Boron Deficiency
ଅଭାବ
ଫସଲ ଓ ବିକାଶର ସମୟ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖାଦେଇଥାଏ. କିନ୍ତୁ, ସାଧାରଣତଃ ଏହି ଲକ୍ଷଣ ଗହ୍ୱର ନୂତନ ବିକାଶ ସମୟରେ ଦେଖାଦେଇଥାଏ. ପ୍ରଥମ ଲକ୍ଷଣ ହେଲା କଅଁଳ ପତ୍ରର ରଙ୍ଗହୀନ ହୋଇଯିବା ଓ ମୋଟା ହୋଇଯିବା. ସବୁଜହୀନତା ପୁରା ପତ୍ରରେ ହୋଇପାରେ କିମ୍ବା ଶିରା ପ୍ରଶିରା କୁ ଛାଡି ମଧ୍ୟ ହୋଇପାରେ, ଯେଉଁଥିରେ ମଝି ଶିରା ରୁ କିଛି ଦୂରରୁ ରଙ୍ଗ ଛାଡି ଛାଡି ଯାଏ. ପତ୍ର ଓ କାଣ୍ଡ ଶାଖାର ଅଗ ଟି ଭଙ୍ଗୁର ହୋଇଯାଏ ଯାହା ବଙ୍କେଇଲା ବେଳେ ସହଜରେ ଭାଙ୍ଗିଯାଇଥାଏ. ପତ୍ରଗୁଡ଼ିକ କୁଞ୍ଚିତ ହୋଇପାରେ (ଶିରା ପ୍ରଶିରା ମଝିରେ ଅଳ୍ପ ଉଠିଯାଇଥାଏ) ଏବଂ ପାର୍ଶ୍ଵ ପତ୍ର ଭାଗର ଅଗ ତଳକୁ କୁଞ୍ଚିତ ହୋଇଥାଏ. କିଛି କ୍ଷେତ୍ରରେ ପତ୍ରର ଧାର ଗୁଡିକ ମୋଟା ଓ ଉଠିଲା ପରି ଦେଖାଯାଏ ତଥା ଡେମ୍ଫ ମୋଡି ହୋଇଯାଇପାରେ. ପତ୍ରର ଗଣ୍ଠି ରୁ ଗଣ୍ଠି ମଧ୍ୟରେ ବ୍ୟବଧାନ କମ ହୋଇଯାଇପରେ ଯାହା ଦ୍ୱାରା ଶାଖାର ଅଗରେ ଅଧିକ ପତ୍ର ରହେ. ଅତ୍ୟଧିକ ମାତ୍ରାରେ ବୋରନ ଅଭାବରେ ଗଛର ବଢୁଥିବା ପଇଁଟ ସବୁ ପଚି ଯାଏ. ସଂରକ୍ଷଣକାରୀ ମୂଳ ସବୁ ବହୁତ ସମୟରେ ଛୋଟ ଓ ଅଭାବ ବଢିଚାଲିଲେ ମୂଳର ଜାଗା ସବୁ ମୁଣ୍ଡା ହୋଇ ଯାଇ ଚିରି ହୋଇଯାଇପାରେ.
ଗୋବର ଖତ ପ୍ରୟୋଗ କରି ଭଲ ଜୈବିକ ପଦାର୍ଥ ଥିବା ସୁସ୍ଥ ମାଟି ଓ ଉତ୍ତମ ଜଳ ଧାରଣ କ୍ଷମତା ଥିବା ମାଟି ଥିବା ସୁନିଶ୍ଚିତ କରନ୍ତୁ.
ବୋରନ ଓ ଅନ୍ୟ ଖାଦ୍ୟସାର ର ଅଭାବ କୁ ବନ୍ଦ କରିବାକୁ ହେଲେ ନିବାରଣ ଉପାୟ ପ୍ରୟୋଗ କରିବା ଆବଶ୍ୟକ. ବୋରନ ଥିବା ସାର କିମ୍ବା ସ୍ପ୍ରେ ମିଶ୍ରଣ ଦୁଇ ସିଜନ ମଧ୍ୟରେ ପ୍ରୟୋଗ କରନ୍ତୁ. ଅନୁମୋଦିତ ମାତ୍ରା ହେଲା 1-1.5 କିଗ୍ରା ବୋରନ ପ୍ରତି ହେକଟର ଅମ୍ଳ ଓ ବାଲିଆ ମାଟି ପାଇଁ ଏବଂ 4 କିଗ୍ରା ବୋରନ ପ୍ରତି ହେକଟର ଚିକିଟା ଓ କ୍ଷାରୀୟ ମାଟି ପାଇଁ. ଅତ୍ୟଧିକ ସାର ପ୍ରୟୋଗ ଦ୍ୱାରା ବୋରନ ବିଷାକ୍ତତା ସୃଷ୍ଟି କରି ପାରେ. ସେଥିପାଇଁ ସର୍ବନିମ୍ନ ପ୍ରଭାବୀ ମାତ୍ରା ର ବୋରନ ପ୍ରୟୋଗ କରିବା ଦରକାର ଓ ସେପରି ଶସ୍ୟ ଗୁଡିକ ଉପରେ ଆହୁରି କମ୍ ପ୍ରୟୋଗ କରିବା ଦରକାର. ସିଧା ବୋରନ ପ୍ରୟୋଗ ଦ୍ୱାରା ବହୁତ ଫସଲରେ ପତ୍ରରେ କ୍ଷୟକ୍ଷତି ହୋଇଥାଏ. ସେଥିପାଇଁ ଯେତେବେଳେ ସନ୍ଦେହ ହୁଏ, କେବଳ ଜମିରେ ହିଁ ପ୍ରୟୋଗ କରନ୍ତୁ,ଉଦାହରଣ ସ୍ୱରୁପ- ବୋରାକ୍ସ(ପ୍ରତି 10 ଦିନକୁ ଥରେ 10 ଗ୍ରା/ ପାଣିର ଲି). ଯେହେତୁ ବାଲିଆ ମାଟି ପରି ମାଟିରେ ଖାଦ୍ୟସାର ସହଜରେ ବୋହିଯାଇଥାଏ, ବାରମ୍ବାର ବୋରନ ପ୍ରୟୋଗ ଦରକାର ହୋଇପାରେ.
ସାଧାରଣତଃ ଅଧିକ pH ଥିବା ମାଟିରେ ବୋରନର ଅଭାବ ପରିଲକ୍ଷିତ ହୁଏ କାରଣ ଏଥିରେ ବୋରନ ଯେଉଁ ପ୍ରକାର ରାସାୟନିକ ରୂପରେ ଥାଏ ତାହା ଗଛକୁ ମିଳି ନଥାଏ. କମ ଜୈବିକ ପଦାର୍ଥ (<1.5%) କିମ୍ବା ବାଲିଆ ମାଟି (ଯେଉଁଥିରେ ଖାଦ୍ୟସାର ବୋହିଯାଏ) ସେଥିରେ ବୋରନର ଅଭାବ ଦେଖାଯିବା ପାଇଁ ସଂବେଦନଶୀଳ ଅଟନ୍ତି. ବୋରନର ପ୍ରୟୋଗ ଏହି ଅଭାବକୁ ପୁରଣ କରି ନ ପାରେ କାରଣ ଏହା ଗଛ ଦ୍ଵାରା ଅବଶୋଷଣ ପାଇଁ ଉପଲବ୍ଧ ନଥାଏ. ବୋରନର ଅଭାବ ର ଲକ୍ଷଣ ଅନ୍ୟ ରୋଗ ପୋକର ଲକ୍ଷଣ ସହ ସମାନ ହୋଇପାରେ ଯେମିତିକି ବୁଢିଆଣୀ ଅଷ୍ଟପଦି ସଂକ୍ରମଣ, ଜିଙ୍କ ଅଭାବ କିମ୍ବା ଅଳ୍ପ ଲୌହ ଅଭାବ. ସଂରକ୍ଷଣକାରୀ ମୂଳରେ ବଥ ପରି ଉଠିଥାଏ ଏବଂ ଫଟା ମଧ୍ୟ ଦେଖାଯାଇପାରେ ଯାହା ଗଣ୍ଠି ସୂତ୍ରଜୀବ ଆକ୍ରମଣର ଲକ୍ଷଣ କିମ୍ବା ତୀବ୍ର ଗତିରେ ମାଟିରେ ଜଳୀୟ ଅଂଶ ରେ ପରିବର୍ତ୍ତନର ଲକ୍ଷଣ ସହିତ ସମାନ. କ୍ୟାଲସିଅମ ଅଭାବ ମଧ୍ୟ ଶାଖା ଓ ମୂଳ ର ଅଗ କୁ ନଷ୍ଟ କରିଥାଏ କିନ୍ତୁ ଏହି ଅଗ ତଳେ ଯୁବ ପତ୍ର ମୋଟା ହୋଇନଥାଏ ଏବଂ ଶିରାରହିତ ସବୁଜହୀନତା ସୃଷ୍ଟି କରି ନଥାଏ.