Fertilizer Burn
ଅନ୍ୟ
ବହୁଳ ସାର ପ୍ରୟୋଗ ର କ୍ଷତି ସାଧାରଣତଃ ପତ୍ର ଧାର ଧୂସର ରଙ୍ଗ କିମ୍ବା ପାତ୍ରରେ ପୋଡା ଦାଗ ପରି ଦେଖାଯାଏ. ରାସାୟନିକ ସାର ରେ ଥିବା ଲୁଣ ଗଛର ମୂଳ ର କୋଷିକା ରୁ ଜଳୀୟ ଅଂଶ ଶୋଷିନିଏ ଯାହାଫଳରେ ଗଛ ଝାଉଁଳି ଯାଏ, ଅଳ୍ପ ହଳଦିଆ ହୋଇଯାଏ ଏବଂ ବାଙ୍ଗରା ହେଇଥାଏ. ପତ୍ର ଉପରେ ସିଧାସଳଖ ଦାନାଦାର ବା ସ୍ପ୍ରେ ଯୋଗୁଁ ମଧ୍ୟ ପତ୍ର ପୋଡା ବା ଦାଗ ଦେଖାଯାଇଥାଏ. ଅନ୍ୟାନ୍ୟ କାରଣ ମଧ୍ୟରେ ମାଟିର ର ପ୍ରକାର, ଜଳସେଚନ ର ପ୍ରଣାଳୀ, ଲୁଣ ର ମାତ୍ର ଏବଂ କେତେକ ବିଶେଷ ଗଛର ସମ୍ବେଦନଶୀଲତା ଅଟେ ଯାହାକି କ୍ଷୟ କ୍ଷତି ର ମାତ୍ରା ଉପରେ ପ୍ରଭାବ ପକାଇଥାଏ.
ଯେତେବେଳେ ପୋକ କିମ୍ବା ରୋଗ ଦ୍ୱାରା ପନିପରିବା ଫସଲ ର ବହୁତ କ୍ଷତି ହୋଇ ଥାଏ, ସେତେ ବେଳେ କ୍ଷତିଗ୍ରସ୍ତ ଅଂଶ କୁ କାଟିଦେଇ କିମ୍ବା ଆଉଥରେ ଲଗା ଯାଇପାରେ ଏବଂ ଆସନ୍ତା ସମୟ ରେ ଏହି ସମସ୍ୟା କୁ ରୋକିବା ପାଇଁ ଅନୁଧ୍ୟାନ କରିବା ଦରକାର .
ଅଧିକ ସାର ପ୍ରୟୋଗ ଜନିତ ପତ୍ର ପୋଡା ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣର ଉପାୟ ନାହିଁ.
ପନିପରିବା ଗଛ ଉପରେ ଅଧିକ ସାର ପ୍ରୟୋଗ ଜନିତ କ୍ଷତି, ଗରମ ଏବଂ ଶୁଖିଲା ପାଗରେ ପ୍ରଚଣ୍ଡ ହୋଇଥାଏ. ମରୁଡି ସମୟ ରେ ମାଟିରେ ସାର ର ଲୁଣି ଅଂଶ ବହୁତ ଅଧିକ ହୋଇଥାଏ. ଏହା ସିଧାସଳଖ ଭାବେ ମୂଳ କୁ କ୍ଷତି ପହଂଚାଇଥାଏ ଯାହାକି ଗଛର ଉପର ଭାଗରେ ଥିବା ପତ୍ର ରେ ପୋଡା ଦାଗ ଆକାରରେ ଦେଖାଯାଇଥାଏ. ପାଣିରେ ମିଶିଯାଉଥିବା ଲୁଣ ଗଛ ର ଜଳପ୍ରବାହ ଦ୍ୱାରା ପତ୍ର ରେ କେନ୍ଦ୍ରୀଭୂତ ହୋଇଥାଏ ଯେଉଁଠିକି ଗରମ ଏବଂ ଶୁଖିଲା ଦିନ ମାନଙ୍କରେ ଝାଳ ଓ ବାଷ୍ପିକରଣ ଦ୍ୱାରା ଜଳୀୟ ଅଂଶ ସୁଖି ଯାଏ. ଥଣ୍ଡା ଏବଂ ମେଘୁଆ ପାଗ ରେ ମାଟିରେ ଜଳୀୟ ଅଂଶ ବହୁତ ଏବଂ ପତ୍ରର ଜଳୀୟ ଅଂଶ ହରାଇବା ବି ଧୀରେ ଚାଲେ ଯାହାକି ବହୁତ ଗଛକୁ ଅଧିକ ମାତ୍ରାରେ ଲୁଣ ସହନ କରିବାରେ ସାହାଯ୍ୟ କରିଥାଏ. ଏହା ବସନ୍ତ ଋତୁରେ ସମ୍ଭବ ହୋଇଥାଏ କିନ୍ତୁ ଗ୍ରୀଷ୍ମଋତୁରେ ସମ୍ଭବ ନୁହେଁ. ତେଣୁ ଅତ୍ୟନ୍ତ ଶୁଖିଲା ପାଗରେ ଦାନାଦାର ସାର ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆ ଯାଇଥାଏ. ଯଦିବା ପ୍ରୟୋଗ କରନ୍ତି ତାହେଲେ ପରେ ଭଲଭାବେ ପାଣିଦେବାକୁ ପରାମର୍ଶ ଦିଆଯାଇଥାଏ.