Sternochetus mangiferae
ପୋକ
ସଂକ୍ରମିତ ଫଳ ସହଜରେ ଜଣା ପଡିଯାଏ , କାରଣ ପାଣିଭିଜା ଚିହ୍ନ ଦ୍ଵାରା ଘେରି ହୋଇ ରହିଥିବା ଲାଲ ବାଦାମୀ ଦାଗ ଆକାରରେ ପୋକ ଦ୍ଵାରା ଘା' ଓ କଣା ଫଳ ଉପରେ ସ୍ପଷ୍ଟ ଜଣା ପଡେ । ଏହା ମାଈମାନଙ୍କ ଅଣ୍ଡା ଦେବା ସ୍ଥାନ ଅଟେ । କଠିନ ହଳଦିଆ ବା ମହୁ ବର୍ଣ୍ଣର ନିର୍ଗତ ପଦାର୍ଥ ସେହି ଦାଗରୁ ଝଡେ । ଶୂକ ବାହାରି ଫଳ ମାଂସ କଣା କରି ଟାକୁଆ ଆଡକୁ ଯାଏ । ଟାକୁଆରେ କଣା ଥାଏ ଏବଂ ଫଳର ଅନ୍ତଃ କେନ୍ଦ୍ର କଳା ରଙ୍ଗରେ ପରିଣତ ହୁଏ ଓ ପଚିଯାଏ। ପ୍ରପୀଡନ ଯୋଗୁଁ ଫଳ ଶୀଘ୍ର ଝଡିଯାଏ ଏବଂ ବିହନର ଅଙ୍କୁରଣ କ୍ଷମତା କମିଯାଏ । ବିରଳ ଭାବରେ , ଉଦାହରଣ ସରୂପ ବିଳମ୍ବ ପରିପକ୍ଵ କିସମରେ ବୟସ୍କମାନେ ଫଳରେ ସୁଡଙ୍ଗ କରି ମଞ୍ଜି ଛାଡି ଯାଆନ୍ତି । ଏହା ଫଳଚୋପାରେ ଝଡା ଚିହ୍ନ ସୃଷ୍ଟି କରେ ଯାହାକି ଦ୍ଵିତୀୟକ ସଂକ୍ରମଣକୁ ଆକର୍ଷଣ କରେ ଓ ଫଳକୁ ନଷ୍ଟ କରେ ।
ଇସେଫାଇଲା ସ୍ମାରାଗଡିନା ପିମ୍ପୁଡି ବଯସ୍କମାନଙ୍କ ପାଇଁ ଜୈବ- ନିୟନ୍ତ୍ରକ ଭାବେ ବ୍ୟବହାର କରାଯାଇପାରେ । ଫଳରେ ବିଭିନ୍ନ ଅବସ୍ଥାରେ ପୋକକୁ ଗରମ ଓ ଥଣ୍ଡା ଉପଚାରରେ ମରାଯାଇପାରେ । ଏସ ॰ ମେଞ୍ଜିଫେରା ଶୂକକୁ ଅନେକ ଭୂତାଣୁ ପ୍ରଭାବିତ କରନ୍ତି ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଡେଲ୍ଟାମେଥ୍ରିନର ଦୁଇଟି ସିଞ୍ଚନ , ପ୍ରଥମେ ଫଳ 2-4 ସେମି ଆକାରର ହୋଇଥିବ ଏବଂ ଦ୍ଵିତୀୟ 15 ଦିନ ପରେ , ପ୍ରୟୋଗ କଲେ ନିୟନ୍ତ୍ରଣ କରାଯାଇପାରିବ । ଏସ ॰ ମେଞ୍ଜିଫେରା ପ୍ରପୀଡନ ବାଧା ଦେବା ପାଇଁ କେତେକ ସକ୍ରିୟ ଉପାଦାନ ଥିବା କୀଟନାଶକ ସିଞ୍ଚନ ଅଧିକ ଫଳପ୍ରସୂ ଅଟେ ।
ବୟସ୍କ ଆମ୍ବ ଟାକୁଆ ଘୂଣି ପୋକ ଏକ ଲମ୍ବା ମୁଣ୍ଡ( ଯାହାକି ନାସାଗ୍ର ସୃଷ୍ଟି କରେ) ସହିତ ଏକ ଅଣ୍ଡା ଆକାରର ଭୃଙ୍ଗ ଅଟେ । ମାଇମାନେ ଅର୍ଦ୍ଧପକ୍ଵ ଠାରୁ ପାଚିଲା ଫଳରେ କ୍ଷୀର ଧଳା , ଦୀର୍ଘବୃତ୍ତାକାର ଅଣ୍ଡା ଗୋଟି ଗୋଟି କରି ଦିଅନ୍ତି । କଣାଟି ଫିକା ବାଦାମୀ ନିର୍ଗତ ପଦାର୍ଥ ସହିତ ଫଳ ଚୋପାରେ ଏକ ଛେଦନ ଦାଗ ଆକାରରେ ଚିହ୍ନିତ ହୋଇଥାଏ । 5-7 ଦିନ ପରେ 1 ମିମି ଶୂକ ବାହାରେ ଓ ଫଳ ମାଂସରେ ସୁଡଙ୍ଗ କରି ଟାକୁଆ ଆଡକୁ ଯାଏ । ସାଧାରଣତଃ ପ୍ରତି ଟାକୁଆରେ ଗୋଟିଏ ଲେଖାଏଁ ଶୂକ ଥାଏ , ବେଳେବେଳେ 5ଟି ପର୍ଯ୍ୟନ୍ତ ଥାଆନ୍ତି । କେତେକ ବିରଳ କ୍ଷେତ୍ରରେ , ଶୂକ ଫଳ ମାଂସ ଖାଇ ସେଠାରେ କୋଷା କରେ । ବୟସ୍କ ମାନେ ଫଳ ଝଡିଯିବା ପରେ ବାହାରିଯାନ୍ତି ଓ ନୂଆ ଫଳ ଗଛରେ ଆସିବା ପର୍ଯ୍ୟନ୍ତ ସୀମିତ ବୃଦ୍ଧି ପର୍ଯ୍ୟାୟରେ ରହନ୍ତି ( suspended growth period ) । ଯେତେବେଳେ ଆମ୍ବ ମଟର ଚଣା ଆକାରର ହୁଏ , ସେମାନେ ପୁଣି ସକ୍ରିୟ ହୋଇ ପତ୍ର ଖାଇବା ଆରମ୍ଭ କରି ସଂଗମ କରନ୍ତି ।ଶୂକ , କୋଷା କିମ୍ବା ବୟସ୍କ ଥିବା ଫଳ , ବିହନ , ଚାରା ଏବଂ/କିମ୍ବା ଡାଳ ଖଣ୍ଡ ଦ୍ଵାରା ଦୂର ସ୍ଥାନକୁ ଏହି ପୋକ ବିସ୍ତାର କରେ ।