ବନ୍ଧାକୋବି

ବନ୍ଧାକୋବି ପତ୍ର ଜାଲି ପୋକ

Crocidolomia binotalis

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ କଣା ଥାଏ, ପତ୍ର ଓ ବନ୍ଧାକୋବି ଭିତରେ ସମ୍ବାଳୁଆର ମଳ ଥାଏ, ଆଗ ଡେଣାରେ ଫିକା ମାଟିଆ ରଙ୍ଗର ଅଙ୍କାବଙ୍କା ଗାର ଏବଂ କଳା ଚିହ୍ନ ସହିତ ଧୂସର-ମାଟିଆ ରଙ୍ଗର ପ୍ରଜାପତି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ପ୍ରାଥମିକ ଲକ୍ଷଣ ଭାବରେ ପତ୍ର ଚାରିପଟେ ଏକ ରେଶମ ଜାଲ ଗୁଡା ହୋଇଥିବା ଦେଖାଯାଏ। ପତ୍ରରେ ଖାଇବା ଜନିତ କ୍ଷତି ଦେଖାଯାଏ ଏବଂ ପ୍ରଭାବିତ ପତ୍ର ଜାଲ ଭଳି ଦେଖାଯାଏ। ଅନେକ ସମୟରେ ବନ୍ଧାକୋବିର ଭିତର ପତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ସେମାନେ ଫୁଲ କଢ ଖାଇଥାନ୍ତି ଏବଂ ଛୁଇଁରେ କଣା ସୃଷ୍ଟି କରିଥାନ୍ତି। ପତ୍ର ଓ ବନ୍ଧାକୋବି ଭିତରେ ସମ୍ବାଳୁଆର ମଳ ଥାଏ। ପତ୍ରର ତଳ ପଟେ ଅଣ୍ଡା ଦେଖାଯାଇ ପାରେ। ପତ୍ରର କ୍ଷତି ଯୋଗୁଁ ଗଛର ସ୍ୱାସ୍ଥ୍ୟରେ ଅବନତି ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

କ୍ଷତି ଦେଖିବା ମାତ୍ରେ ବେଶିଲସ ଥୁରିଞ୍ଜେଂସିସ ବ୍ୟବହାର କରନ୍ତୁ (ସନ୍ଧ୍ୟାରେ ପ୍ରୟୋଗ କରାଯିବା ଉଚିତ)। ସତର୍କତାର ସହିତ ଗଛର ସବୁ ଅଂଶରେ ଭଲଭାବରେ ସିଞ୍ଚନ କରନ୍ତୁ, ଯାହାଫଳରେ ସାମ୍ବାଳୁଆ ଯେଉଁଠି ବି ଥିଲେ କୀଟନାଶକ ଖାଇ ମରିପାରିବ। ଅଣ୍ଡାଗୁଡିକ ବେଶିଲସ ଥୁରିଞ୍ଜେଂସିସ ପ୍ରତି ସମ୍ବେଦନଶୀଳ ନୁହନ୍ତି, କିନ୍ତୁ ସଂପୂର୍ଣ୍ଣ ବଢିଥିବା ଅପେକ୍ଷା ଛୋଟ ଲାର୍ଭା ଅଧିକ ସମ୍ବେଦନଶୀଳ ଅଟେ। ସତେଜ ନିମ୍ବ, ଲେମନ ଗ୍ରାସ, ଅଦା କିମ୍ବା ଅନ୍ୟ ଜୈବିକ କୀଟନାଶକ 15 ଲିଟର ପାଣିରେ 1 ଲିଟର ହାରରେ ବ୍ୟବହାର କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବହୁଳ ବ୍ୟବହୃତ କୀଟନାଶକ (ପାଇରେଥ୍ରାଏଡ ଓ ଅର୍ଗାନୋଫସଫେଟ ଭଳି) ବ୍ୟବହାର କରନ୍ତୁ ନାହିଁ, ଯେହେତୁ ତାହା ପ୍ରାକୃତିକ ପରଭକ୍ଷୀକୁ ମଧ୍ୟ ମାରି ଦିଏ। ଫୋସାଲୋନ, ଫେନଭାଲେରେଟ, ସାଇପରମେଥ୍ରିନ କିମ୍ବା ଡେଲ୍ଟାମେଥ୍ରିନ ଭଳି କୀଟନାଶକ ସିଞ୍ଚନ କରନ୍ତୁ। ସମାନ କାର୍ଯ୍ୟ ପଦ୍ଧତି ଥିବା କୀଟନାଶକର ପୁନରାବୃତ୍ତି କରନ୍ତୁ ନାହି।

ଏହାର କାରଣ କଣ

କ୍ରୋଶିଡୋଲୋମିଆ ବାଇନୋଟାଲିସ ର ଲାର୍ଭା ଦ୍ଵାରା ଏହି କ୍ଷତି ହୋଇଥାଏ। ଲାର୍ଭା କ୍ଵଚିତ ଚାରାକୁ ଆକ୍ରମଣ କରିଥାଏ, କିନ୍ତୁ ସବୁ ଅବସ୍ଥାରେ ଗଛକୁ ଖାଇଥାଏ। ବାହ୍ୟ ପତ୍ରର ତଳ ପଟେ 40 ରୁ 100 ଟି ଗୁଛ ଆକାରରେ ଅଣ୍ଡା ଦିଏ। ପ୍ରଥମେ ସେମାନେ ଈଷତ ସବୁଜ ଏବଂ ପରେ ଉଜ୍ଜଳ ହଳଦିଆ ଏବଂ ଫୁଟିବା ପୂର୍ବରୁ ମାଟିଆ ହୋଇଥାଏ। ନୂଆଁରେ ଫୁଟି ବାହାରିଥିବା ଲାର୍ଭା ପ୍ରାୟ 2 ମିମି ଲମ୍ବ ହୋଇଥାଏ ଓ ବୟସ୍କ ହେବୀ ବେଳକୁ ଏହା ଲମ୍ବା କେଶ ସହିତ ପ୍ରାୟ 20 ମିମି ପର୍ଯ୍ୟନ୍ତ ଲମ୍ବ ହୋଇଥାଏ। ପରବର୍ତ୍ତୀ ଅବସ୍ଥାରେ, ସେମାନେ ପତ୍ର ଚାରିପଟେ ଏକ ବହଳିଆ ଜାଲ ବୁଣିଥାନ୍ତି ଏବଂ ସମ୍ବାଳୁଆ ତାହା ଭିତରେ ରହି ଖାଇଥାଏ। ପ୍ରଜାପତି ପ୍ରାୟତଃ ରାତିରେ ସକ୍ରିୟ ଥାଏ ଏବଂ ଫସଲକୁ ସହଳ ଅବସ୍ଥାରୁ ଅମଳ ସମୟ ପର୍ଯ୍ୟନ୍ତ ଆକ୍ରମଣ କରିପାରେ। ଏହା ମୂଳା, ସୋରିଷ, ସାଲଗମ ଏବଂ ଏହି ପରିବାରର ଅନ୍ୟ ଫସଲକୁ ମଧ୍ୟ ଆକ୍ରମଣ କରିଥାଏ। ମଳ ପରିବାକୁ ଖାଇବା ପାଇଁ ଅଯୋଗ୍ୟ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ କେବଳ କୀଟ ମୁକ୍ତ ବିହନ ବ୍ୟବହାର କରନ୍ତୁ। ଛୋଟ ଲାର୍ଭା ଓ ଅଣ୍ଡା ଗୁଚ୍ଛ ସନ୍ଧାନ ପାଇଁ ନର୍ସରୀରେ ଚାରା ଯାଞ୍ଚ କରନ୍ତୁ। ଯଦି ମିଳେ, ସଂପୂର୍ଣ୍ଣ ଗଛ କିମ୍ବା ସେହି ପତ୍ର କାଢି ଦିଅନ୍ତୁ ଓ ନଷ୍ଟ କରନ୍ତୁ। ବନ୍ଧାକୋବି ଧାଡି ମଝିରେ ସହ ଫସଲ ଭାବରେ ସୋରିଷ (ବ୍ରାସିକା ଜୁନସି) କିମ୍ବା ଚାଇନିଜ ବନ୍ଧାକୋବି ଲଗାନ୍ତୁ। ସୋରିଷର ପ୍ରଥମ ଧାଡି ଚାରା ଲଗାଇବାର 15 ଦିନ ପୂର୍ବରୁ ଏବଂ ଦ୍ଵିତୀୟ ଧାଡି ଚାରା ଲଗାଇବାର 25 ଦିନ ପରେ ଲଗାନ୍ତୁ। ଜାଲ ବ୍ୟବହାର କରି ଏବଂ ଗଛକୁ କୀଟ-ରହିତ- ଜାଲି କିମ୍ବା ପଶୁ ଲୋମ ଦ୍ଵାରା ଆବୃତ୍ତ କରି ସମ୍ବାଳୁଆର ପ୍ରବେଶ ବାରଣ କରନ୍ତୁ। ବୃଦ୍ଧି ଅବସ୍ଥାରେ ଦୈନିକ କୀଟ ପ୍ରବଣ ଗଛ ଯାଞ୍ଚ କରନ୍ତୁ ଏବଂ ମିଳୁଥିବା ଅଣ୍ଡା କିମ୍ବା ସମ୍ବାଳୁଆକୁ କାଢି ଦିଅନ୍ତୁ। ଗଛରେ ଥିବା ସମ୍ବାଳୁଆ ସହିତ ବୁଢିଆଣୀ ଜାଲରେ ଥିବା ପତ୍ରକୁ କାଢି ଦିଅନ୍ତୁ ଓ ନଷ୍ଟ କରନ୍ତୁ। ଅମଳ ପରେ ତୁରନ୍ତ ଫସଲ ଅବଶେଷ ନଷ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ