Xanthodes transversa
ପୋକ
ସମ୍ବାଳୁଆ ପତ୍ର ଖାଇ ଗଛକୁ ପତ୍ର ହୀନତା କରି ଦେଇପାରେ। ପତ୍ର ଖାଇଲେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ଏବଂ ଯାହା ଫଳରେ ଗଛର ବୃଦ୍ଧି ଓ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ।
ଏହି କମ ଗୁରୁତ୍ୱପୂର୍ଣ୍ଣ କୀଟ ପାଇଁ ଜୈବିକ ନିୟନ୍ତ୍ରଣ ନାହିଁ। ଯଦି ଆବଶ୍ୟକ ହୁଏ, ତାହାକୁ ହାତରେ କାଢି ଦିଅନ୍ତୁ।
ଯଦି ଅଭିବୃଦ୍ଧିର ସହଳ ଅବସ୍ଥାରେ ଅଧିକ ସମ୍ବାଳୁଆ ଦେଖାଯାଏ, କ୍ଷତି ରୋକିବା ପାଇଁ ପଦକ୍ଷେପ ନେବା ଦରକାର ହୋଇପାରେ। ଲକ୍ଷଣ ଦେଖାଯିବା ମାତ୍ରେ ଆପଣ ପଦକ୍ଷେପ ନେବା ଉଚିତ। ବଡ ଫାର୍ମରେ, ଯେଉଁଠି ବାହାରକୁ ଭେଣ୍ଡି ପଠାଇବା ପାଇଁ ଚାଷ କରାଯାଇ ଥାଏ, ସହଳ ଅବସ୍ଥାରେ ଅଧିକ ସମ୍ବାଳୁଆ ହେଲେ ଅର୍ଥନୈତିକ କ୍ଷତି ପହଞ୍ଚାଇ ଥାଆନ୍ତି। କେଉଁ ପଦାର୍ଥ ବ୍ୟବହାର କରିବାକୁ ପଡିବ, କୀଟନାଶକ ବ୍ୟବହାର କରିବା ବେଳେ ନିୟମ ପାଳନ ବିଷୟରେ ଜାଣିବା ପାଇଁ ଆପଣ ଏକ କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ।
ଜାନ୍ଥୋଡସ ଟ୍ରାନ୍ସଭର୍ସା ନାମକ ଏକ ପୋକ ଦ୍ୱାରା କ୍ଷତି ହୋଇଥାଏ। ଏହା ଅନେକ ଅର୍ଥକାରୀ ଗୁରୁତ୍ୱପୂର୍ଣ୍ଣ ଫସଲକୁ ଖାଇଥାଏ ଯାହା ମଧ୍ୟରୁ ଅଧିକାଂଶ ମାଲଭାସି ପରିବାରର ଫସଲ। ମାଈମାନେ ଥରକୁ ଗୋଟିଏ ଅଣ୍ଡା ପତ୍ରର ତଳ ଭାଗରେ ଦିଅନ୍ତି। ଏକ ସପ୍ତାହ ପରେ ଅଣ୍ଡାରୁ ଛୋଟ ଲାର୍ଭା ବାହାରିଥାଏ। ସମ୍ପୁର୍ଣ୍ଣ ଭାବରେ ବଢିଥିବା ସମ୍ବାଳୁଆ ଗାଢ ସବୁଜ ରଙ୍ଗର ଏବଂ ଏହାର ଏକ ସ୍ୱତନ୍ତ୍ର ହଳଦିଆ ରଙ୍ଗର ଅନୁଦୈର୍ଘ୍ୟ ଦାଗ ଏବଂ ଏହି ଦାଗର ଉଭୟ ପାର୍ଶ୍ୱରେ ଘୋଡା ଖୁରା ଆକୃତିର କଳା ରଙ୍ଗର ଚିହ୍ନ ଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ କୀଟର କିଛି ଅଲଗା ଢାଞ୍ଚାର ରଙ୍ଗ ହୋଇ ଥାଏ। ଛୋଟ ଲାର୍ଭା ସୂତା ସଦୃଶ ଏବଂ ବହୁତ ବୁଲାବୁଲି କରେ। ସେମାନେ ପତ୍ରର ତଳ ଭାଗରେ ଖାଆନ୍ତି, ଯେଉଁଠାରେ ସେମାନେ ଦେଖାଯିବେ। ସମ୍ବାଳୁଆ ମାଟିରେ କୋଷା କରେ ଏବଂ ଦୁଇ ସପ୍ତାହ ପରେ ପ୍ରଜାପତି ବାହାରେ। ବୟସ୍କ ପ୍ରଜାପତି ହଳଦିଆ ହୋଇଥାଏ, ପ୍ରତ୍ୟେକ ଆଗ ଡେଣାରେ ତିନୋଟି ବାଦାମୀ ତୀର ଆକୃତିର ରେଖା ଥାଏ। ଗରମ, ଆର୍ଦ୍ର ପାଣି ପାଗ ଏହି କୀଟକୁ ସୁହାଇ ଥାଏ। ଯଦିଓ ଏହା ବହୁତ କ୍ଷତି ଘଟାଏ ନାହିଁ, ତଥାପି ଏହା ଫସଲରେ କ୍ଷତି ପହଞ୍ଚାଇପାରେ।