Iron Deficiency
ଅଭାବ
କଅଁଳ ପାତ୍ରରେ ପ୍ରଥମେ ଲୌହ ଅଭାବ ଦେଖାଦେଇଥାଏ. ଏହା ଦ୍ୱାରା ଉପର ପତ୍ର ହଳଦିଆ ପଡ଼ିଯାଏ କିନ୍ତୁ ମଝିରେ ଶିରା ଏବଂ ପ୍ରଶିରା ପୁର୍ଣ ଭାବେ ସବୁଜ ଥାଏ. ପରବର୍ତୀ ସମୟରେ ଯଦି କୌଣସି ନିୟନ୍ତ୍ରଣ କର ନଯାଏ ତେବେ ପୁରା ପତ୍ର ଧଳାଳିଆ ହଳଦିଆ ହୋଇଯାଏ ଏବଂ ଧୂସର ସଢା ଚିନ୍ହ ପତ୍ର ଧାରରେ ପ୍ରଥମେ ଦେଖା ଦିଏ ଯାହାକି ପ୍ରାୟତଃ ସଢା ଚକଡା ରେ ପରିଣତ ହେଇଯାଏ. କିଛି ଦୂରରୁ ମଧ୍ୟ ଜମିରେ ହୋଇଥିବା ସଂକ୍ରମିତ ଜାଗା ସହଜରେ ଦେଖି ହୋଇଥାଏ. ପତ୍ର ସବୁଜ ରଙ୍ଗ ହରାଇବା ତଥା ସଢ଼ି ଗଲେ କ୍ଲୋରୋଫିଲ ର ମାତ୍ରା କମି ଯାଏ ଯାହାକି ଆଲୋକ ସଂଶ୍ଳେଷଣ ର ଗତି କମ କରିଥାଏ, ଗଛର ବୃଦ୍ଧି କମିଯାଏ ଏବଂ ଶେଷରେ ଉତ୍ପାଦକତା କମିଯାଇଥାଏ.
ଛୋଟ ଚାଷୀ ମାନେ ପତ୍ର ଉପରେ ଆଧାରିତ କୀଟନାଶକ ଯେପରିକି ବିଛୁଆତି ବଟା ଏବଂ ଶୈବାଳ ରସ କୁ ମିଶାଇ ପ୍ରୟୋଗ କରିପାରନ୍ତି. ଗୋବର ଖଟା, ପିଟ ଏବଂ କମ୍ପୋଷ୍ଟ ମଧ୍ୟ ଜମିକୁ ଲୌହସାର ଦେଇଥାଏ. ଡାଁଡେଲିଅନ (Dandelion) ଫୁଲ ଗଛ ଜମିର ଅଖା ପାଖରେ ଲଗାନ୍ତୁ କାରଣ ଏହା ପାଖରେ ଥିବା ଗଛକୁ, ବିଶେଷକରି ବଡ ଗଛକୁ ଲୌହସାର ଦେଇଥାଏ.
ଲୌହ ଅଧିକ ଥିବା ସାର ପ୍ରୟୋଗ କରନ୍ତୁ. ବହୁତ ମିଶ୍ର ସାରରେ ଲୌହ ଏକ ଅଭିନ୍ନ ଉପାଦାନ. ନାଇଟ୍ରିକ ଅକ୍ସାଇଡ (NO) ପ୍ରୟୋଗ କଲେ ପତ୍ରର ସବୁଜ ରଙ୍ଗହୀନତା କମି ଯାଇଥାଏ ଏବଂ ଚୂନ ଥିବା ଜମିରେ ଲୌହ ଅଭାବରେ ପୀଡିତ ଗଛର ବୃଦ୍ଧି ହୋଇଥାଏ. ନାଇଟ୍ରିକ ଅକ୍ସାଇଡ ଲହ ଉପାଦାନ କୁ ଅଧିକ ଯୋଗାଇବାରେ ସାହାଯ୍ୟ କରିଥାଏ. ଲୌହର ତୀବ୍ର ଅଭାବରେ ଫେରସ ସଲଫେଟ 5ଗ୍ରା ପ୍ରତି ଲିଟର ପାଣି ଏବଂ ସାଇଟ୍ରିକ ଏସିଡ 1ଗ୍ରା ପ୍ରାୟତଃ ଲିଟର ପାଣିରେ ମିଶାଇ ସପ୍ତାହକୁ ଥରେ ମୋଟ ଦୁଇ ଥର ପ୍ରୟୋଗ କରନ୍ତୁ.
ମୁଖ୍ୟତଃ ଥଣ୍ଡା, ସନ୍ତସନ୍ତିଆ ବସନ୍ତ ଋତୁରେ ଗରମ ଅଞ୍ଚଳରେ ଧୋଇ ହୋଇଯାଇଥିବା ଜମି ତଥା ଆବଶ୍ୟକ ଜଳ ନିଷ୍କାସନ ହେଉ ନଥବା ଜମିରେ ଲୌହ ଅଭାବ ଏକ ଗମ୍ଭୀର ସମସ୍ୟା. ଜ୍ଵାର, ମକା, ଆଳୁ ଏବଂ ଶିମ୍ବଜାତିୟ ଫସଲ ଲୌହ ଅଭାବ ର ପ୍ରଭାବ ବହୁତ ହୋଇଥାଏ କିନ୍ତୁ ଗହମ, ଆଲଫା ଆଲଫା ରେ କମ ପଡିଥାଏ. ଗଛଦ୍ଵାରା ଲୌହ ଅବଶୋଷଣ ଏବଂ ଉତ୍ପାଦକତା ଜମିରେ ଚୂନର (CaCO3) ମାତ୍ରା ଏବଂ pH ସ୍ତର ଉପରେ ନିର୍ଭର କରେ. ବିଶେଷ କରି ଚୂନ ଥିବା ଏବଂ କ୍ଷାର ଥିବା ((pH 7.5 କିମ୍ବା ତଦୁର୍ଦ୍ଧ) ମାଟି ଯାହାକି ଚୁନା ପଥରରୁ ସୃଷ୍ଟି ହୋଇଥାଏ ଲୌହ ଅଭାବ ବେଶୀ ଦେଖା ଦେଇ ଥାଏ. ଦଳି ଜାତୀୟ ଫସଲରେ ଲୌହ ଆଲୋକ ସଂଶ୍ଳେଷଣ ତଥା ମୂଳ ର ବିକାଶ ଏବଂ ବୃଦ୍ଧି ପାଇଁ ମହତ୍ଵପୁର୍ଣ, ସେଥିପାଇଁ, ଲୌହ ଅଭାବ ଗଣ୍ଠି ର ପରିମାଣ ପ୍ରବଳ ଭାବେ କମ କରିଥାଏ ଯାହା ଫଳରେ ଯବକ୍ଷାରଜାନ ବନ୍ଧନ ଏବଂ ଫସଲ ଉତ୍ପାଦନ କମ ହୋଇଥାଏ. ଏକ କିଲୋଗ୍ରାମ ର ଶୁଖିଲା ଗଛରେ ଲୌହର ପରିମାଣ ଆନୁମାନିକ ଭାବେ 2.5ମିଗ୍ରା ରହିବ ନିହାତି ଜରୁରୀ, ତାଠାରୁ କମ ହେଲେ ଲକ୍ଷଣ ଦେଖା ଦେଇଥାଏ. ଲୌହ ଅଭାବ ଯୋଗୁ ଗଛରେ କାଡମିୟମ୍ ର ମାତ୍ରା ବଢି ଯାଇଥାଏ.