Cephaleuros virescens
ଅନ୍ୟ
5 mins to read
ପରଜୀବୀ ଶୈବାଳ ସି.ଭାଇରେସେନ୍ସ (C. virescens) ମୁଖ୍ୟତଃ ଆମ୍ବ ଓ ଅନ୍ୟ ଗଛର ପତ୍ର ଉପରେ ଆକ୍ରମଣ କରିଥାଏ, କିନ୍ତୁ ଶାଖା ଓ କାଣ୍ଡ ମଧ୍ୟ ଆକ୍ରମଣ କରିପାରେ. ସଂକ୍ରମିତ ପତ୍ର ରେ ଗୋଳିଆ, ଟିକେ ଉଠିଥିବା ସବୁଜ ରୁ ନାରଙ୍ଗୀ 2-4 ମିମି ବ୍ୟାସର ଦାଗ ଦେଖାଯାଏ. ସେଗୁଡିକର ଵିଶେଶତ୍ୱ ହେଲା ଯେ ଫୁରୁଫୁରିଆ (ଶୈବାଳର ରେଣୁ) ଏବଂ ଅସ୍ପଷ୍ଟ ଧାର. ସେଗୁଡିକ ମିଶିଯାଇ ଏକ ଦାଗର ଚକଡା ସୃଷ୍ଟି କରନ୍ତି. ଯୁବ କାଣ୍ଡ ଯାହା ଏହି ଶୈବାଳ ପାଇଁ ବହୁତ ଦୁର୍ବଳ, ସି.ଭାଇରେସେନ୍ସ (C. virescens) ବକଳାରେ ଫାଟ ସୃଷ୍ଟି କରି ଥାଏ ଯାହା ଦ୍ୱାରା ଗଛ ମରି ଯିବାର ସମ୍ଭାବନା ଥାଏ. ବହୁତ ଗଛରେ ତଳକୁ ଓହଳିଥିବା ଡାଳର ପତ୍ର ରେ ସବୁଠୁ ଖରାପ ଲକ୍ଷଣ ଦେଖାଦେଇଥାଏ. ଅଧିକ ତାପମାନ ଏବଂ ବୃଷ୍ଟିପାତ ଅଂଚଳରେ ଏବଂ ଗଛସବୁ ଯେଉଁଥିରେ ବୃଦ୍ଧି ରେ ସମସ୍ୟା ଥାଏ, ସେଥିରେ ସାଧାରଣତଃ ଶୈବାଳ ପତ୍ର ଦାଗ ଦେଖାଦେଇଥାଏ.
ଯେତେବେଳେ ରୋଗର ମାତ୍ର କମ ଥାଏ, ଦାଗ ଥିବା ପତ୍ର ଏବଂ ସଂକ୍ରମିତ ଡାଳ ବାହାର କରି ନଷ୍ଟ କରି ଦିଅନ୍ତୁ. ଏଥି ସହ ଝଡି ଯାଇଥିବା ସଂକ୍ରମିତ ପତ୍ରକୁ ଜମିରେ ନଷ୍ଟ କରି ଦିଅନ୍ତୁ. ଅତ୍ୟଧିକ ଶୈବାଳ ପତ୍ର ଦାଗ ରୋଗ ହେଲେ ବୋରଡ଼କ୍ସ ମିଶ୍ରଣ କିମ୍ବା କପର ଥିବା ଫର୍ମୁଲା ସ୍ପ୍ରେ କରନ୍ତୁ. ଖରା ଦିନ ଆରମ୍ଭ ପରଠାରୁ ପ୍ରତି ଦୁଇ ସପ୍ତାହରେ ଥରେ ଶରତ ଋତୁ ଶେଷ ପର୍ଯ୍ୟନ୍ତ ସ୍ପ୍ରେ କରିବା ଦରକାର.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦି ରାସାୟନିକ ନିୟନ୍ତ୍ରଣ ର ଆବଶ୍ୟକ ହୁଏ କପର ଥିବା କବକନାଶକ ବ୍ୟବହାର କରନ୍ତୁ.
ଅଧିକ ତାପମାନ ଏବଂ ବୃଷ୍ଟିପାତ ଅଞ୍ଚଳ ଏବଂ ଗଛସବୁ ଯେଉଁଥିରେ ବୃଦ୍ଧି କମ ହୋଇଥାଏ ସେଥିରେ ସାଧାରଣତଃ ଶୈବାଳ ପତ୍ର ଦାଗ ଦେଖାଦେଇଥାଏ. ଖାଦ୍ୟସାରରେ ଅଭାବ, ଜମିରେ ଖରାପ ଜଳ ନିଷ୍କାସନ ଏବଂ ଅତ୍ୟଧିକ କିମ୍ବା ଅତି କମ ଛାଇ ଦ୍ୱାରା ଏହି ରୋଗ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ. ଅନ୍ୟ ଗଛକୁ ବର୍ଷା ଛାଟ କିମ୍ବା ପବନ ଦ୍ୱାରା ଏହି ରୋଗ ବ୍ୟାପିଥାଏ. ସି.ଭାଇରେସେନ୍ସ (C. Virescens) ଗଛର ଜଳ ଓ ଖଣିଜ ଲବଣକୁ ଶୈବାଳ ନେଇଥାଏ ସେଥିପାଇଁ ଏହାକୁ ଜଳ ପରଜୀବୀ କୁହାଯାଏ. ବଢି ବଢି ପତ୍ର ଝଡିଲା ପର୍ଯ୍ୟନ୍ତ ପୁରା ପତ୍ରକୁ ଘୋଡାଇ ରଖି ଥାଏ. ନୁଆଁ ଅଳ୍ପ ଶୈବାଳ ର ବସା ବାରମ୍ବାର ବର୍ଷା ଦ୍ୱାରା ଧୋଇ ହୋଇଯାଏ. କେବଳ ପତ୍ରରେ ଥିବା କ୍ଷତ ଦେଇ ପଶିଥିବା ଶୈବାଳର ରେଣୁ ଦାଗ ସୃଷ୍ଟି କରିଥାଏ. କ୍ଷତ ହୋଇ ନଥିବା ପତ୍ର ଦେଇ ଶୈବାଳ ପଶିବାର କୌଣସି ପ୍ରମାଣ ନାହିଁ.