Calcium Deficiency Rot
ଅଭାବ
ପୁଷ୍ପାଗ୍ର ସଢା ରୋଗରେ , ଫଳର ଅଗରେ ଏକ ଅନିୟମିତ ପେଚ ବା ତାଳି ଦେଖାଯାଏ । ଏହି ପେଚ ବା ତାଳି ଆକାର ଓ ରଙ୍ଗରେ ଭିନ୍ନ ଭିନ୍ନ ହୋଇପାରେ । ସହଳ ଅବସ୍ଥାରେ ଏହା ଫିକା ସବୁଜ ଥାଏ । ଫଳ ପରିପକ୍ଵ ଆଡକୁ ଗତି କଲାବେଳେ ଏହା ବାଦାମି ଓ କଳା ହୁଏ । ଫଳ ଟିସୂ ତାହାର ଘନତା ବା ଗାଢତା ହରାଏ , ଖାଲୁଆ ହୁଏ ଏବଂ ଅଗ ଘଟଣାକ୍ରମେ ଚେପଟା ଦେଖାଯାଏ । ଅଳ୍ପ କିମ୍ବା ବିନା ଲକ୍ଷଣରେ ଫଳରେ ଅନ୍ତଃ କଳା ସଢା ହୋଇପାରେ ।
ଆଲଗାଲ ଚୂନପଥର ,ବାସାଲ୍ଟ ଗୁଣ୍ଡ , ପୋଡା ଚୂନ , ଡ଼ୋଲୋମାଇଟ , ଜିପସମ ଏବଂ ଧାତୁମଳ ଚୂନ ଭଳି କାଲସିଆମ ସମୃଦ୍ଧ ପଦାର୍ଥକୁ ମାଟିରେ ପ୍ରୟୋଗ କରନ୍ତୁ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଜରୁରୀ ମାଧ୍ୟମ ଭାବରେ କାଲସିଆମ କ୍ଳୋରାଇଡ଼ର ପତ୍ର ସିଂଚନ କରନ୍ତୁ, କିନ୍ତୁ ବାରମ୍ବାର କରନ୍ତୁ ନାହି କିମ୍ବା ଅତ୍ୟଧିକ ପରିମାଣ ପ୍ରୟୋଗ କରନ୍ତୁ ନାହି ।
ପୁଷ୍ପାଗ୍ର ସଢା ଏକ ଶାରୀରିକ ଅବ୍ୟବସ୍ଥା ଯାହାକି ଫଳ ଟିସୁରେ କାଲସିଆମ ଅଭାବ ଯୋଗୁଁ ହୋଇଥାଏ । କୌଣସି କୀଟ ବା ଜୀବାଣୁ ସମ୍ପୃକ୍ତ ନୁହନ୍ତି । କାଲସିଆମ ଫଳରେ ଟିସୂର ଶକ୍ତି ଓ ଦୃଢତା ବଢାଏ । କାଲସିଆମ ଅଭାବ ମାଟିରେ ଏହି ପୋଷକର ଅନୁପସ୍ଥିତି କିମ୍ବା ଏହାକୁ ଶୋଷଣ କରିବା ଓ ଫଳକୁ ଯୋଗାଣ କିରିବାରେ ଗଛର ଅକ୍ଷମତା ଯୋଗୁଁ ହୋଇଥାଏ । ଏହା ଟିସୂ ଗଠନକୁ ବିନାଶ କରେ ଓ ନିର୍ଦ୍ଦିଷ୍ଟ ଗାଢ , ଖାଲୁଆ ସ୍ଥାନ ସୃଷ୍ଟି କରେ । ଅନିୟମିତ ଜଳସେଚନ କିମ୍ବା ଚେର ଆଘାତ କାଲସିଆମ ଅଭାବର କାରଣ ହୋଇପାରେ ।