Manganese Deficiency
ଅଭାବ
ଏହାର ଲକ୍ଷଣ ଅନ୍ୟ ଖାଦ୍ୟସାର ଅଭାବ ତୁଳନାରେ ସେମିତି ଆଖି ଦୃଷ୍ଟିଆ ନୁହଁ ଓ କୌଣସି ଫସଲ ପ୍ରଭାବିତ ହୋଇ ଅଛି ତାହା ଉପରେ ବହୁତ ନୀର୍ଭର କରିଥାଏ. ମାଂଗାନିଜର ଅଭାବରୁ ମଧ୍ୟ ଓ ଉପର(କଅଁଳ) ପତ୍ରର ଶିରା ସବୁଜ ରହେ କିନ୍ତୁ ବାକି ଜାଗାରେ ରଙ୍ଗ ଧୀରେ ଧୀରେ ଛାଡି ଇଷତ୍ ସବୁଜ ରୁ ହଳଦିଆ ରଙ୍ଗର ଛାପ ଛାପିଆ ହୋଇଯାଏ (ରଙ୍ଗହୀନତା). ପରବର୍ତୀ ସମୟରେ ଛୋଟ ପଚା ଜାଗା ସବୁ ପତ୍ରର ଧାର ଏବଂ ଟିପ ଉପରେ ଦେଖାଦେଇଥାଏ. ଅନ୍ୟ ଲକ୍ଷଣ ଯେପରିକି ପତ୍ରର ଆକାର ଛୋଟ ଓ ବିକୃତ ହୋଇଯିବା ଏବଂ ପତ୍ରର ଧାର ମୋଡି ହୋଇଯିବା ମଧ୍ୟ ଦେଖାଦେଇପାରେ. ଯଦି ସଂଶୋଧନ କରା ନ ଯାଏ ପାଉଁଶିଆ ପଚା ଚିହ୍ନ ପତ୍ର ଉପରେ ଦେଖା ଦେଇପାରେ ଓ ଅତ୍ୟଧିକ ଆକ୍ରାନ୍ତ ପତ୍ର ପାଉଁଶିଆ ହୋଇ ଝଡ଼ିପଡ଼େ. ଭୁଲରେ ଏହାକୁ ମ୍ୟାଗନେସିଅମ ଅଭାବର ଲକ୍ଷଣ ସହ ସମାନ ଭାବିବା ଅନୁଚିତ, କାରଣ ଲକ୍ଷଣ ସମାନ ହୋଇଥିଲେ ମଧ୍ୟ ମ୍ୟାଗନେସିଅମ ଅଭାବରେ ପ୍ରଥମେ ପୁରୁଣା ପତ୍ରରେ ଲକ୍ଷଣ ଦେଖାଦେଇଥାଏ.
ଗୋବର ଖତ, ଜୈବିକ ମଲଚ କିମ୍ବା କମ୍ପୋଷ୍ଟ ବ୍ୟବହାର କରି ଖାଦ୍ୟସାରର ପରିମାଣ ତଥା ଜମିରେ pH ର ମାତ୍ରା କୁ ସନ୍ତୁଳନ କରି ହେବ. ଏହି ସବୁ ଜୈବିକ ପଦାର୍ଥ ମାଟିର ହ୍ୟୁମସ ପରିମାଣକୁ ବଢ଼ାଇ ଥାଏ, ଜଳ ଧାରଣା କ୍ଷମତା ବଢ଼ିଥାଏ ଏବଂ pH କୁ ମଧ୍ୟ କିଛି ମାତ୍ରାରେ କମ କରିଥାଏ.
ମାଟିର pH କୁ ଏବଂ ଫସଲକୁ ନେଇ ଆବଶ୍ୟକ ସନ୍ତୁଳିତ ସାର ପରିଚାଳନା କରନ୍ତୁ. ଗଛ ମାଂଗାନିଜ ଆୟନ କୁ ମୂଳଦ୍ୱାରା ତଥା ପତ୍ର ଦ୍ୱାରା ଆହରଣ କରିଥାଏ. ସବୁଠୁ ସାଧାରଣ ସାର ହେଲା ମାଂଗାନିଜ ସଲଫେଟ. ଜମିରେ ପ୍ରୟୋଗ କରାଯାଇପାରେ କିମ୍ବା ସ୍ପ୍ରେ ଦ୍ୱାରା ମଧ୍ୟ ଏହି ସାର ବ୍ୟବହାର କରାଯାଇପାରେ. ମାଟିର pH ରେ କିଛି ସମସ୍ୟା ନାହିଁ ଏବଂ ମାଟିରେ ଭି ମାଂଗାନିଜ ନାହିଁ ତାହେଲେ ପତ୍ରରେ ସ୍ପ୍ରେ କରି ହେବ. ଆବଶ୍ୟକ ମାତ୍ରା ତଥା ସଠିକ ଉପଯୋଗ ପାଇଁ ଯତ୍ନ ନିଅନ୍ତୁ.
ମାଂଗାନିଜ ଅଭାବର ସମସ୍ୟା ବ୍ୟାପକ ଭାବରେ ଦେଖାଦେଇଥାଏ. ଏହା ବହୁତ ସମୟରେ ବାଲିଆ ମାଟି, ଜୈବିକ ମାଟି, ଯାହାରକି pH ର ମାତ୍ରା 6 ରୁ ଅଧିକା ଏବଂ ଅତ୍ୟଧିକ ଧୋଇ ହୋଇଯାଇଥିବା ଉଷ୍ଣ ଜଳବାୟୁ ର ମାଟି ରେ ଦେଖାଦେଇଥାଏ. କିନ୍ତୁ ଅଧିକ ଅମ୍ଳତା ଥିବା ମାଟିରେ ଏହାର ଉପଲବ୍ଧତା ବଢି ଯାଇଥାଏ. ଅତ୍ୟଧିକ କିମ୍ବା ଅସନ୍ତୁଳିତ ସାର ପ୍ରୟୋଗ ଦ୍ୱାରା ମଧ୍ୟ ସୂକ୍ଷ୍ମ ଖାଦ୍ୟସାର ଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ଏବଂ ସବୁ ଖାଦ୍ୟସାର ଠିକ୍ ସେ ମିଳି ନ ଥାଏ. ମାଂଗାନିଜ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ତଥା ଯବକ୍ଷାରଜାନ ମିଳିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ. ଲୌହ, ବୋରନ ଏବଂ କ୍ୟାଲ୍ସିଅମ ପରି ମାଂଗାନିଜ ମଧ୍ୟ ଏକ ସ୍ଥିର ଉପାଦାନ ଏବଂ ଏହା ଗଛର ନିମ୍ନ ଭାଗ ରେ ଥିବା ପତ୍ରରେ କେନ୍ଦ୍ରୀଭୂତ ହୋଇଥାଏ. ସେଥିପାଇଁ ମାଂଗାନିଜ ଅଭାବର ଲକ୍ଷଣ ସବୁ ଉପରେ ଥିବା କଅଁଳ ପତ୍ରରେ ଆରମ୍ଭ ହୋଇଥାଏ. ମାଂଗାନିଜ ଅଭାବ ପାଇଁ ଅତି ସମ୍ବେଦନଶୀଳ ଫସଲ ଗୁଡିକ ହେଲା: ଶସ୍ୟ ଜାତୀୟ, ଡାଲିଜାତୀୟ, ଟାକୁଆ ଥିବା ଫଳ, ତାଳ ଜାତୀୟ, ଲେମ୍ବୁଜାତୀୟ ଫଳ, ସୁଗାର ବିଟ, ସୋରିଷ