ଆଖୁ

ପବ ବିନ୍ଧା ପୋକ

Chilo sacchariphagus indicus

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଗୁଳିବିଦ୍ଧ ଭଳି କଣା ଥାଏ । ଛୋଟ ପବ । କାଣ୍ଡ ଭିତରେ ଖିଆଯାଇଥାଏ । ବାଦାମୀ ମୁଣ୍ଡ , ଆନୁଦୈର୍ଘିକ ପଟ୍ଟୀ ( ପଟା ପଟା ଦାଗ ) ଓ ପୃଷ୍ଠରେ ଗାଢ ଚିହ୍ନ ସହିତ ଧଳା ଶୂକ ।.

ମଧ୍ୟ ଦେଖା ଯାଇପାରେ


ଆଖୁ

ଲକ୍ଷଣ

ପ୍ରଥମେ ସମ୍ବାଳୁଆ ଗୁଡା ହୋଇଥିବା ନୂଆଁ ପତ୍ର ଖାଏ ଓ ଗୁଳିବିଦ୍ଧ ଭଳି କଣା ସୃଷ୍ଟି କରେ । ଗଛର ବୃଦ୍ଧି ଅବସ୍ଥାର ସହଳ ସମୟରେ , ସେମାନେ ବଢୁଥିବା ଅଂଶ ଖାଆନ୍ତି ଓ ମଞ୍ଜ କୀଳା ସୃଷ୍ଟି କରନ୍ତି । ପବ ସଙ୍କୁଚିତ ହୁଏ ଏବଂ କେତେକ ବିନ୍ଧ କଣା ସହିତ ଛୋଟ ହୁଏ । କାଣ୍ଡ ଭିତରେ ପଶିବା ଓ ଖାଇବା ସମୟରେ ସେମାନେ ପ୍ରବେଶ କଣାକୁ ମଳ ଦ୍ଵାରା ବନ୍ଦ କରିଦିଅନ୍ତି । କାଣ୍ଡ ଟିସୂ ଭିତରେ ଶୂକ ଉପରକୁ ଗତି କରି ଲାଲ୍ ରଙ୍ଗ ଗଣ୍ଠିକୁ କ୍ଷତ କରେ । ଗଛ କାଣ୍ଡ ଦୁର୍ବଳ ହୋଇଯାଏ ଏବଂ ପବନ ଦ୍ଵାରା ସହଜରେ ଭାଙ୍ଗିଯାଇପାରେ । ଅନ୍ୟ ଲକ୍ଷଣ ମଧ୍ୟରେ ରୁଗୁଡିଆ ବୃଦ୍ଧି ମଧ୍ୟ ହୁଏ

Recommendations

ଜୈବିକ ନିୟନ୍ତ୍ରଣ

ଏହି କୀଟ ପାଇଁ , କୌଣସି ଜୈବିକ କୀଟନାଶକ ଜଣା ନାହିଁ , କିନ୍ତୁ ପରଭକ୍ଷୀଗୁଡିକ ପବ ବିନ୍ଧା ପୋକ ଆବିର୍ଭାବ କମାଇବାରେ ସମର୍ଥ ହୁଅନ୍ତି । ଟ୍ରାଇକୋଗ୍ରାମା ଅସ୍ତ୍ରାଲିଆକମ ଏକ ସପ୍ତାହରେ ହେକ୍ଟର ପିଛା 50000ପରଜୀବୀ ମୁକ୍ତ କରନ୍ତୁ । ଟ୍ରାଇକୋଗ୍ରାମା ଚିଲୋନିସ ଅଣ୍ଡା ପରଭକ୍ଷୀ ହେକ୍ଟର ପିଛା 2.5 ମିଲି ଚତୁର୍ଥ ମାସ ପରେ 15 ଦିନ ଅନ୍ତରରେ 6 ଥର ପ୍ରୟୋଗ କରନ୍ତୁ । ଷ୍ଟେନୋବ୍ରାକନ ଦୀସା ଏବଂ ଆପାଣ୍ଟେଲିସ ଫ୍ଲାଭିପେଶ ଆଦି ଶୂକ ଖାଉଥିବା ପରଭକ୍ଷୀ । ପ୍ୟୁପା ଅବସ୍ଥା ପାଇଁ , ତେଟ୍ରାସ୍ତିଚଷ ଆୟାରି ଏବଂ ତ୍ରିଚୋସ୍ପିଲସ ଡାୟାଟ୍ରାଇ ପରଭକ୍ଷୀ ଛଡା ଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ବୃଦ୍ଧି ଋତୁରେ ପ୍ରତି 15 ଦିନରେ ମୋନୋକ୍ରୋଟଫସ( ଏକ ସଂସ୍ପର୍ଶ କୀଟନାଶକ ) ସିଂଚନ କରନ୍ତୁ । ଯଦି କ୍ଷତି ଅଧିକ ହୁଏ ,ମାଟିରେ କାର୍ବୋଫୁରାନ 3ଜି ହେକ୍ଟର ପିଛା 30 କେଜି ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଚିଲୋ ଶାକାରୀଫଗାଶର ଶୂକ ଦ୍ଵାରା ଗଛରେ କ୍ଷତି ହୁଏ । ଧଳା ପଛ ଡେଣା ଏବଂ ଆଗ ଡେଣାର ଧାରରେ ଗାଢ ଗାର ସହିତ ବୟସ୍କ ପ୍ରଜାପତି ଛୋଟ ନଡା ରଙ୍ଗର ଅଟେ । ବର୍ଷ ସାରା ସେମାନେ ସକ୍ରିୟ ଥାଆନ୍ତି ଏବଂ ଗୋଟିଏ ବର୍ଷରେ 5-6 ପିଢୀ ସମୁର୍ଣ୍ଣ କରନ୍ତି । ସାଧାରଣତଃ ସହଳ ଅବସ୍ଥାରୁ ଅମଳ ପର୍ଯ୍ୟନ୍ତ ଗଛ ପ୍ରଭାବିତ ହୁଏ । ଶୂକ ଗଛର ଗଣ୍ଠି ଅଞ୍ଚଳରେ କଣା କରେ , କାଣ୍ଡ ଭିତରେ ପଶି ଉପର ଆଡକୁ ସୁଡଙ୍ଗ କରେ । ଗଛର କାଣ୍ଡ ଚାରିପଟେ ପାଣି ଜମିବା ପରିସ୍ଥିତି ପବ ବିନ୍ଧା ପୋକ ବଢିବାରେ ଅନୁକୂଳ ହୁଏ ; ଏପରି ଅତ୍ୟଧିକ ଯବକ୍ଷାରଜାନ , ନିମ୍ନ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ମଧ୍ୟ କରେ । ମକା ଓ ଜୋଆର ମଧ୍ୟ ଅନ୍ୟ ପୋଷକ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • CO 975, COJ 46 and CO 7304 ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଲଗାଇବା ପାଇଁ କୀଟମୁକ୍ତ ବିହନ ସାମଗ୍ରୀ ଚୟନ କରନ୍ତୁ । ଫସଲ ନିୟମିତ ନିରୀକ୍ଷଣ କରନ୍ତୁ । ପର୍ଯ୍ୟାୟକ୍ରମେ ଅଣ୍ଡା ସଂଗ୍ରହ ଓ ନଷ୍ଟ କରନ୍ତୁ । ଆଖୁ ଜମିରେ ଓ ଆଖପାଖରେ ବାଳୁଙ୍ଗା କାଢି ଓ ନଷ୍ଟ କରି ଉତ୍ତମ ପରିଚ୍ଛନ୍ନତା ପରିଚାଳନା ଗ୍ରହଣ କରନ୍ତୁ ଏବଂ ଫସଲର ପରିଚାଳନା ଯତ୍ନର ସହିତ କରନ୍ତୁ । ଲଗାଇବାର 150 ଓ 210 ଦିନ ପରେ ଜମିରୁ ଶୁଖିଲା ଆଖୁ ପତ୍ର କାଢନ୍ତୁ । ନିରୀକ୍ଷଣ ପାଇଁ ହେକ୍ଟର ପିଛା 10ଟି ଫେରୋମୋନ ଜନ୍ତା ସ୍ଥାପନ କରନ୍ତୁ ଏବଂ ପ୍ରତି 45 ଦିନ ପରେ ବଦଳାନ୍ତୁ । ଅତ୍ୟଧିକ କୀଟନାଶକ ବ୍ୟବହାର ନକରି ଉପକାରୀ କୀଟ ଓ ପ୍ରାକୃତିକ ପରଭକ୍ଷୀ ପାଇଁ ଉତ୍ତମ ପରିସ୍ଥିତି ଯୋଗାନ୍ତୁ । ଅମଳ ପରେ , ବିଳମ୍ବ ପିଲ /କାଣ୍ଡ କାଢନ୍ତୁ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ