Procontarinia
ପୋକ
ମୁଖ୍ୟତଃ ଆମ୍ବ ଗଛର ପତ୍ରରେ , କିନ୍ତୁ ବେଳେବେଳେ କଢ ,ବଉଳ ଓ ନୂଆ ଫଳରେ ଏହି ଲକ୍ଷଣ ଦେଖାଯାଏ । ଡାଆଁଶ ଦ୍ଵାରା ଆକ୍ରମିତ ହୋଇଥିବା ଅଂଶ ଛୋଟ , ଆବୁ କିମ୍ବା ଫୋଟକା ଦ୍ଵାରା ଆବରଣ ହୋଇଥାଏ । ପ୍ରତ୍ୟେକ ଆବୁ ବା ଫୋଟକା 3-4 ମିମି ଆକାରର ହୋଇଥାନ୍ତି ଏବଂ ଏକ ହଳଦିଆ ଶୂକ ଧାରଣ କରିଥାନ୍ତି ଯାହାକି ଗଛ ଟିସୂ ଖାଆନ୍ତି ।ସହଳ ଅବସ୍ଥାରେ ଅଣ୍ଡା ଥିବା ସ୍ଥାନରେ ଛୋଟ ଲାଲ ଚିହ୍ନ ଥାଏ । ଅତ୍ୟଧିକ ପ୍ରଭାବିତ ପତ୍ର ବିକୃତ ହୁଏ , କମ ଆଲୋକ ସଂଶ୍ଳେଷଣ ଦେଖାଏ ଓ ଅକାଳରେ ଝଡିପଡେ । ଆକ୍ରମିତ ବଉଳ ଖୋଲିବାରେ ଅସମର୍ଥ ହୁଏ । ଶୂକର ଉପସ୍ଥିତିର ଅବଶେଷ ଭାବେ ପତ୍ର ତଳେ ପ୍ରସ୍ଥାନ କଣା ଥାଏ । ଏହି ପ୍ରସ୍ଥାନ କ୍ଷତ ଦ୍ଵିତୀୟକ ସଂକ୍ରମଣ କରାଏ । ନୂଆ ଫଳ ମଧ୍ୟ କାଣ୍ଡର ମୂଳରେ ପ୍ରସ୍ଥାନ କଣା ଦେଖାଏ । ଅତ୍ୟଧିକ ମାତ୍ରାରେ ଆକ୍ରମିତ ଆମ୍ବ ଡାଳରେ ବଉଳ ରହେ ନାହିଁ ଯାହା ଅମଳ ଯଥେଷ୍ଟ କମାଏ ।
ପ୍ରୋକୋଣ୍ଟାରିନିଆ ଜାତିର ଶୂକକୁ ନିଷ୍କ୍ରିୟ କରିବା ପାଇଁ ଟେଟ୍ରାସ୍ତିଚସ ଜାତି ( fall webworm ) କୁ ବ୍ୟବହାର କରି ପୋକ ନିୟନ୍ତ୍ରଣ କରାଯାଇପାରେ । ପ୍ଲାଟିଗାଷ୍ଟର ଜାତି , ଆପ୍ରୋସ୍ତୋସେଟସ ଜାତି ଏବଂ ସିଷ୍ଟାସିଆ ଦାଯିନିଉରେ ଆଦି ମଧ୍ୟ ଏହି ପରିବାରର ପରଭୋଜୀ ଅଟନ୍ତି । ପତ୍ରସମୂହରେ ନିମ୍ବ ମଞ୍ଜି ନିର୍ଯ୍ୟାସ ପ୍ରୟୋଗ କରନ୍ତୁ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଅତ୍ୟଧିକ କୀଟନାଶକ ବ୍ୟବହାର ପ୍ରତିରୋଧି ଶକ୍ତି ବଢାଇପାରେ ଓ ପ୍ରାକୃତିକ ଶତ୍ରୁକୁ ମାରିଦେଇପାରେ ।0.5 % ଫେନିଟ୍ରୋଥିୟନ , 0.045%ଡାଇମେଥୋଏଟ ବଉଳ କଢ ଫୁଟିବା ଅବସ୍ଥାରେ ସିଞ୍ଚନ କଲେ ଏହି ପୋକ ନିୟନ୍ତ୍ରଣ କରିବାରେ ଫଳପ୍ରସୂ ହୋଇପାରେ ।ବାଇଫେନ୍ଥ୍ରିନ ( 70 ମିଲି /100ଲିଟର ପାଣିରେ )ର ପତ୍ର ସିଞ୍ଚନ ମଧ୍ୟ ସନ୍ତୋଷଜନକ ଫଳ ଦିଏ । ଏହି ସିଞ୍ଚନ 7-10 ଦିନ ଅନ୍ତରରେ ଫୁଲ ଫୁଟିବା ଅବସ୍ଥାରୁ ଫଳ ମଟର ଚଣା ଆକାରର ହେବା ପର୍ଯ୍ୟନ୍ତ ଦିଆଯିବା ଉଚିତ । ପ୍ରୋକୋଣ୍ଟାରିନିଆ ସଂଖ୍ୟା କମାଇବା ପାଇଁ ଡାଇମେଥୋଏଟ ସିଞ୍ଚନ ବ୍ୟବହାର କରାଯାଇପାରେ ।
ପ୍ରୋକୋଣ୍ଟାରିନିଆ ଜାତିର ବିଭିନ୍ନ ଡାଆଁଶ ଦ୍ଵାରା ଏହି ଲକ୍ଷଣ ଦେଖାଯାଏ । ବୟସ୍କ ଡାଆଁଶ ଆକାରରେ 1-2 ମିମି ହୋଇଥାଏ ଏବଂ ସଂଗମ ଓ ଅଣ୍ଡା ଦେବାର 24 ଘଣ୍ଟା ମଧ୍ୟରେ ମରିଯାଏ । ଗଛର ସବୁ ଅଂଶରେ ଅଣ୍ଡା ଦିଅନ୍ତି , କିନ୍ତୁ ମୁଖ୍ୟତଃ ପତ୍ରରେ ଅଣ୍ଡା ଦେଖାଯାଏ । ସେମାନେ ଫୁଟି ବାହାରିବା ପରେ ଟିସୂ ଭିତରେ ପଶେ ଓ ପ୍ରଭାବିତ ଅଂଶ ଅନୁସାରେ କ୍ଷତି ହୋଇଥାଏ । ଅଧିକ ମାତ୍ରାରେ ଖାଇବା ଯୋଗୁଁ ବଉଳଗୁଡିକ ପରିଣାମ ସ୍ୱରୂପ ଶୁଖି ତଳେ ପଡିଯାଏ । ପରିପକ୍ଵ ଶୂକ ଅନ୍ୟ ସ୍ଥାନକୁ ଯାଆନ୍ତି କିମ୍ବା ମାଟିର ଉପର ସ୍ତରରେ ପଡିଯାନ୍ତି , ଯେଉଁଠାରେ ସେମାନେ କୋଷା ଅବସ୍ଥାକୁ ଆସନ୍ତି । ସାଧାରଣତଃ ଅପରାହଣରେ ବୟସ୍କ ପ୍ରଜାପତି ବାହାରେ ଏବଂ ଥଣ୍ଡା ତାପମାତ୍ରା ( 20 ଡିଗ୍ରୀ C )ଓ 60 -80 ଆପେକ୍ଷିକ ଆର୍ଦ୍ରତା ଦ୍ଵାରା ଏହା ଅନୁକୂଳିତ ହୁଏ । ଉତ୍ତର ଗୋଲାର୍ଦ୍ଧରେ ଜାନୁଆରୀ ଠାରୁ ମାର୍ଚ୍ଚ ମାସ ମଧ୍ୟରେ 3-4 ପିଢୀ ହୁଏ ।