ପିଜୁଳି

ପତ୍ରକଟା ମହୁମାଛି

Megachile sp.

ପୋକ

5 mins to read

ସଂକ୍ଷେପରେ

  • ଖାଇବା ଯୋଗୁଁ ପତ୍ରରେ ଅର୍ଦ୍ଧବୃତ୍ତାକାରକ୍ଷତ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ଲେମ୍ବୁଜାତୀୟ
ପିଜୁଳି
ଗୋଲାପ

ପିଜୁଳି

ଲକ୍ଷଣ

ପତ୍ରରେ ଲକ୍ଷଣ ଭଲ ଭାବେ ଦେଖାଯାଏ. ବୃତ୍ତାକାର ରୁ ଅଣ୍ଡାକାର କଣା ପତ୍ରର ଧାରରେ ଦେଖାଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

କୌଣସି ଉପଚାର ଆବଶ୍ୟକ ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯେହେତୁ ଏହି ମହୁମାଛି ଗୁଡିକ ଫସଲ ପାଇଁ ମହତ୍ୱପୂର୍ଣ୍ଣ ପରାଗଣ କୀଟ, ଏମାନଙ୍କ ପାଇଁ କୌଣସି ଚରମ କିମ୍ବା କଠୋର ନିୟନ୍ତ୍ରଣର ଆବଶ୍ୟକ ଆଦୌ ନାହିଁ.

ଏହାର କାରଣ କଣ

ମେଗାଚିଲି (Megachile) ପରିବାରର ଗୋଟିକିଆ ମହୁମାଛି ଯୋଗୁଁ ଏହି ଲକ୍ଷଣ ଦେଖାଦେଇଥାଏ. ଏହି ମହୁମାଛି ପତ୍ରକୁ ଛୋଟ ଛୋଟ କାଟିଦିଏ ଏବଂ କଟାପତ୍ର ନିଜ ଫେଣା କୁ ନେଇଚାଲେ. ବୟସ୍କ ମହୁମାଛି ଏହି କଟାପତ୍ର ଦ୍ୱାରା ମହୁଫେଣା ତିଆରି କରନ୍ତି ଓ ତାହାକୁ ଛୋଟ ଛୋଟ କୋଠରୀରେ ବିଭକ୍ତ କରନ୍ତି. ଗୋଟିଏ କୋଠରୀରେ ଗୋଟିଏ ଅଣ୍ଡା ଦିଅନ୍ତି. କିଛି ଥର କାତି ଛାଡିଲା ପରେ ଶୂକ କୋଷା ତିଆରି କରେ ଓ ସେଥିରେ ପ୍ୟୁପା ଅବସ୍ଥାକୁ ଚାଲିଯାଏ. ଏହା ଫେଣାରୁ ବୟସ୍କ ଭାବେ ବାହାରେ. ଅଣ୍ଡିରା ମହୁମାଛି ସଙ୍ଗମ କଲା ପରେ ତୁରନ୍ତ ମରିଯାଏ କିନ୍ତୁ ମାଈ ମାଛି ଆଉ କିଛି ସପ୍ତାହ ବଞ୍ଚି ରହନ୍ତି ଏବଂ ସେହି ସମୟରେ ପୁଣି ନୁଆଁ ଫେଣା ତିଆରି କରନ୍ତି. ଏମାନେ ଅର୍ଥନୈତିକ କ୍ଷୟକ୍ଷତି କିଛି କରନ୍ତି ନାହିଁ.


ସୁରକ୍ଷାତ୍ମକ ଉପାୟ

  • କୌଣସି ପ୍ରତିକାର ପଦ୍ଧତି ର ଆବଶ୍ୟକତା ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ