିସ ଓ କ୍ରିସୋପା ଲାସିପେର୍ଡା ଏବଂ ପୋଲିନେମା ପ୍ରଜାତିର ଅଣ୍ଡା ପରଜୀବୀ ଡିଆଁ ପୋକ ସଂଖ୍ୟା କମାଇପାରେ । ବିକଳ୍ପ ଭାବରେ , ପ୍ରଭାବିତ ଆମ୍ବ ଗଛ ବେଉଭେରିଆ ବାସିଆନା କିମ୍ବା ମେଟାରିଜିଆମ ଆନିସୋପ୍ଳିଏ କବକ ଥିବା ତୈଳ ଭିତ୍ତିକ ସିଞ୍ଚନ ଦ୍ଵାରା ଉପଚାରିତ କରାଯାଇପାରେ ।ଏକ ସପ୍ତାହରେ 2 -3 ଥର ଉପଚାର ସୁପାରିସ କରାଯାଏ । ନିମ୍ବ ତେଲ ( 3 % ) ଥିବା ସିଞ୍ଚନ ମଧ୍ୟ ଇଡିୟସ୍କୋପସ ପ୍ରଜାତି ସଂଖ୍ୟା 60 % ପର୍ଯ୍ୟନ୍ତ କମାଇପାରେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସାଇପେରମେଥ୍ରିନ ( 0.4%) ଥିବା ସିଂଚନର ବ୍ୟବହାର ଅଧିକ ଫଳପ୍ରସୂ ଭାବେ ପ୍ରମାଣିତ ହୋଇଛି । ଡାଇମେଥୋଏଟ ଥିବା କୀଟନାଶକ ଗଣ୍ଡି ଭିତରେ ପ୍ରୟୋଗ କରାଯାଇପାରେ । ଫୁଲ ଅବସ୍ଥା ପୂର୍ବରୁ 7 ଦିନ ଅନ୍ତରରେ 2 ଟି ସିଂଚନ ସୁପାରିସ କରାଯାଏ , ଯାହାଦ୍ୱାରା ପରାଗ ସଙ୍ଗମକାରୀ ଉପରେ ପାର୍ଶ୍ଵ ପ୍ରଭାବ କମେ ।
ଡିଆଁ ପୋକ ସାଧାରଣତଃ ଚଉଡା , ଗୋଲ ମୁଣ୍ଡ ଓ ଗୋଲାକାର ଆଖି ସହିତ, କିଳା ଭଳି ଆକାର ଅଟନ୍ତି । ବଯସ୍କମାନେ ସୁନେଲି କିମ୍ବା ଗାଢ ବାଦାମୀ ଏବଂ ପ୍ରାୟ 4 - 5 ମିମି ଲମବ ଅଟନ୍ତି । ଛୁଆ ପୋକ ମାନେ ଲାଲ ବର୍ଣ୍ଣର ଆଖି ସହିତ ହଳଦିଆ ବାଦାମୀ ବର୍ଣ୍ଣର ଅଟନ୍ତି । ପ୍ରଜାତି ଅନୁସାରେ ,ଆମ୍ବ ଡିଆଁ ପୋକ ଫୁଲ , ପତ୍ର ଶିରା ଏବଂ ପତ୍ର ଫଳକ ଉପରେ ଗୋଟିଏ ଗୋଟିଏ ଅଣ୍ଡା ଦିଅନ୍ତି । 100 ରୁ 200 ପର୍ଯ୍ୟନ୍ତ ଅଣ୍ଡା ହୋଇପାରେ । ସେମାନେ ଉଚ୍ଚ ଆର୍ଦ୍ରତା ସହିତ ଛାଇ ପରିବେଶ ପସନ୍ଦ କରନ୍ତି ବୟସ୍କ ଡିଆଁ ପୋକ ଭଲ ଉଡାଳି ଏବଂ ଅଳ୍ପ ଦୂରତାରେ ଶୀଘ୍ର ବିସ୍ତାର କରନ୍ତି । ତଳିଘେରା ଚାରାର ପରିବହନ ଏହି ପୋକକୁ ଅନ୍ୟ ବଗିଚା ବା ଅଞ୍ଚଳକୁ ବିସ୍ତାର କରେ । ପୁରୁଣା , ଅବହେଳିତ ଓ ଘଞ୍ଚ ଭାବେ ଲଗାଯାଇଥିବା ବଗିଚା ଏହି ପୋକର ବଂଶ ବୃଦ୍ଧି ପାଇଁ ଅନୁକୂଳ ଅଟେ ।