Nezara viridula
ପୋକ
ଭୃଙ୍ଗ ମୁଖ୍ୟତଃ ଫଳ ଓ ବଢୁଥିବା ଡାଳ ଖାଇଥାଏ। ବଢୁଥିବା ଡାଳ ଶୁଖିଯାଏ ଏବଂ ପଡିଯାଏ। ଅଧିକାଂଶ କ୍ଷତି ଫଳ ଖାଇବା ଯୋଗୁଁ ହୋଇଥାଏ। ଫଳ ପୂର୍ଣ୍ଣ ଆକାର ପର୍ଯ୍ୟନ୍ତ ବଢି ନ ପାରେ, ଏହା ଆକାର ପରିବର୍ତ୍ତନ କରିପାରେ ଏବଂ ଝଡି ଯାଇପାରେ। ଅଧିକଂଶ କ୍ଷେତ୍ରରେ, ଫଳ ଖାଇବା ଯୋଗୁଁ ଫଳ ଉପରେ ଟାଣ କଳା ଦାଗ ହୋଇଥାଏ। ଫୁଲ କଢ ଖାଇବା ଯୋଗୁଁ ଫୁଲ ଝଡିଯାଏ। ଫଳର ସ୍ଵାଦ ପ୍ରଭାବିତ ହୋଇପାରେ। ଖାଇବା ଜନିତ ଦାଗ ଅନ୍ୟ ଜୀବାଣୁର ପ୍ରବେଶ ପାଇଁ ସୁବିଧା ଦେଇଥାଏ ଏବଂ ଅଧିକ କ୍ଷତି କରିଥାଏ। ପତ୍ରର ତଳ ପଟେ ଅଣ୍ଡା ସମୂହ ଦେଖା ଯାଇଥାଏ।
ଅଣ୍ଡା ପରଭକ୍ଷୀ ଟ୍ରିସଲ୍କସ ବାସାଲିସ ଏବଂ ଟାଚିନିଦ ମାଛି ଟାଚିନସ ପେନିପେସ ଓ ତ୍ରିଚୋପୋଡା ପିଲିପେସ ଆଦି ଏହି ପୋକର ନିୟନ୍ତ୍ରଣ ପାଇଁ ସଫଳତାର ସହିତ ବ୍ୟବହୃତ ହୋଇଛି।
ସାଧାରଣତଃ, କୀଟନାଶକ ପ୍ରୟୋଗ ଦରକାର ନୁହେଁ, କିନ୍ତୁ ସ୍ପ୍ରେ ଆବଶ୍ୟକ ହୋଇପାରେ ଯଦି ଗନ୍ଧି ଭୃଙ୍ଗ ସଂଖ୍ୟା ଅଧିକ ହୋଇଥାଏ। କାର୍ବାମେଟ ଏବଂ ଅର୍ଗାନୋଫସଫେଟ ଥିବା କୀଟନାଶକ ଦ୍ଵାରା ଏହି ଭୃଙ୍ଗ ନିୟନ୍ତ୍ରିତ ହୋଇପାରେ। କିନ୍ତୁ ଏହା ମଧ୍ୟରୁ ଅଧିକାଂଶ କୀଟନାଶକ ଗଛରେ ଅଧିକ ଦିନ କାମ କରେନାହିଁ, ଗଛ ପୁଣି ନିକଟ ଅଞ୍ଚଳରୁ ଆସୁଥିବା ଭୃଙ୍ଗ ଦ୍ଵାରା ଆକ୍ରମଣର ଶିକାର ପାଇଁ ସଂବେଦନଶୀଳ ହୋଇପାରେ। ଭୃଙ୍ଗ ପତ୍ର ମଧ୍ୟରେ ନ ଲୁଚି ସକ୍ରିୟ ଥିବା ସମୟରେ କୀଟନାଶକ ନିୟନ୍ତ୍ରଣ ଏହାର ଫଳପ୍ରଦତା ବଢାଇ ପାରେ। ଏହି ସମୟରେ କୀଟନାଶକ ଭୃଙ୍ଗର ସିଧାସଳଖ ସଂସ୍ପର୍ଶରେ ଆସିପାରେ। ଗନ୍ଧି ଭୃଙ୍ଗ ସକାଳେ ଏବଂ ସନ୍ଧ୍ୟାରେ ଖାଉଥିବା ଦେଖାଯାଏ।
ଏହି କ୍ଷତି ନେଜରା ଭିରିଡୁଲା ନାମକ ଏକ ଭୃଙ୍ଗ ଦ୍ଵାରା ହୋଇଥାଏ, ଯାହାକି ମୁଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳ ସମେତ ବିଶ୍ଵର ସବୁ ଅଞ୍ଚଳରେ ଦେଖା ଯାଇଥାଏ। ଏହାକୁ ଗନ୍ଧି ପୋକ/ଭୃଙ୍ଗ କୁହାଯାଏ, ଯେହେତୁ ଏମାନେ ବିପଦର ସମ୍ମୁଖୀନ ହେଲେ ଏକ କଡା ଗନ୍ଧ ଛାଡି ଥାଆନ୍ତି। ଏହି ଭୃଙ୍ଗ ପାଟିରେ ଥିବା ସୂକ୍ଷ୍ମ ଗୋଜିଆ ଅଂଶ ଦ୍ଵାରା ଫସଲକୁ ଫୋଡି ଖାଇଥାଏ। ପ୍ରକୃତ ଖାଇବା ଜନିତ କଣା ସାଙ୍ଗେ ସାଙ୍ଗେ ଦେଖା ଯାଏ ନାହିଁ। ଉଭୟ ବୟସ୍କ ଏବଂ ଶିଶୁ ଅବସ୍ଥାରେ ଏମାନେ ଗଛ ଖାଆନ୍ତି। ସେମାନେ ଗଛର କୋମଳ ଅଂଶ ( ବଢୁଥିବା ଡାଳ, ଫଳ, ଫୁଲ)କୁ ଖାଇବାକୁ ପସନ୍ଦ କରିଥାନ୍ତି। ଅଣ୍ଡାରୁ ବାହାରିବା ପରେ ଶିଶୁ ଭୃଙ୍ଗ ଅଣ୍ଡା ପାଖରେ ରହିଥାଏ। ବୟସ୍କ ଉଡିପାରେ ଚାରିଆଡେ ଗତି କରିପାରେ। ସେମାନେ ସାଧାରଣତଃ ସବୁଜ ବର୍ଣ୍ଣର ଅଟନ୍ତି ଏବଂ ତେଣୁ ଗଛରେ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ସେମାନେ ବଢିବା ସମୟରେ ଦେହର ରଙ୍ଗ ପରିବର୍ତ୍ତନ ହୋଇଥାଏ, ପ୍ରତି ଅବସ୍ଥାରୁ ଅଧିକ ସବୁଜ ହୋଇଥାନ୍ତି। ସାଧାରଣତଃ, ସେମାନେ ସକାଳେ ଗଛର ଉପର ଅଂଶକୁ ଗତି କରିଥାନ୍ତି।