Nematoda
ଅନ୍ୟ
ସୂତ୍ରଜୀବ ସଂକ୍ରମଣ ଦ୍ୱାରା ଫସଲରେ ବିଭିନ୍ନ ପ୍ରକାରର କ୍ଷତି ହୋଇଥାଏ ଯାହା ନିର୍ଦ୍ଧିଷ୍ଟ ସୂତ୍ରଜୀବ ପ୍ରଜାତି ଓ ଏମାନଙ୍କର ସଂଖ୍ୟା ଏବଂ ଫସଲର ପ୍ରକାର ଉପରେ ନିର୍ଭର କରେ. କିଛି ସୂତ୍ରଜୀବ ଗଛକୁ ଅଧିକ ମୂଳ ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି ଓ ସେଥିରେ ଗଣ୍ଠି ଏବଂ କୀଟ ଆକୃତି ସୃଷ୍ଟି କରିଥାନ୍ତି. ଅନ୍ୟ କିଛି ସୂତ୍ରଜୀବ ମୂଳରେ ପ୍ରବଳ ଦାଗ ସୃଷ୍ଟି କରି ମୂଳର ଭିତର ଟିସୁକୁ ଖରାପ କରି ଦିଅନ୍ତି. ବହୁତ କ୍ଷେତ୍ରରେ କବକ ଓ ମାଟିରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ଏହି ଦାଗ ଗୁଡିକ ଅତିରିକ୍ତ ସଂକ୍ରମଣ ହୋଇଥାଏ. ପାଣି ଓ ଖାଦ୍ୟସାର ଗଛର ବିଭିନ୍ନ ଜାଗାରେ ପହଞ୍ଚି ପରି ନଥାଏ. ସଂକ୍ରମିତ ଗଛ ର ବୃଦ୍ଧି କମ ହୋଇ ଗଛର ବିକାଶ ଅବରୁଦ୍ଧ ହୋଇଯାଏ ଏବଂ ଏହାର ପତ୍ର ରଙ୍ଗହୀନ ହୋଇଯାଏ. ପତ୍ର ବିକୃତକାର ହୋଇଯାଏ ଓ ଝାଉଁଳା ଲକ୍ଷଣ ଦେଖାଯାଏ. ବେଳେବେଳେ କାଣ୍ଡ ମଧ୍ୟ ସଂକ୍ରମିତ ହୋଇଥାଏ.
କିଛି କ୍ଷେତ୍ରରେ ଜୈବିକ ନିୟନ୍ତ୍ରକ କାମ କରିପାରେ. ଧାନ୍ ଫସଲରେ ନେମାଟୋଫୋରା ଯାଇନୋଫିଲା (Nematophora Gynophila) ଏବଂ ଭର୍ଟିସିଲିୟମ୍ କ୍ଲାମାୟିଡୋସ୍ପୋରିୟମ୍ (Verticillium Chlamydosporium) ନାମକ କବକ କିଛି ସୂତ୍ରଜୀବ ନିୟନ୍ତ୍ରଣ କରିଥାଏ. ଗେଣ୍ଡୁ (Tagetes patula) ଏବଂ କାଲେଣ୍ଡୁଲା (Calendula officinalis) ରସ ମାଟିରେ ପ୍ରୟୋଗ କଲେ କିଛି ମାତ୍ରାରେ ଏହି କୃମି ସଂଖ୍ୟା କମ ହୋଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ସୂତ୍ରଜୀବ ପ୍ରକାର ଉପରେ ନିୟନ୍ତ୍ରଣ ପଦ୍ଧତି ନିର୍ଭର କରିଥାଏ. ସୂତ୍ରଜୀବ ନାଶକ (ଡାଜୋମେଟ) ମାଟିରେ ଧୁଆଂ ଦେଲେ ଜନସଂଖ୍ୟା ନିୟନ୍ତ୍ରଣ ହୋଇଥାଏ. କିନ୍ତୁ ଏହା ଅଧିକାଂଶ ଚାଷୀଙ୍କ ପାଇଁ ଆର୍ଥିକ ଲାଭ ଦେଇ ନଥାଏ. କିଛି ସୂତ୍ରଜୀବ ନାଶକ କୁ ଗଛରେ ପତ୍ର ସମୂହ ଉପରେ ସ୍ପ୍ରେ ମଧ୍ୟ କରାଯାଇପାରେ.
ସୂତ୍ରଜୀବ ଗୁଡ଼ିକ ସୂକ୍ଷ୍ମ ଗୋଲ କୃମି ଯାହା ଅଧିକତର ମାଟିରେ ରହିଥାନ୍ତି ଓ ପୋଷକ ଗଛର ମୂଳ କୁ ଖାଇଥାନ୍ତି ଓ ସଂକ୍ରମିତ କରିଥାନ୍ତି. ସାଧାରଣତଃ ସୂତ୍ରଜୀବ ଏକ ଉପକାରୀ ଜୀବ କିନ୍ତୁ ସେମାନଙ୍କ ସଂଖ୍ୟା ଅତ୍ୟଧିକ ହୋଇ ନିର୍ଦ୍ଧିଷ୍ଟ ସଂଖ୍ୟା ପାର ହେଲେ ଗଛର କ୍ଷୟକ୍ଷତି କରି ପାରନ୍ତି. ଏହି କୃମିର ଏକ ଛୁଞ୍ଚି ଭଳି ମୁହଁ ଥାଏ ଯାହା ମୂଳ ଏବଂ ଗଛର ଅନ୍ୟାନ୍ୟ ଅଂଶ ଯାହା ମାଟି ତଳେ ଥାଏ ସେଥିରେ କଣା କରିଥାଏ. ବେଳେବେଳେ ପତ୍ର ଓ ଫୁଲ ରେ ମଧ୍ୟ ଆକ୍ରମଣ କରିଥାଏ. ସୂତ୍ରଜୀବ ଗୁଡିକ ବିଭିନ୍ନ ଉପାୟରେ ଖାଇଥାନ୍ତି ଓ ବହୁତ ବର୍ଷ ଧରି ମାଟିରେ ବଞ୍ଚିପାରନ୍ତି. ବିଭିନ୍ନ ଗଛ ରେ ରହି ସେମାନେ ବଂଶ ବିସ୍ତାର କରିଥାନ୍ତି. ସୂତ୍ରଜୀବ ଦ୍ୱାରା ବ୍ୟାକ୍ଟେରିଆ, କବକ ଓ ଭୁତାଣୁଜନିତ ରୋଗ ମଧ୍ୟ ସଂକ୍ରମିତ ହୋଇପାରେ.