ହରଡ଼ & ମସୁର

ଗାଈ ଶୋଷକ ପୋକ

Membracidae

ପୋକ

5 mins to read

ସଂକ୍ଷେପରେ

  • କାଣ୍ଡରେ ସୋଲ ଭଳି ଟିସୂ ହୋଇଥାଏ। ଝାଉଁଳା ଗଛ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ହରଡ଼ & ମସୁର

ଲକ୍ଷଣ

ଶୋଷକ ପୋକ କାଣ୍ଡରୁ ରସ ଶୋଷିବା ଯୋଗୁଁ ସୋଲ ଭଳି ଟିସୂ ସୃଷ୍ଟି ହୋଇଥାଏ। କାଣ୍ଡ ଉପରେ ଖାଇବା ଚିହ୍ନ ଦେଖାଯାଇ ପାରେ। ଅତିମାତ୍ରାରେ ଆକ୍ରାନ୍ତ ହେଲେ ପ୍ରଭାବିତ ଅଂଶ ଶୁଖିଯାଇ ଥାଏ ଏବଂ ପତ୍ର ଝଡା ଦେଇଥାଏ। ଗଛ ଝାଉଁଳା ଓ ଅସୁସ୍ଥ ଦେଖାଯାଏ। ପୋକ ଦ୍ଵାରା କୋଷ ରସ ଶୋଷିବା ଓ ଲାଳ ସହିତ ବିଷାକ୍ତ ପଦାର୍ଥ ଭିତରକୁ ଅନ୍ତଃକ୍ଷେପ କରିବା ଦ୍ଵାରା ପତ୍ର ବିକୃତ ହୋଇଥାଏ। ଏହା ବ୍ୟତୀତ, କଳା ଗୁଣ୍ଡ, କାପ୍ନୋଡିଅମ ଜାତି, ଗଛ ଅଂଶରେ ଥିବା ଗାଈ ଶୋଷକ ପୋକର ମିଷ୍ଟମଳରେ ବିକଶିତ ହୁଏ ଯାହାକି ନିମ୍ନ ଗୁଣବତ୍ତାର ପତ୍ର ଉତ୍ପାଦନ କରିଥାଏ। ପୋକ ସାଧାରଣତଃ ସବୁଜ କାଣ୍ଡରୁ ଶୋଷଣ କରିଥାଏ। ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତ ହେଲେ ସୋଲ ଭଳି ଟିସୂ, ଝାଉଁଳା ଓ ଅସୁସ୍ଥ ଦେଖାଯିବା ଗଛ ଦେଖା ଯାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଗାଈ ଶୋଷକ ପୋକର ଅଣ୍ଡାକୁ ମାରିବା ପାଇଁ ପରଜୀବୀ ସମର୍ଥ ହୋଇପାରେ। ଆଜି ପର୍ଯ୍ୟନ୍ତ ଏହି ପୋକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ଆମେ ଜାଣି ନାହୁଁ। ଯଦି ଏହାର ଲକ୍ଷଣ କିମ୍ବା ଆବିର୍ଭାବ ହ୍ରାସ ପାଇଁ କୌଣସି ସଫଳ ପଦ୍ଧତି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପୋକ ସଂଖ୍ୟା ପରିଚାଳନା କରିବା ପାଇଁ 1 ଲିଟର ଜଳରେ 2 ମିଲି ଡାଇମେଥୋଏଟ ବ୍ୟବହାର କରାଯାଏ।

ଏହାର କାରଣ କଣ

ଅଟିନୋଟସ ଓନେରାଟସ, ଅକ୍ସିରାଚିସ ତାରାଣ୍ଡସ ସହିତ ମେମ୍ବ୍ରାସିଡେ ପରିବାରର ଉଭୟ ବୟସ୍କ ଓ ଶୂକ (ନିମ୍ଫ) ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହି ପୋକର ଅନ୍ୟ ନାମ ହେଉଛି ଗଛ ଡିଆଁ କିମ୍ବା କଣ୍ଟକ ଶୋଷକ ପୋକ। ଧୂସର-ମାଟିଆ, ଡେଣା ଥିବା ପୋକ ବକ୍ଷରେ କଣ୍ଟକ ଭଳି ଅଂଶ ସହିତ 7 ମିମି ଲମ୍ବ ହୋଇଥାଏ। କାଣ୍ଡ କିମ୍ବା ଛୋଟ ଡାଳରେ ମାଇମାନେ ଅନିୟମିତ ଭାବରେ ଅଣ୍ଡା ଗୁଚ୍ଛ ଦେଇଥାନ୍ତି। ସେମାନେ ପିମ୍ପୁଡି ସହିତ ସହଜୀବୀ ସମ୍ପର୍କ ସହିତ ରହିଥାନ୍ତି। ଶୂକ ମିଷ୍ଟମଳ ନିର୍ଗତ କରେ ଯାହା ଯାହା ପିମ୍ପୁଡି ଖାଇଥାଏ, ପ୍ରତି ବଦଳରେ ପ୍ରାକୃତିକ ପରଭକ୍ଷୀ ଠାରୁ ପିମ୍ପୁଡି ଏମାନଙ୍କୁ ସୁରକ୍ଷା ଦେଇଥାଏ। ତାପମାତ୍ରା ହ୍ରାସ ପାଇଲେ ଓ ଆର୍ଦ୍ରତା ବୃଦ୍ଧି ପାଇଲେ ପୋକ ସଂଖ୍ୟା ବଢିଥାଏ।


ସୁରକ୍ଷାତ୍ମକ ଉପାୟ

  • ଆକ୍ରମଣର ସଂକେତ ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ