Unaspis citri
ପୋକ
ଆକ୍ରମଣ ସାଧାରଣତଃ ଗଣ୍ଡି ଓ ମୁଖ୍ୟ ଶାଖା ଉପରେ ହୋଇଥାଏ। ଯଦି ଏହା ସାଂଘାତିକ ହୋଇଥାଏ, ଡାଳ, ପତ୍ର ଓ ଫଳ ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ପତ୍ରର ତଳପଟେ ହଳଦିଆ ଦାଗ ସୃଷ୍ଟି କରିଥାଏ, ଯାହାକି ଅକାଳରେ ଝଡିଯାଏ, ଡାଳର ଅଗମରା ହୋଇଥାଏ ଓ ଘଟଣାକ୍ରମେ ଶାଖା ମରିଯାଏ।ସାଂଘାତିକ ଆକ୍ରମଣ ହେଲେ ବକଳ ଗାଢ ଓ ଅସ୍ପଷ୍ଟ ହୋଇଥାଏ, ଟାଇଟ ଦେଖାଯାଏ ଏବଂ ଶେଷରେ ଫାଟିଯାଏ, ଯାହାକି କବକକୁ ପୁଣି ଆକ୍ରମଣ କରିବାକୁ ସୁଯୋଗ ଦେଇଥାଏ।
ଆଫାଇଟିସ ଲିଙ୍ଗନାନେନସିସ ନାମକ ପରଜୀବୀ ବିରୁଡି କମଳା ଜାତୀୟ ସ୍ନୋ କାତି ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ, ଯଦି ଏହା ପୂର୍ବରୁ ବଗିଚା ଭିତରେ ଥାଏ। ଲାଇମ ସଲଫର (ପୋଲିସଲଫାଇଡ ସଲଫର) କିମ୍ବା ଆର୍ଦ୍ର ଯୋଗ୍ୟ ସଲଫର ବ୍ୟବହାର କରନ୍ତୁ, ତାପରେ ଲାଇମ ସଲଫର ଓ ତେଲ ସିଞ୍ଚନ ମଧ୍ୟରେ ଅତି କମରେ 30 ଦିନ ବ୍ୟବଧାନ ରଖନ୍ତୁ। ଯାହା ହେଲେ ମଧ୍ୟ, ଲାଇମ ସଲଫର ଆଫାଇଟିସ ଲିଙ୍ଗନାନେନସିସ ଉପରେ ପ୍ରତିକୂଳ ଭାବରେ କାର୍ଯ୍ୟ କରିଥାଏ। ଚିଲୋକୋରସ ସାରକୁମଡାଟସ ଭୃଙ୍ଗ ମଧ୍ୟ ସଫଳ ଜୈବ-ନିୟନ୍ତ୍ରକ ଭାବରେ ପ୍ରମାଣିତ ହୋଇଛି। ଧଳା ତେଲ, ସାବୁନ, ଓ ଉଦ୍ୟାନ ତେଲ ସିଞ୍ଚନ କୀଟର ଶ୍ଵାସ ରାସ୍ତା ବନ୍ଦ କରି ତାହାକୁ ମାରିଥାଏ। ପତ୍ରର ତଳପଟେ ସିଞ୍ଚନ କରନ୍ତୁ, ତେଲ ପୋକ ସଂସ୍ପର୍ଶରେ ଆସିବା ଦରକାର ଅଟେ। 3 -4 ସପ୍ତାହ ପରେ ପୁଣି ସାବୁନ ବା ତେଲର ଦ୍ଵିତୀୟ ସିଞ୍ଚନ ଆବଶ୍ୟକ ହୋଇଥାଏ। ରାସାୟନିକ ନିୟନ୍ତ୍ରଣ ପାଇଁ ସିଞ୍ଚନ କରିଲେ ଜୈବିକ ନିୟନ୍ତ୍ରଣର ପ୍ରଭାବ କମିଯାଇ ଥାଏ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କମଳା ଜାତୀୟ ସ୍ନୋ କାତି ନିୟନ୍ତ୍ରଣ ପାଇଁ ମାଲାଥିଆନ 50% ସହାୟକ ହୋଇଥାଏ। ପତ୍ର ତଳପଟେ ସିଞ୍ଚନ କରନ୍ତୁ। ସକ୍ରିୟ ଶିଶୁ କୀଟ ଦମନ ପାଇଁ ସିନ୍ଥେଟିକ ପାଇରେଥ୍ରାଏଡ କୀଟନାଶକ ଫଳପ୍ରସୂ ହୋଇଥାଏ। ମାଲାଥିଆନ ଓ ସିନ୍ଥେଟିକ ପାଇରେଥ୍ରାଏଡ ପ୍ରାକୃତିକ ଶତ୍ରୁକୁ ମାରି ଦେବାର ସମ୍ଭାବନା ଥାଏ, ତେଣୁ ଯଦି ସମ୍ଭବ ଏହାକୁ ଏଡାଇବା ଦରକାର ଅଟେ।
କମଳା ଜାତୀୟ ସ୍ନୋ କାତି (ଉନାସ୍ପିସ ସାଇତ୍ରି)ର ବୟସ୍କ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଅଣ୍ଡା ଉଜ୍ଜଳ କମଳା, ଅଣ୍ଡାକାର ଏବଂ ପ୍ରାୟ 0.3 ମିମି ଲମ୍ବାର ହୋଇଥାଏ। ବୟସ୍କ ମାଇ କାତି ପୋକ 1.5 ରୁ 2.3 ମିମି ଲମ୍ବା ଏବଂ ଏହାର ଛୋଟ, ଗାଢ କାତି ବେଳେବେଳେ ଫଳର ମଇଳା ଭଳି ଭ୍ରମ ହୋଇଥାଏ। ମାଇମାନେ ନିଜ ପାଟି ଅଂଶକୁ ଗଛ ମଧ୍ୟରେ ପ୍ରବେଶ କରାଇ ଥାଆନ୍ତି ଏବଂ ପୁଣି କେବେ ଗତି କରନ୍ତି ନାହିଁ, ସେଇଠି ହିଁ ଖାଆନ୍ତି ଓ ଜନନ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ଆବରଣ ଏକ ଧୂସର ଧାର ସହିତ ଶାମୁକା ଆକାରର, ବାଦାମି-ବାଇଗଣୀରୁ କଳା ହୋଇଥାଏ। ଅଣ୍ଡିରା ଆବରିତ କାତି ପୋକ ପରିପକ୍ଵତା ପର୍ଯ୍ୟନ୍ତ ଗତିହୀନ ହୋଇଥାଏ। ଅପରିପକ୍ଵ କାତି ଆବରଣ ଦୁଇଟି ସମାନ୍ତର ପାର୍ଶ୍ଵ, ତିନୋଟି ଅନୁଦୈର୍ଘ୍ୟ ଭାଗ, ଏକ କୈନ୍ଦ୍ରିକ ଏବଂ ଦୁଇଟି ପ୍ରାନ୍ତ ହୁଡା ସହିତ ଧଳା ହୋଇଥାଏ। ଉନାସ୍ପିସ ସାଇତ୍ରି ମହମ ଓ ପୂର୍ବ ଅବସ୍ଥାର ଚର୍ମରେ ଗଠିତ ଏକ ସୁରକ୍ଷାତ୍ମକ ଆବରଣ କରିଥାଏ, ଯାହାକି ତାହାର ଢାଲ ସଦୃଶ ହୋଇଥାଏ। କୀଟ ମରିବାର ବହୁଦିନ ପର୍ଯ୍ୟନ୍ତ ଏହି ଢାଲ ଫଳରେ ରହିଥାଏ ଓ ଫଳକୁ ବିକୃତ କରିଥାଏ।