ବନ୍ଧାକୋବି

ବନ୍ଧାକୋବି ବୁଢିଆଣୀ କୀଟ

Hellula undalis

ପୋକ

5 mins to read

ସଂକ୍ଷେପରେ

  • ବନ୍ଧାକୋବି ପତ୍ର ଉପରେ ଜାଲ ଓ ମଳ ଥାଏ। କାଣ୍ଡରେ ସୁଡଙ୍ଗ ପ୍ରବେଶ ଦ୍ଵାରରେ ମଳ ଜମି ରହିଥାଏ। ପ୍ରାନ୍ତ ଡାଳ ନଷ୍ଟ ହୋଇଯାଏ। ପତ୍ରର ଛୋଟ ଗୁଚ୍ଛ ଥାଏ। ବୟସ୍କ ପ୍ରଜାପତି ତରଙ୍ଗାୟିତ ଧାର ସହିତ ଧୂସର-ମାଟିଆ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ସମ୍ବାଳୁଆ ଦ୍ଵାରା ଚାରା ନଷ୍ଟ ହୋଇଯାଏ। ଛୋଟ ସମ୍ବାଳୁଆ ପତ୍ରରେ ସୁଡଙ୍ଗ କରନ୍ତି, କାଣ୍ଡ, ଡାଳ, ପତ୍ର ଏବଂ ଶିରାରେ କଣା କରନ୍ତି। ସେମାନେ ପତ୍ରକୁ ବାହାରୁ ବାହାରୁ ଖାଇଥାନ୍ତି। ଲାର୍ଭା ବନ୍ଧାକୋବି ଭିତରେ ପଶି ଗଛର ମଞ୍ଜରେ କଣା କରିଥାଏ ଓ ପ୍ରାନ୍ତ କଢକୁ ନଷ୍ଟ କରିଥାଏ, ଯାହାଫଳରେ ବନ୍ଧୋକୋବି ସୃଷ୍ଟି ହୋଇପାରେ ନାହି। ବୟସ୍କ ବନ୍ଧାକୋବି ଗଛରେ, ନୂଆ ଡାଳ ସୃଷ୍ଟି ହୁଏ ଓ ଆକ୍ରାନ୍ତ ଗଛରେ ଅନେକ ଛୋଟ ଛୋଟ ବନ୍ଧାକୋବି ହୋଇଥାଏ ଯାହାର ବଜାର ମୂଲ୍ୟ ନଥାଏ। ବନ୍ଧାକୋବି ବାନ୍ଧିବା ଆରମ୍ଭ ହେବା ପରେ ସମ୍ବାଳୁଆ ଏହାକୁ ଖାଇଲେ ଏହା ରୁଗୁଡିଆ ହୋଇଥାଏ। ଖାଇବା ସମୟରେ ସେମାନେ ଏକ ରେଶମ ଟ୍ୟୁବ ବୁଣିଥାନ୍ତି। ଗଛ ଝାଉଁଳି ଯାଏ, ଆକ୍ରାନ୍ତ ଅଂଶରୁ ମଳ ବାହାରିଥାଏ। କେନ୍ଦ୍ରୀୟ କଢ କ୍ଷତ ହେବା ଏବଂ ପାର୍ଶ୍ଵ ଡାଳ ବାହାରିବା ଯୋଗୁଁ କେତେକ ପତ୍ରର ଗୁଚ୍ଛ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ବ୍ରାକୋନିଡ, ଇଚ୍ନେଉମନିଡ ଏବଂ ଚାଲ୍ଶିଡାଇଡ ଭଳି ପରଜୀବୀ ବିରୁଡି ବ୍ୟବହାର କରନ୍ତୁ। ବେଶିଲସ ଥୁରିଞ୍ଜେଂସିସ ସୁପାରିସ କରାଯାଏ ଏବଂ ଲାର୍ଭ ରେଶମୀ ଜାଲ ମଧ୍ୟରେ ଓ ବନ୍ଧାକୋବି ଭିତରେ ରହିବା ପୂର୍ବରୁ ଏହା ପ୍ରୟୋଗ କରାଯିବା ଉଚିତ। ନିମ୍ବର ସାପ୍ତାହିକ ପ୍ରୟୋଗ ମଧ୍ୟ ଫଳପ୍ରସୂ ହୋଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କୀଟମାନେ ଗଛରେ ସୁଡଙ୍ଗ କରି କିମ୍ବା ଜାଲ ବୁଣି ଭିତରେ ରହିଥିବା ଯୋଗୁଁ ଆପଣଙ୍କ ଗଛକୁ ରକ୍ଷା କରିବା ପାଇଁ କୀଟନାଶକର ବ୍ୟବହାର ଏକ କଷ୍ଟକର ବ୍ୟାପାର ଅଟେ। ଏସିଫେଟ ଏବଂ ପରମେଥରିନ 8-10 ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ। ଗଛରେ କୀଟ ଦେଖାଯିବାର ପ୍ରାଥମିକ ସ୍ତରରେ କାର୍ବାମେଟ ଏବଂ ଅର୍ଗାନୋ-ଫସଫେଟ ଏହା ନିୟନ୍ତ୍ରଣ କରିଥାଏ।

ଏହାର କାରଣ କଣ

ମୁଖ୍ଯତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ, ହେଲୁଲା ଅଣ୍ଡାଲିସର ଲାର୍ଭାର ଖାଇବା ପ୍ରକ୍ରିୟା ଯୋଗୁଁ ବ୍ରାସିକା ପରିବାର (ବନ୍ଧାକୋବି, ଫୁଲକୋବି)ରେ ଏହି ଲକ୍ଷଣ ଦେଖାଯାଏ। ଅଣ୍ଡାଗୁଡିକ ଅଣ୍ଡାକାର ହୋଇଥାଏ। ଏହା ଏକଲା କିମ୍ବା ଗୁଚ୍ଛ ଭାବରେ, ବେଳେବେଳେ ଏକ ଶିକୁଳି ପରି ଅଣ୍ଡା ଦେଇଥାଏ। ପ୍ରାୟ ତିନି ଦିନ ପରେ ଅଣ୍ଡା ଫୁଟେ, ଏବଂ ପାଞ୍ଚଟି ବିକାଶ ଅବସ୍ଥା ଅତିକ୍ରମ କରିବା ପରେ ଧୂସର- ହଳଦିଆ ଓ ଗୋଲାପି ଅନୁଦୈର୍ଘ୍ୟ ରେଖା ସହିତ ଏହା ପରିପକ୍ଵ ହୁଏ। ଶରୀରରେ ଇଷତ ଗୋଲାପି ମାଟିଆ ଗାର ଓ ଏକ କଳା ମୁଣ୍ଡ ସହିତ ସମ୍ବାଳୁଆ ଗୁଡିକ କ୍ଷୀର ଭଳି ଧବଳ ହୋଇଥାନ୍ତି। ପରିପକ୍ଵ ସମ୍ବାଳୁଆ ଦେହରେ ଫିକା ଗାର ଥାଏ। ଶେଷ ଅବସ୍ଥାରେ, ସମ୍ବାଳୁଆ 12-15 ମିମି ଲମ୍ବା ହୋଇ ରେଶମୀ କୋଷାରେ ରହି ଖାଇଥାଏ। ତରଙ୍ଗାୟିତ ଗାର ଏବଂ ଏକ କଳା ଦାଗ ସହିତ ଆଗ ଡେଣାଗୁଡିକ ସାଧାରଣତଃ ଧୂସର-ମାଟିଆ ହୋଇଥାଏ। ବୟସ୍କ ପ୍ରଜାପତି ଛୋଟ, କୋମଳ ଓ ଧୂସର-ମାଟିଆ ରଙ୍ଗର ହୋଇଥାଏ। ଡେଣା 18 ମିମି ପର୍ଯ୍ୟନ୍ତ ହୋଇପାରେ। କୋଷାରୁ ବାହାରିବା ଓ ସଂଗମ ପରେ, 3 ରୁ 10 ଦିନ ମଧ୍ୟରେ ମାଇ ପ୍ରଜାପତି ମାନେ 150 କିମ୍ବା ଅଧିକ ଅଣ୍ଡା ଦେଇଥାନ୍ତି। ବୟସ୍କ ପ୍ରଜାପତି ଦୂର ସ୍ଥାନକୁ ଉଡି ଯିବା ପାଇଁ ସମର୍ଥ ଅଟେ।


ସୁରକ୍ଷାତ୍ମକ ଉପାୟ

  • ପରିଷ୍କାର ବିହନ ସାମଗ୍ରୀ ବ୍ୟବହାର କରନ୍ତୁ ଏବଂ କେବଳ ସୁସ୍ଥ, ହୃଷ୍ଟପୁଷ୍ଟ କୀଟ-ମୁକ୍ତ ଚାରା ଲଗାନ୍ତୁ। ଆପଣଙ୍କ ବ୍ରାସିକା ଫସଲର ଧାଡି ମଝିରେ ସୋରିଷ (ବ୍ରାସିକା ଜନସି) କିମ୍ବ ଚାଈନା ବନ୍ଧାକୋବି (ବକ ଚୟ) ଭଳି ଜନ୍ତା ଫସଲ ଲଗାନ୍ତୁ। ଜନ୍ତା ଫସଲର ପ୍ରଥମ ଧାଡି ଚାରା ଲଗାଇବାର 15 ଦିନ ପୂର୍ବରୁ ଏବଂ ଦ୍ଵିତୀୟ ଧାଡି ଚାରା ଲଗାଇବାର 25 ଦିନ ପରେ ଲଗାନ୍ତୁ।ନର୍ସରୀରେ ଏବଂ ଚାରା ରୋପଣ ପରେ ଗଛ ନିୟମିତ ନିରୀକ୍ଷଣ କରନ୍ତୁ। ଜମିକୁ ବାଳୁଙ୍ଗାମୁକ୍ତ ରଖନ୍ତୁ। କ୍ଷତି ଲକ୍ଷଣ ଏବଂ ସମ୍ବାଳୁଆର ଉପସ୍ଥିତି ଜାଣିବା ପାଇଁ ଫସଲ ନିରୀକ୍ଷଣ କରନ୍ତୁ। ଜମିର ପରିଚ୍ଛନ୍ନତା ଦେଖନ୍ତୁ, ବନ୍ଧାକୋବି ଓ କାଲେ ଗଛର ଖୁଣ୍ଟ ଉପାଡି ଜାଳି ଦିଅନ୍ତୁ। କୀଟ ସଂଖ୍ୟା କମାଇବା ପାଇଁ ଫସଲ ପର୍ଯ୍ୟାୟ ଆବଶ୍ୟକ ଅଟେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ