Daktulosphaira vitifoliae
ପୋକ
ଡାକଟୁଲୋସ୍ଫାଇରା ଭିଟିଫଲିଏର ଦୁଇଟି ବ୍ରଣ ଜାତକାରୀ ଅବସ୍ଥା ଅଛି: ଏକ ପତ୍ର ବ୍ରଣ ଅବସ୍ଥା ଏବଂ ଏକ ଚେର ବ୍ରଣ ଅବସ୍ଥା। ପତ୍ର ତଳପଟେ ଛୋଟ ବ୍ରଣ ବିକଶିତ ହୋଇଥାଏ। ବ୍ରଣର ଆକାର ପ୍ରାୟ ଗୋଟିଏ ମଟର ଚଣାର ଅଧା ଆକାରର ହୋଇଥାଏ। ବେଳେବେଳେ, ସଂପୂର୍ଣ୍ଣ ପତ୍ର ବ୍ରଣରେ ଆଚ୍ଛାଦିତ ହୋଇଥାଏ। ପତ୍ର ବ୍ରଣ ସାଧାରଣ ଭାବରେ ଅଙ୍ଗୁର ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ କ୍ଷତି କରି ପାରେନାହିଁ। କିନ୍ତୁ, ମାତ୍ରା ଅଧିକ ହେଲେ ପ୍ରଭାବିତ ପତ୍ରରେ ଅଧିକ ବ୍ୟାଘାତ ହୋଇଥାଏ ଓ ବିଳମ୍ବ ଋତୁରେ ଝଡିଯାଏ। ପତ୍ର ବ୍ରଣ କରୁଥିବା ଫାଇଲୋକ୍ସେରା କ୍ଵଚିତ କିଛି ଦେଶରେ ଦେଖାଯାନ୍ତି। ଧ୍ୟାନ ଦିଅନ୍ତୁ ଯେ ମୂଳ ବ୍ରଣ କରୁଥିବା ଫାଇଲୋକ୍ସେରା ବିନା ପତ୍ରରେ ବାସ କରୁଥିବା ଫାଇଲୋକ୍ସେରା ବ୍ରଣ ଗୁଡିକ ହୁଏ ନାହିଁ। ଅନ୍ୟ ପଟେ, ଚେରଗୁଡିକର ସଂକ୍ରମଣ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ ଏବଂ ମୂଳ ଫୁଲା ଏବଂ ଅଙ୍ଗୁରଲତା ହ୍ରାସ ହୋଇପାରେ। ମୂଳ ବ୍ୟବସ୍ଥାର ଅବନତି ଦ୍ଵିତୀୟକ କବକ ସଂକ୍ରମଣର କାରଣ ହୋଇପାରେ। ଗୁରୁତର ମୂଳ ସଂକ୍ରମଣ ପତ୍ରଝଡା ସୃଷ୍ଟି କରିପାରେ ଏବଂ କାଣ୍ଡ ବୃଦ୍ଧିକୁ ହ୍ରାସ କରିପାରେ। ସଂକ୍ରମିତ ଅଙ୍ଗୁରଲତାର ମୃତ୍ୟୁ 3 - 10 ବର୍ଷ ମଧ୍ୟରେ ହୋଇପାରେ। ସାଧାରଣତ 10 ବର୍ଷରୁ ଅଧିକ ହୃଷ୍ଟପୁଷ୍ଟ ଅଙ୍ଗୁରଲତା ଉପରେ ଲକ୍ଷଣଗୁଡ଼ିକ କମ୍ ଗୁରୁତ୍ୱପୂର୍ଣ୍ଣ।
ଅଙ୍ଗୁର ଫାଇଲୋକ୍ସେରାର ଜୈବିକ ନିୟନ୍ତ୍ରଣ ବିଷୟରେ ଅଳ୍ପ ସୂଚନା ଉପଲବ୍ଧ; ପ୍ରାକୃତିକ ଶତ୍ରୁ ଅପେକ୍ଷା ପରିବେଶ ଏବଂ ମୂଳ ପରିସ୍ଥିତି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ।
ରାସାୟନିକ ଉପକରଣ ସହିତ ଫାଇଲୋକ୍ସେରାର ଉପଚାର ସବୁବେଳେ ସମ୍ଭବ ନୁହେଁ। ଅତ୍ୟଧିକ ସମ୍ବେଦନଶୀଳ କିସମ ରେ, ବିଶେଷତଃ ନୂଆଁ ଗଛ ଉପରେ, ବସନ୍ତରେ ପ୍ରଥମ ବ୍ରଣ ବିକଶିତ ହେବା ମାତ୍ରେ ଉପଚାର କରିବା ଆବଶ୍ୟକ। ବ୍ରଣ ଗୁଡ଼ିକ ଦେଖାଯିବା ମାତ୍ରେ, ପ୍ରତିଦିନ ଅଣ୍ଡା ବାହାର କରିବା ଆରମ୍ଭ କରିବା ପାଇଁ ତାହାକୁ ରେଜର୍ ବ୍ଲେଡ୍ ଦ୍ୱାରା କାଟିବା ଆବଶ୍ୟକ। ଛୋଟ ଲାର୍ଭା ଦେଖାଯିବା ମାତ୍ରେ ରାସାୟନିକ ନିୟନ୍ତ୍ରଣ ପ୍ରୟୋଗ କରନ୍ତୁ। ବିଭିନ୍ନ ଜୀବନ ଚକ୍ର ସହ ଏକାଧିକ ପିଢୀର ଏକା ସମୟରେ ରହିବା ପରିସ୍ଥିତି ରେ ନ ପହଞ୍ଚିବା ପାଇଁ ନୀରିକ୍ଷଣ ଏବଂ ପ୍ରାରମ୍ଭିକ ଉପଚାର ପ୍ରୟୋଗ ନିଶ୍ଚିତ କରାଯିବା ଉଚିତ୍। ଏହା ନକଲେ କୀଟନାଶକ ଔଷଧର ବହୁତ କମ୍ ପ୍ରଭାବ ପଡିଥାଏ। ସର୍ବଦା ଆପଣଙ୍କ ଅଞ୍ଚଳରେ ନିୟନ୍ତ୍ରିତ ହେଉଥିବା ଉତ୍ପାଦ ବ୍ୟବହାର କରନ୍ତୁ।
ଡାକଟୁଲୋସ୍ଫାଇରା ଭିଟିଫଲିଏର ଜୀବନ ଚକ୍ର ଜଟିଳ ଅଟେ। ଏହି କୀଟ ଭାରୀ କାଦୁଅ ମାଟି ଏବଂ ଶୁଷ୍କ ଅବସ୍ଥାକୁ ପସନ୍ଦ କରେ। ବସନ୍ତରେ, ଅଙ୍ଗୁର ଲତା ର କାଠ ଉପରେ ଦିଆଯାଇଥିବା ଏକ ଅଣ୍ଡାରୁ ମାଈ ପୋକ ବାହାରିଥାଏ ଏବଂ ଅନ୍ୟ ଏକ ପତ୍ରକୁ ସ୍ଥାନାନ୍ତରିତ ହୋଇଥାଏ, ଯେଉଁଠାରେ ସେ ଏକ ଗଲ୍ ବା ବ୍ରଣ ଜାତ କରିଥାଏ। 15 ଦିନ ମଧ୍ୟରେ, ମାଈ ପୋକ ପରିପକ୍ବତା ପ୍ରାପ୍ତ କରେ, ବ୍ରଣକୁ ଅଣ୍ଡାରେ ଅଣ୍ଡାରେ ଭରିଦିଏ ଏବଂ କିଛି ସମୟ ପରେ ମରିଯାଏ। ଏହି ଅଣ୍ଡାରୁ ବାହାରୁଥିବା ନିମ୍ଫ ବା ଶୂକ ଗୁଡିକ ବ୍ରଣରୁ ବାହାରି ନୂଆଁ ପତ୍ରକୁ ବୁଲନ୍ତି। ସେମାନେ ନୂଆଁ ବ୍ରଣ ଏବଂ ଅଣ୍ଡା ଉତ୍ପାଦନ କରନ୍ତି। ଗ୍ରୀଷ୍ମ ସମୟରେ, 6 କିମ୍ବା 7 ପିଢୀ ହୋଇପାରେ। ଖରାଦିନେ, ନିମ୍ଫ ବା ଶୂକ ଗୁଡିକ ମୂଳକୁ ସ୍ଥାନାନ୍ତରିତ ହୋଇଥାନ୍ତି, ଯେଉଁଠାରେ ସେମାନେ ଶୀତସୁପ୍ତି କରନ୍ତି। ପରବର୍ତ୍ତୀ ବସନ୍ତରେ ସେମାନେ ପୁନର୍ବାର ସକ୍ରିୟ ହୋଇ ଚେର ବ୍ରଣ ସୃଷ୍ଟି କରନ୍ତି। ଡେଣାହୀନ ମାଈ ଗୁଡିକ ବର୍ଷ ବର୍ଷ ପରେ ମୂଳ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୀବନ ଚକ୍ର ସୃଷ୍ଟି କରିପାରନ୍ତି। ଗ୍ରୀଷ୍ମର ଶେଷ ଏବଂ ଶରତରେ, ଚେରରେ ବାସ କରୁଥିବା ଫାଇଲୋକ୍ସେରା କିଛି ଚେରରେ ଅଣ୍ଡା ଦେଇଥାଏ ଯାହା କି ଡେଣା ବିଶିଷ୍ଟ ମାଈ ରେ ପରିଣତ ହୁଏ । ଡେଣା ବିଶିଷ୍ଟ ମାଈମାନେ ମୂଳରୁ ଡାଳକୁ ସ୍ଥାନାନ୍ତରିତ ହୁଅନ୍ତି ଯେଉଁଠାରେ ସେମାନେ ଦୁଇ ଆକାରର ଅଣ୍ଡା ଦେଇଥା’ନ୍ତି, ଛୋଟ ଛୋଟ ଅଣ୍ଡା ପୁରୁଷରେ ଏବଂ ବଡ଼ ବଡ଼ ମାଈ ରେ ବିକଶିତ ହୋଇଥାଏ। ସଙ୍ଗମ ହୁଏ ଏବଂ ତା’ପରେ ମାଈ ଗୋଟିଏ ଅଣ୍ଡା ଦେଇଥାଏ ଯାହା ଅଙ୍ଗୁର କାଣ୍ଡରେ ଶୀତସୁପ୍ତି କରିଥାଏ। ଏହି ଅଣ୍ଡା ହିଁ ପତ୍ରରେ ବାସ କରୁଥିବା ପିଢୀ ସୃଷ୍ଟି କରେ। ଭୌଗୋଳିକ କାରକ ଉପରେ ନିର୍ଭର କରି, ବିଭିନ୍ନ ଜୀବନ ଚକ୍ର ବିଶିଷ୍ଟ ପିଢୀ ଏକ ସମୟରେ ବିକାଶ ହୋଇପାରେ।