Magnesium Deficiency
ଅଭାବ
ମ୍ୟାଗନେସିଅମ ଅଭାବ ଥିବା ପୁରୁଣା ପତ୍ର ର ଶିରାପ୍ରଶୀରାକୁ ଛାଡି ଅନ୍ୟ ଟିସୁ ରେ, ସେତା ସବୁଜ ଦାଗ କିମ୍ବା ରଂଗଛଡା ଗଠନ ଦେଖାଯାଇଥାଏ. ଏହା ପ୍ରାୟତଃ ପତ୍ରର ଧାରରୁ ଆରମ୍ଭ ହୋଇଥାଏ. ଶସ୍ୟ ଜାତୀୟ ଫସଲ ର ପତ୍ର ରେ ଏକପ୍ରକାର ସବୁଜ ମାଳି ମାଳି ଦାଗ ଆରମ୍ଭ ହୁଏ ଯାହାକି ଶିରା ମଧ୍ୟ ରେ ବିରଙ୍ଗ ଦାଗ ପରି ହୋଇଯାଏ. ବହୁତ ସଂକ୍ରମଣ ହେଲେ ବିରଙ୍ଗ ଦାଗ ପତ୍ର ର ମଝି କୁ ବଢି ଚାଲିଯାଏ ଏବଂ ଛୋଟ ଶିରା ଗୁଡିକ ମଧ୍ୟ ଆକ୍ରାନ୍ତ ହୁଏ. ନାଲି ଏବଂ ଧୂସର ଦାଗ ପତ୍ରରେ ଦେଖାଦିଏ। ପରେ ଧୂସର ସ୍ଥାନ ମଧ୍ୟରେ ପଚି ଯାଇଥିବା ସ୍ଥାନ ପରି ଦେଖାଯାଏ, ଯାହାକି ପତ୍ର କୁ ଏକପ୍ରକାର ଉଚ୍ଚା ନୀଚ ବିକୃତ କରିଦିଏ. ଶେଷରେ ପୁରା ପତ୍ର ହଳଦିଆ ପଡ଼ିଯାଏ ଯାହାଦ୍ଵାରା ଗଛ ଟି ମରି ଯାଇ ଝଡି ଯାଏ. ମୂଳ ବୃଦ୍ଧି ବାଧା ପ୍ରାପ୍ତ ହୁଏ ଯାହାଦ୍ୱାରା ଗଛ ଭଲଭାବରେ ବଢ଼ିପାରେ ନାହିଁ.
ଯେଉଁ ପଦାର୍ଥ ରେ ମ୍ୟାଗନେସିଅମ ଅଛି ଯେପରିକି ଶୈବାଳଜନିତ ଚୁନପଥର, ଡୋଲୋମାଇଟ କିମ୍ବା ଚୁନପଥର ମ୍ୟାଗନେସିଅମ ତାହାର ବ୍ୟବହାର କରାଯାଇ ପାରେ. ଖତ, ପଚାଷଢା ପତ୍ର କିମ୍ବା କମ୍ପୋଷ୍ଟ ବ୍ୟବହାର କରି ମାଟିର ଖାଦ୍ୟସାର ରେ ସନ୍ତୁଳନ କରାଯାଇ ପାରେ. ସେଥିରେ ଥିବା ଜୈବିକ ପଦାର୍ଥ ଏବଂ ବହୁତ ଖାଦ୍ୟସାର ଧୀରେ ଧୀରେ ମାଟିରେ ମିଶିଥାଏ.
ମ୍ୟାଗନେସିଅମ ଯୁକ୍ତ ସାର କୁ ଜମିରେ ପ୍ରୟୋଗ କରନ୍ତୁ କିମ୍ୱା ଗଛରେ ସ୍ପ୍ରେ କରନ୍ତୁ. ମ୍ୟାଗନେସିଅମ ଅକ୍ସାଇଡ ଧୀରେ ଧୀରେ ମ୍ୟାଗନେସିଅମ ଛାଡେ ଏବଂ ଏହା ଅନ୍ୟ ସାର ସହ ମିଶାଇ ବ୍ୟବହାର କରାଯାଏ ଯାହାକି ସଙ୍ଗେ ସଙ୍ଗେ ଗଛକୁ ମ୍ୟାଗନେସିଅମ ଯୋଗାଇଥାଏ. ମ୍ୟାଗନେସିଅମ ସଲଫେଟ ରୁ ଧୀରେ ଧୀରେ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲେ ଯାହାକି ମାଟିର ଦରକାର କୁ ମେଣ୍ଟାଇ ଥାଏ. ଉଦାହରଣ ସ୍ୱରପ ମ୍ୟାଗନେସିଅମ ସଲଫେଟ (MgSO4) କୁ 10ଗ୍ରାମ ପ୍ରତି ଲିଟର ପାଣି ରେ 10 ଦିନ ଅନ୍ତରରେ 2 ଥର ପ୍ରୟୋଗ କରାଯାଇ ପାରେ.
ହାଲୁକା, ବାଲିଆ ଏବଂ ଅମ୍ଳ ଜାତୀୟ ମାଟି ଯାହାକି ଖାଦ୍ୟସାର ଏବଂ ଜଳ ରକ୍ଷଣ କ୍ଷମତା କମ ଥାଏ, ସେଥିରେ ମ୍ୟାଗନେସିଅମ ଅଭାବ ଏକ ସାଧାରଣ ସମସ୍ୟା ଅଟେ. ଯେଉଁ ଜମିରେ ପୋଟାସିଅମ ଏବଂ ଆମୋନିଅମ ଅଧିକ ଥାଏ କିମ୍ବା ପୋଟାସିଅମ ଏବଂ ଆମୋନିଅମ ଅଧିକ ପରିମାଣରେ ପ୍ରୟୋଗ କରା ଯାଇଥାଏ ସେଥିରେ ମଧ୍ୟ ସମସ୍ୟା ସୃଷ୍ଟି ହେଇ ପାରେ, କାରଣ ଏହା ମାଟିରେ ଥିବା ମ୍ୟାଗନେସିଅମ ସଂଗେ ପ୍ରତିଯୋଗିତା କରିଥାଆନ୍ତି. ମ୍ୟାଗନେସିଅମ ଚିନି ପରିବହନ ରେ ସାହାଯ୍ୟ କରେ ଏବଂ ଏହା ପତ୍ରହରିତ୍ ର ଏକ ପ୍ରମୁଖ ଉପାଦାନ. ମ୍ୟାଗନେସିଅମ ର ଅଭାବ ରେ ଗଛ ର ପୁରୁଣା ପତ୍ର ରେ ପତ୍ରହରିତ୍ ନଷ୍ଟ ହୋଇଯାଏ ଏବଂ ଏହା ନୂଆ ପତ୍ର କୁ ବାହିତ ହୋଇଯାଏ. ଏଥିପାଇଁ ଶିରାକୁ ଛାଡି ପତ୍ରରେ ଅନ୍ୟ ଜାଗାରେ ରଙ୍ଗହୀନ ହୋଇଥାଏ. ଆଲୋକ ର ମାତ୍ରା ମଧ୍ୟ ମ୍ୟାଗନେସିଅମ ଅଭାବର ଲକ୍ଷଣ ସୃଷ୍ଟିରେ ପ୍ରଭାବ ପକାଇଥାଏ. ଅଧିକ ଆଲୋକ ଏହାର ତୀବ୍ରତା କୁ ବଢାଏ.