ଆଖୁ

ଧବଳ ଅଗ ବିନ୍ଧା ପୋକ

Scirpophaga excerptalis

ପୋକ

5 mins to read

ସଂକ୍ଷେପରେ

  • ମଞ୍ଜ କିଳା, ପତ୍ର ସାରା ସମାନ୍ତରାଳ କଣାର ଶୃଙ୍ଖଳା, କାଣ୍ଡର ଭିତରେ, ବଢୁଥିବା ଅଗ ଏବଂ ପତ୍ରରେ ଖାଇବା ଚିହ୍ନ। ରୁପେଲି, ଧଳା ପ୍ରଜାପତି।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଆଖୁ

ଲକ୍ଷଣ

ପତ୍ର ଫଳକ ଖୋଲା ହେବା ସମୟରେ ପତ୍ରର ଚଉଡା ପଟେ କଣାର ଏକ ଶୃଙ୍ଖଳା, ବିନ୍ଧା ପୋକ ସକ୍ରିୟତାର ଏକ ପ୍ରକାଶ୍ୟ ଲକ୍ଷଣ ଭାବରେ ଦେଖାଯାଏ। ପତ୍ର ମଧ୍ୟଶିରାରେ ଲାଲ୍ ସୁଡଙ୍ଗ ଥାଏ ଯାହାକି ପ୍ରାଥମିକ ସଂକ୍ରମଣ ର ବିଶେଷ ଲକ୍ଷଣ। ପତ୍ରର ଉପର ପଟ ବଢୁଥିବା ଅଗ ପାଖରେ ଅଣ୍ଡା ଗୁଚ୍ଛ ଦେଖାଯାଏ। ବଢୁଥିବା ଅଗ ଆକ୍ରାନ୍ତ ହୁଏ ଓ କାଣ୍ଡକୁ ମାରିଦିଏ। ଆଖୁରେ ମଞ୍ଜକିଳା ହୁଏ ଏବଂ ଲାଲ୍ ବାଦାମୀ ରଙ୍ଗର ହୁଏ। ଅଗ କାଣ୍ଡ ରୁଗୁଡିଆ ହୁଏ ଓ ଝାଉଁଳି ଯାଏ। ପାର୍ଶ୍ଵ ପିଲ ବା ଶାଖା ବାହାରିବା ଯୋଗୁଁ ଗଛ ଗୁଚ୍ଛ ଆକାରର ଦେଖାଯାଏ। ଭୁଇଁ ସ୍ତରରେ କାଣ୍ଡରେ ଛୋଟ କଣା ଦେଖାଯାଇପାରେ। ଗୋଟିଏ ପିଲରେ କେବଳ ଗୋଟିଏ ହିଁ ଲାର୍ଭା ଖାଉଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଟ୍ରାଇକୋଗ୍ରାମା ଚିଲୋନିସ @ 10,000/ହେକ୍ଟର, 10 ଦିନ ଅନ୍ତରରେ 2-3 ଥର ପ୍ରୟୋଗ କରନ୍ତୁ କିମ୍ବା ଇଚନେଉମୋନିଡ ପରଜୀବୀ ଆକ୍ରାନ୍ତ ଗାମ୍ବ୍ରୋଇଦେଶ ( ଆଇସୋଟୋମା ) ଜାଭେନସିସ (100 ଯୋଡା ପ୍ରତି ହେକ୍ଟର ) ନିରନ୍ତର ପରଭକ୍ଷୀ ଭାବରେ ବ୍ୟବହାର କରାଯାଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କାର୍ବୋଫୁରାନ 3%ଜି (33.3 କେଜି /ହେକ୍ଟର ), କ୍ଳୋରାନ୍ତ୍ରାନିପ୍ରୋଲ 18.5% ଏସସି (375ମିଲି /ହେକ୍ଟର)। ମୂଳ ପାଖରେ ଏକ ସିଆର କରି , ଦାନାଦାର ପକାଇ ହାଲୁକା ଜଳସେଚନ ଦେଇ ପ୍ରୟାଗ କରାଯାଇପାରେ। କିନ୍ତୁ, ସଂକ୍ରମିତ ପିଲ କୁ କାଟି ନଷ୍ଟ କରିବା ସବୁଠୁ ପ୍ରଭାବୀ ନିୟନ୍ତ୍ରଣ ଅଟେ।

ଏହାର କାରଣ କଣ

ଶିର୍ପୋଫାଗା ଏକ୍ସେର୍ପ୍ତାଲିସ ନାମକ ଧବଳ ଅଗ ବିନ୍ଧା ପୋକ ଯୋଗୁଁ ଆଖୁରେ କ୍ଷତି ହୁଏ। ବୟସ୍କ ପ୍ରଜାପତିର ପରରେ ଆଚ୍ଛାଦିତ ଅଗ ସହିତ ରୁପେଲି ଧଳା ଡେଣା ଥାଏ। ମାଈ ପୋକ ଅଣ୍ଡା ଦିଏ ଯାହାକି ହଳଦିଆ -ବାଦାମୀ ଲୋମରେ ଆଚ୍ଛାଦିତ ହୋଇଥାଏ। ଶୂକ ଗୁଡା ହୋଇଥିବା ପତ୍ରରେ ସୁଡଙ୍ଗ କରେ ଯାହା ବର୍ଣ୍ଣିତ ଲକ୍ଷଣ ସୃଷ୍ଟି କରେ। କ୍ରିମ ଧଳା କିମ୍ବା ହଳଦିଆ ଓ ମାଟିଆ ମୁଣ୍ଡ , ପଟ୍ଟୀ ଦାଗ ବିହୀନ, ଦୁର୍ବଳ କ୍ଷୟପ୍ରାପ୍ତ ଗୋଡ ସହିତ ଶୂକ ପ୍ରାୟ 35 ମିମି ଲମ୍ବା ଥାଏ। ସେମାନେ ମଧ୍ୟଶିରାରେ ଖାଇ ଗଛର ମଞ୍ଜ ଆଡକୁ ଯାଆନ୍ତି । ତୃତୀୟ ପିଢୀ ଆଖୁରେ ଅଧିକ କ୍ଷତି କରେ। ଛୋଟ ଗଛ ଏହି ପୋକ ପ୍ରତି ଅଧିକ ସଂବେଦନଶୀଳ, ମୁଖ୍ୟତଃ ଆର୍ଦ୍ର ପରିବେଶରେ ।


ସୁରକ୍ଷାତ୍ମକ ଉପାୟ

  • ସହନଶୀଳ କିମ୍ବା ପ୍ରତିରୋଧି କିସମ ଯଥା ସିଓ 419, ସିଓ 745, ସିଓ 6516, ସିଓ 859, ସିଓ1158 , କିମ୍ବା ସିଓ7224 ବ୍ୟବହାର କରନ୍ତୁ। ଲଗାଇବା ପାଇଁ ଯୁଗ୍ମ ଧାଡି ପଦ୍ଧତି ପସନ୍ଦ କରାଯାଏ। ମସଲା ଓ ଡାଲି ଜାତୀୟ ଭଳି ପୋଷକ ନଥିବା ଫସଲ ସହ ଅନ୍ତଃ ଫସଲ କରନ୍ତୁ। ଅନ୍ତଃ ଫସଲ ଭାବରେ ମକା ଓ ଜୋଆର ବ୍ୟବହାର କରନ୍ତୁ ନାହିଁ। ବୟସ୍କ ପ୍ରଜାପତିକୁ ନିରୀକ୍ଷଣ କରିବାକୁ ଆପଣଙ୍କ ଜମିରେ ହେକ୍ଟର ପିଛା 2-3 ଟି ଫେରୋମୋନ ଜନ୍ତା ରଖନ୍ତୁ। ପ୍ରାକୃତିକ ଶତ୍ରୁ ପାଇଁ ପ୍ରସ୍ଥାନ ବିକଳ୍ପ ଥିବା ଆଲୋକ କିମ୍ବା ଫେରୋମୋନ ଜନ୍ତା 5 ହେକ୍ଟରରେ 2 ଟି ସ୍ଥାପନ କରନ୍ତୁ। ନହେଲେ ସକାଳେ କିମ୍ବା ଗୋଧୂଳି ସମୟରେ ଏରିୟଲ ଜାଲ ସ୍ଥାପନ କରନ୍ତୁ। ପ୍ରଭାବିତ ଗଛ ଅଂଶ କାଢନ୍ତୁ। ଅଣ୍ଡା ଦେଉଥିବା ଅବସ୍ଥାରେ ଅଣ୍ଡା ସଂଗ୍ରହ କରନ୍ତୁ। ଦ୍ଵିତୀୟ ଶାବକ ହେବା ସମୟରେ ମଧ୍ୟ ମଞ୍ଜକିଳା ନଷ୍ଟ କରନ୍ତୁ। ପ୍ରାକୃତିକ ପରଭକ୍ଷୀ ଓ ପରଜୀବୀକୁ ସଂରକ୍ଷଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ