Atractomorpha crenulata
ପୋକ
ତମାଖୁ ଝିଣ୍ଟିକା ଗଛର ପତ୍ର ଏବଂ ଫୁଲକଢକୁ ଖାଇ ଗଛର କ୍ଷତି ପହଞ୍ଚାଏ, ପତ୍ରରେ ବୃତ୍ତାକାର ଛିଦ୍ର ସୃଷ୍ଟି କରେ। ଆକ୍ରମଣ/ସଂକ୍ରମଣ ଅଧିକ ହେଲେ ଗଛର ବୃଦ୍ଧି ରୁଗୁଡିଆ ହୋଇପାରେ।
ମାଟିର ଗଭୀର ହଳ କରିବା ପରି କୃଷି ଭିତ୍ତିକ କାର୍ଯ୍ୟ ଅଣ୍ଡା ପ୍ରାକୃତିକ ଶତ୍ରୁମାନଙ୍କ ସଂସ୍ପର୍ଶରେ ଆସିପାରେ। ଯାହା ସେମାନଙ୍କ ନିୟନ୍ତ୍ରଣରେ ସାହାଯ୍ୟ କରେ। ତମାଖୁ ଝିଣ୍ଟିକାର ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ବିକଳ୍ପଗୁଡ଼ିକ ପ୍ରତିଷେଧକ ବ୍ୟବସ୍ଥା ଏବଂ ଉତ୍ତମ କୃଷି ଭିତ୍ତିକ କାର୍ଯ୍ୟରେ ସୀମିତ ରହିଥାଏ।
ଯେହେତୁ ଏହା ଏକ କ୍ଷୁଦ୍ର ବା ଲଘୁ କୀଟ, ପ୍ରତିଷେଧକ ବ୍ୟବସ୍ଥା ସହିତ ପରିବେଶ ଅନୁକୂଳ ନିୟନ୍ତ୍ରଣ ପ୍ରଣାଳୀ ବ୍ୟବହାର କରିବା ସର୍ବୋତ୍ତମ ଅଟେ। ତମାଖୁ ଝିଣ୍ଟିକାକୁ ରାସାୟନିକ ଭାବରେ ନିୟନ୍ତ୍ରଣ କରିବା ପାଇଁ, ଶୀଘ୍ର ବ୍ୟବସ୍ଥା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷତଃ ଯେତେବେଳେ ଛୋଟ, ଡେଣାହୀନ ଝିଣ୍ଟିକା ଫସଲ ସୀମା ନିକଟରେ ରହିଥାନ୍ତି। ଫସଲ କ୍ଷେତର ଧାରରେ ଉପଚାର କରିବା ଦ୍ଵାରା ଅଧିକ କ୍ଷତି ନିବାରଣ ହୋଇପାରେ। କ୍ୱିନାଲଫସ ସ୍, ମାଲାଥିଅନ୍ 0.1%% କିମ୍ବା କାର୍ବାରିଲ୍ ସ୍ପ୍ରେ କରିବା ଦ୍ଵାରା ପତ୍ରଗୁଡିକ ରକ୍ଷା ପାଇଥାଏ। ଯଦି କୀଟନାଶକ କିମ୍ବା ଯେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ, ସୁରକ୍ଷାତ୍ମକ ପୋଷାକ ପିନ୍ଧିବା ଏବଂ ଲେବେଲର ନିର୍ଦ୍ଦେଶ ଯତ୍ନର ସହିତ ପଢିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଦେଶ ଅନୁସାରେ ନିୟମାବଳୀ ଭିନ୍ନ ହୋଇଥାଏ, ତେଣୁ ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପାଳନ କରୁଛନ୍ତି। ଏହା ନିରାପତ୍ତା ସୁନିଶ୍ଚିତ କରିଥାଏ ଏବଂ ଫଳପ୍ରଦ ପ୍ରୟୋଗର ସମ୍ଭାବନା ବଢାଇ ଥାଏ।
ତମାଖୁ ଝିଣ୍ଟିକା, ଏକ ମଧ୍ୟମ ଆକାରର, କ୍ଷୁଦ୍ର-ଶିଙ୍ଗ ଥିବା କୀଟ ଯାହା ସବୁଜ କିମ୍ବା ବାଦାମୀ ରଙ୍ଗର ହୋଇଥାଏ। ଏହି ଅଦ୍ଭୁତ ଦିଶୁଥିବା ଝିଣ୍ଟିକା, ଏହାର କୋଣ ଆକୃତିର ମୁଣ୍ଡ ଦ୍ୱାରା ଅଲଗା ଦେଖାଯାଏ, ସାଧାରଣତଃ ଏସିଆରେ ଏହା ଦେଖାଯାଏ, ନଦୀ କିମ୍ବା ଝରଣା ନିକଟରେ ଥିବା ନଳଘାସ ଓ ଘାସରେ ବଢିଥାଏ। ଏହା ମୁଖ୍ୟତଃ ଦିନରେ ସକ୍ରିୟ ଥାଏ ଏବଂ ଗଛଗୁଡିକୁ ଖାଇଥାଏ, ଏହାକୁ ବଗିଚାରେ ଏକ ଲଘୁ ପୋକ ଏବଂ ତମାଖୁ ନର୍ସରୀ ଏବଂ ଅନ୍ୟାନ୍ୟ ଫସଲରେ ଏକ ପ୍ରମୁଖ କୀଟ ଭାବରେ ବିବେଚିତ ହୋଇଥାଏ। ତମାଖୁ ଝିଣ୍ଟିକା ବର୍ଷସାରା ପ୍ରଜନନ କରେ, ବସନ୍ତରେ ଅଧିକାଂଶ ଅଣ୍ଡା ଫୁଟେ। କିନ୍ତୁ, ଥଣ୍ଡା, ଓଦା ଅବସ୍ଥା ଦ୍ଵାରା ସେମାନଙ୍କ ବଞ୍ଚିବା ବିପଦ ହୋଇପାରେ ଯାହା ଅନେକକୁ ମାରିଦିଏ, କିମ୍ବା ଶୁଖିଲା ପାଗ ଉପଲବ୍ଧ ଖାଦ୍ୟକୁ ସୀମିତ କରେ। ଉଭୟ ବୟସ୍କ ଏବଂ ଶିଶୁ ଝିଣ୍ଟିକା ଗଛର କ୍ଷତି କରିଥାନ୍ତି।