Sulfur Deficiency
ଅଭାବ
ସଲଫର୍ ର ଅଭାବଜନିତ ରୋଗରେ ପୀଡିତ ଥିବା ପତ୍ରଗୁଡିକ ସାଧାରଣତଃ ପ୍ରଥମେ ଫୀକା ସବୁଜ ରଂଗର ଥାଆନ୍ତି, ପର ସ୍ତରରେ ହଳଦିଆ ସବୁଜ ରଂଗର ହୋଇ ଶେଷରେ ସମ୍ପୂର୍ଣ ହଳଦିଆ ରଂଗରେ ପରିଣତ ହୋଇଯାଆନ୍ତି,ସାଧାରଣତଃ କାଣ୍ଡ ଗୁଡିକ ବାଇଁଗଣୀ ରଂଗର ହୋଇଯାଇ ଯାଆନ୍ତି. ଏହି ଲକ୍ଷଣ ଗୁଡିକ ଯବକ୍ଷାରଯାନ ଅଭାବଜନିତ ରୋଗର ଲକ୍ଷଣ ସହ ସମାନ ହୋଇଥାଏ ଓ ଏହା ସହଜରେ ବିଭ୍ରାନ୍ତ କରିପାରେ. କିନ୍ତୁ, ସଲଫର୍ ପରିସ୍ଥିତିରେ ଏହା ପ୍ରଥମେ ଫସଲର ଉପରର ନୂତନ ପତ୍ର ଗୁଡିକୁ ପ୍ରଭାବିତ କରିଥାଏ. କିଛି ଫସଲରେ(ଗହମ ଓ ଆଳୁ), ଅନ୍ତଃଶୀରା ବର୍ଣହୀନତା କିମ୍ବା ପତ୍ର ଧାରରେ ଦାଗ ଦେଖା ଯାଇଥାଏ. ପତ୍ରଗୁଡିକ ସାଧାରଣତଃ ପରିଗଳିତ ଅଗ ସହ ଛୋଟ ଓ ପତଳା ହୋଇଥାଆନ୍ତି. ଜମିର ପ୍ରଭାବିତ କ୍ଷେତ୍ର ଦୁରରୁ ଫୀକା ସବୁଜ କିମ୍ବା ଉଜ୍ୱଳ ହଳଦିଆ ରଂଗର ଦେଖାଯାଏ. କାଣ୍ଡ ଗୁଡିକ ଲମ୍ବ।ଳିଆ ହେବା ସହ ପତଳା ହୋଇ ଚାଲନ୍ତି. ଯଦି ଅଭାବ ଚାଷ ଋତୁର ଆରମ୍ଭରେ ଦେଖାଯାଏ ତାହାଲେ, ଫସଲର ବିକାଶ ବ୍ୟାଧିତ ହୋଇଥାଏ, ବୃଦ୍ଧିରେ ବ୍ୟାଧିତ ହୋଇଥାଏ ଓ ଫସଲର ପରିପକ୍ୱତା ଡେରିରେ ହେବା ସୁନିଶ୍ଚିତ ହୋଇଯାଏ. ବିହନ ରୋପଣ ପରେ ସଲଫର୍ ଅଭାବ ମାଟିରେ ବଢୁଥିବା ଫସଲର ମୃତ୍ୟୁ ସଂଖ୍ୟା ସାମାନ୍ୟଠାରୁ ଅଧିକ ଥାଏ.
ଫସଲକୁ ସଲଫର୍ ଓ ବୋରନ୍ ଭଳି ଜୈବୀକ ପଦାର୍ଥ ଓ ସାର ଦେବା ପାଇଁ ଗାଇ ଖତ ଓ ସଢା ପତ୍ର ଇତ୍ୟାଦିର ସଢା ମିଶ୍ରଣକୁ ପ୍ରୟୋଗ କରାଯାଇପାରେ. ସଲଫର୍ ର ଅଭାବର ଉପଚାର ପାଇଁ ଏହା ଏକ ଦୀର୍ଘକାଳୀନ ଉପଚାର ଅଟେ.
ଫସଲଗୁଡିକ କମ୍ ପି.ଏଚ୍ ସ୍ତରରେ ସହଜରେ ସଲଫର୍ ଗ୍ରହଣ କରିନିଅନ୍ତି. ପ୍ରଥମେ ମାଟିର ପି.ଏଚ୍ କୁ ପରିକ୍ଷା କରି ଯଦି ଏହା ବହୁତ୍ ଅଧିକ ଥାଏ ତେବେ ଏହାକୁ ସଲଫର୍, ସଲ୍ଟପିଟର୍ ଫସ୍ଫରସ୍ କିମ୍ବା ସାଇଟ୍ରିକ୍ ଏସିଡ୍ ସାହାଯ୍ୟରେ କମ୍ କରିବା ଏକ ଭଲ ଯୋଜନା ଅଟେ. ବିହନ ବୁଣିବା ପୂର୍ବରୁ ସଲଫର୍ ଯୁକ୍ତ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ଗୁଣବତ୍ତା ବଢିଥାଏ ଓ ଫସଲ ବଢିବାରେ ସହାୟକ ହୋଇଥାଏ. ଅମଳ କ୍ଷମତା ବଢେଇବା ପାଇଁ ଏହା ସବୁଠାରୁ ବଢିଆ ଉପାୟ ଅଟେ. କିନ୍ତୁ, ମାଟିରେ ଅଧିକ ଜୈବୀକ ପଦାର୍ଥ ସ୍ତର ବଜାୟ ରଖିବା ଚେରକୁ ସଲଫର୍ ଉପଲବ୍ଧି ବଢେଇ ଥାଏ ଓ ମାଟିରୁ ପୋଷକ ସାର ନଷ୍ଟ ହେବା କମେଇ ଥାଏ.
ସଲଫର୍ ର ଅଭାବ ପ୍ରକୃତିରେ କିମ୍ବା ଚାଷରେ ସାଧାରଣ ନୁହଁ. ସଲଫର୍ ମାଟିରେ ପରିବାହିତ ହୋଇପାରେ ଓ ଜଳସ୍ରୋତ ସହ ଏହା ମାଟି ତଳକୁ ଝରି ଯାଇଥାଏ. ଏହା ମାଟିରେ କମ୍ ଜୈବୀକ ଉପାଦାନ, ଅତ୍ୟଧୀକ ଜଳସେଚିତ ମାଟି, ବାଲିଆ ମାଟି କିମ୍ବା ଅଧିକ ପି.ଏଚ୍ ଥିବା ମାଟି ଯୋଗୁଁ ହେଉଥିବା ଅଭାବକୁ ବୁଝାଇଥାଏ . ମାଟିରେ ପ୍ରାୟ ସମସ୍ତ ସଲଫର୍ ଜୈବୀକ ଉପାଦାନ କିମ୍ବା ମାଟିର ଉପାଦାନ ଭାବେ ମିଶିକରି ରହିଥାଏ. ଜୈବୀକରଣ ସାହାଯ୍ୟରେ ମାଟିରେ ଉପସ୍ଥିତ ବ୍ୟାକ୍ଟେରିଆ ସଲଫର୍ କୁ ଫସଲ ମାନଂକ ପାଇଁ ଉପଲବ୍ଧ କରେଇ ଥାଏ. ଏହି ପ୍ରଣାଳିଟି ଅଧିକ ତାପମାତ୍ରା ବେଳେ ଏହି ବ୍ୟାକ୍ଟେରିଆ ମାନଂକ ଅଧିକ ସଂଖ୍ୟା ଓ ଅଧିକ କାର୍ଯ୍ୟକଳାପ ଯୋଗୁଁ ଅନୂକୁଳ ହୋଇଥାଏ. ଏହା ଫସଲ ଭିତରେ ଚଳନକ୍ଷମ ନୁହଁ ଓ ପୁରୁଣା ପତ୍ରରୁ ନୂଆ ପତ୍ରକୁ ସହଜରେ ପରିବାହିତ ହୋଇପାରେ ନାହିଁ. ତେଣୁ ଅଭାବ ଯୋଗୁଁ ନୂତନ ପତ୍ର ଗୁଡିକ ପ୍ରଭାବିତ ହୋଇଥାଆନ୍ତି ଓ ଅଭାବ ନୂତନ ପତ୍ରରେ ପ୍ରଥମେ ଦେଖା ଦେଇଥାଏ.