ଗହମ

ପୋଟାସିଅମ ଅଭାବ

Potassium Deficiency

ଅଭାବ

ସଂକ୍ଷେପରେ

  • ଏହା ସାଧାରଣତଃ ପତ୍ର ଧାରରୁ ହଳଦିଆ ହୋଇଚାଲେ.
  • ମୁଖ୍ୟ ଶିରା ସବୁ ଗାଢ ସବୁଜ ଥାଏ.
  • ପତ୍ର କୁଂଚିତ ହୋଇଯାଏ.
  • ବିକାଶ ଅବରୁଦ୍ଧ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

58 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
କଦଳୀ
More

ଗହମ

ଲକ୍ଷଣ

ପୋଟାସିଅମ ଅଭାବର ଲକ୍ଷଣ ମୁଖ୍ୟତଃ ପୁରୁଣା ପତ୍ରରେ ଦେଖାଯାଏ. ଅତ୍ୟଧିକ ଅଭାବ କ୍ଷେତ୍ରରେ କଂଅଳ ପତ୍ରରେ ସୃଷ୍ଟି ହେବା ଦେଖାଯାଏ. ଅଳ୍ପ ପୋଟାସିଅମ ଅଭାବରେଲକ୍ଷଣ ଗୁଡିକ ସାଧାରଣତଃ ପତ୍ରର ଧାର ଏବଂ ପତ୍ର ଅଗରେ ବର୍ଣହୀନତା ଦେଖା ଯାଇଥାଏ ଏବଂ ପରେ ଅଗ ଜଳି ଯାଇଥାଏ. ପତ୍ର ଧାର ଗୁଡିକ କିଂଚିତ ପରିମାଣରେ ମଳିନ ପଡ଼ିଯାଏ କିନ୍ତୁ ମୁଖ୍ୟ ଶିରା ଗାଢ଼ ସବୁଜ ରଙ୍ଗର ରହିଥାଏ. ଯଦି ଅଭାବକୁ ସଂଶୋଧନ କରା ନ ଯାଏ ଏହି ରଙ୍ଗହୀନ ଚକଡା ଗୁଡିକ ଶୁଖିଲା ଗାଢ ମାଟିଆ ଦାଗ(ପରିଗଳନ) ଚମଡା ପରି ପୋଡିଗଲା ପରି ଦେଖାଯାଏ. ଏହା ସାଧାରଣତଃ ପତ୍ର ଧାରରୁ ମଝି ଶିରା ଆଡକୁ ବଢି ବଢି ଯାଏ. କିନ୍ତୁ ମୁଖ୍ୟ ଶିରା ସବୁ ସବୁଜ ରହି ଯାଇ ଥାଏ. ପତ୍ର ମୋଚାମୋଚି ହୋଇ ଅସମୟରେ ଝଡ଼ିଯାଏ. କଂଅଳ ପତ୍ର ଛୋଟ ଏବଂ ମଳିନ ତଥା କପ ଆକାର ହୋଇଯାଏ. ପୋଟାସିଅମ ଅଭାବ ଯୋଗୁଁ ଗଛର ବିକାଶ ଅବରୁଦ୍ଧ ହୋଇଯାଏ. ଏହା ଦ୍ୱାରା ଅନ୍ୟ ରୋଗ, ମରୁଡି ଆଉ କୁହୁଡି ପ୍ରତି ସହଣି ଶକ୍ତି କମିଯାଏ ଓ ସଂବେଦନଶୀଳ ହୋଇଯାଏ. କିଛି କ୍ଷେତ୍ରରେ ଫଳ ମଧ୍ୟ ବିକୃତ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଜୈବିକ ପଦାର୍ଥ ରୂପେ ପାଉଁଶ କିମ୍ବା ଡାଳପତ୍ର ମଲଚ ମାଟିରେ ଅତି କମରେ ବର୍ଷକୁ ଥରେ ପ୍ରୟୋଗ କରନ୍ତୁ. କାଠ ର ପାଉଁଶ ରେ ପୋଟାସିଅମର ମାତ୍ରା ଅଧିକ ଥାଏ. ଅମ୍ଳ ମାଟିରେ ଚୂନ ପ୍ରୟୋଗ କଲେ ମାଟିର ପୋଟାସିଅମ ଧାରଣା କ୍ଷମତା ବଢିଥାଏ ଏବଂ ପାଣିରେ ବୋହି ଯାଏ ନାହିଁ.

ରାସାୟନିକ ନିୟନ୍ତ୍ରଣ

ବିଭିନ୍ନ ପ୍ରକାରର ପୋଟାସିଅମ ଯୁକ୍ତ ସାର ବଜ଼ାରରେ ଉପଲବ୍ଧ ଅଛି. ପ୍ରୟୋଗ କରାଯାଇଥିବା ସାରର ଫର୍ମୁଲା, ଉତ୍ପାଦକତା ତଥା ଫସଲର ଗୁଣାତ୍ମକତା ପାଇଁ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ. ବ୍ୟାପକ ଭାବେ ବ୍ୟବହାର କରାଯାଉଥିବା ସାମଗ୍ରୀ ହେଲା ପୋଟାସିଅମ କ୍ଲୋରାଇଡ. ଅନ୍ୟ ଖଣିଜ ସାର ମଧ୍ୟରେ ପୋଟାସିଅମ ନାଇଟ୍ରେଟ, ପୋଟାସିଅମ ସଲଫେଟ ଏବଂ ମୋନୋ ପୋଟାସିଅମ ଫସଫେଟ ଅନ୍ୟତମ. ପୋଟାସିଅମ ସାରକୁ ମୂଳ ସାର ହିସାବରେ ଜମି ଚାଷ କଲା ବେଳେ ପ୍ରୟୋଗ କରା ଯାଇଥାଏ ଏବଂ ଦ୍ଵିତୀୟ ଭାଗ ଫୁଲ ହେଉଥିବା ସମୟରେ ପ୍ରୟୋଗ କରାଯାଇଥାଏ. ମାଟି ପରୀକ୍ଷା କଲେ କେତେ ପରିମାଣରେ ପ୍ରୟୋଗ କରାଯିବ ତାହା ଜଣା ପଡି ପାରେ. ପୋଟାସିଅମର ପତ୍ର ଉପରେ ସ୍ପ୍ରେ ସେମିତି ପ୍ରଭାବୀ ହୋଇନଥାଏ, ବରଂ ଏହା ପତ୍ର ପୋଡି ଦେଇଥାଏ.

ଏହାର କାରଣ କଣ

ଜମିରେ କମ ପରିମାଣର ପୋଟାସିଅମ କିମ୍ବା ଗଛକୁ ପୋଟାସିଅମ କମ ଉପଲବ୍ଧ ହେଲେ ଅଭାବର ଲକ୍ଷଣ ଦେଖା ଦେଇଥାଏ. କମ pH ଥିବା ମାଟି କିମ୍ବା ଅଳ୍ପ ଜୈବିକ ପଦାର୍ଥ ଥିବା ବାଲିଆ ମାଟି ଯେଉଁଥିରେ ଶୀଘ୍ର ଖାଦ୍ୟସାର ଵୋହିଯାଏ ଏବଂ ମରୁଡି ରେ ପୋଟାସିଅମ ଅଭାବର ପାଇଁ ସଂବେଦନଶୀଳ ହୋଇଯାଏ. ଅତ୍ୟଧିକ ବର୍ଷା କିମ୍ବା ଜଳସେଚନ ଗଛର ମୂଳ ପାଖରୁ ଖାଦ୍ୟସାର ସବୁ ଧୋଇ ନେଇଯାଏ ଯଦ୍ୱାରା ପୋଟାସିଅମ ଅଭାବର ଲକ୍ଷଣ ମଧ୍ୟ ଦେଖାଦେଇଥାଏ. ମରୁଡି କିମ୍ବା ଅତ୍ୟଧିକ ଗରମ ଗଛକୁ ଜଳ ପ୍ରବାହ ଓ ଫସଲକୁ ଖାଦ୍ୟ ପରିବହନ ପାଇଁ ବାଧା ସୃଷ୍ଟି କରିଥାଏ. ଅଧିକ ମାତ୍ରାରେ ଫସଫରସ, ମ୍ୟାଗନେସିଅମ ଓ ଲୌହ ମଧ୍ୟ ପୋଟାସିଅମ ସହ ପ୍ରତିଯୋଗିତା କରିଥାଏ. ଗଛରେ ଜଳ ପ୍ରବାହ, ଟିସୁର ଦୃଢ଼ତା ଏବଂ ବାୟୁମଣ୍ଡଳ ସହ ଗ୍ୟାସ ବିନିମୟ ରେ ପୋଟାସିଅମ ର ଭୂମିକା ମହତ୍ଵପୁର୍ଣ ଅଟେ. ପୋଟାସିଅମ ଅଭାବର ଲକ୍ଷଣ ଗୁଡିକ ଅପରିବର୍ତ୍ତନୀୟ ଅଟେ ଓ ପରେ ପୋଟାସିଅମ ପ୍ରୟୋଗ କଲେ ମଧ୍ୟ ଅଭାବର ଲକ୍ଷଣ ଯାଇ ନଥାଏ.


ସୁରକ୍ଷାତ୍ମକ ଉପାୟ

  • ଅତ୍ୟଧିକ ଅମ୍ଳୀୟ କିମ୍ବା କ୍ଷାରୀୟ ଜମିରେ ମୁଖ୍ୟ ଏବଂ ସୂକ୍ଷ୍ମ ଖାଦ୍ୟସାର ର ଅଭାବ ଦେଖା ଦେଇଥାଏ.
  • ଜମିର pH ପରୀକ୍ଷା କରି, ଦରକାର ଚୂନ ପ୍ରୟୋଗ କଲେ ଉପଯୁକ୍ତ pH ବଜାୟ ରଖି ହେବ.
  • ପୋଟାସିଅମ କୁ ଭଲ ଭାବେ ଟାଣି ପାରୁଥିବା କିସମର ବିହନ ଲଗାନ୍ତୁ.
  • ସନ୍ତୁଳିତ ସାର ପ୍ରୟୋଗ କଲେ ଆବଶ୍ୟକ ଖାଦ୍ୟସାର ଗଛକୁ ମିଳିବା ସୁନିଶ୍ଚିତ କରା ଯାଇପାରିବ.
  • ଜୈବିକ ପଦାର୍ଥ ଯଥା ଗୋବର ଖତ ଏବଂ ଡାଳପତ୍ର ମଲଚ ଜମିରେ ପ୍ରୟୋଗ କରନ୍ତୁ.
  • ନିୟମିତ ଭାବେ ଜମିରେ ଜଳ ସେଚନ କରନ୍ତୁ କିନ୍ତୁ ଏକ ଥରରେ ବହୁତ ପାଣି ଜଳସେଚନ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ