ବୋଇତି କଖାରୁ

ଲାଲ କଖାରୁ ବିଟିଲ

Aulacophora foveicollis

ପୋକ

ସଂକ୍ଷେପରେ

  • ପତ୍ରରେ ବଡ ଖାଇବା କଣା ଦେଖାଯାଏ.
  • ମୂଳ ଓ ମାଟିତଳେ ଥିବା କାଣ୍ଡରେ ଗଭୀର ଗାତ ଦେଖାଯାଏ.
  • ମୂଳ ଓ କାଣ୍ଡ ପଚି ନଷ୍ଟ ହୋଇଯାଏ.
  • ଲାଲ ଅଣ୍ଡାକାର ବିଟିଲ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

9 ଫସଲ ଗୁଡିକ

ବୋଇତି କଖାରୁ

ଲକ୍ଷଣ

ବୟସ୍କ ପୋକ ପ୍ରବଳ ମାତ୍ରାରେ ପତ୍ର, ଫୁଲ ଓ ଫଳ ଖାଇଥାଏ. ଏହି ବିଟିଲ ଗଛର ଟିସୁରେ (ଶିରା ମଧ୍ୟରେ) ବଡ କଣା କରି ଗଛର ବୃଦ୍ଧି କମ କରାଇଥାଏ ଏବଂ ଶେଷରେ ଗଛ ମରିଯାଏ. ଯୁବ ଚାରା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସାଙ୍ଘାତିକ ହୋଇଥାଏ ଏବଂ ଏଥିପାଇଁ ଫସଲ ପାଚିବାରେ ବିଳମ୍ବ ହୋଇଥାଏ. ଯଦି ଫୁଲ ପ୍ରଭାବିତ ହୋଇଥାଏ ତେବେ ଫଳ ଧରିବା କମ ହୋଇଥାଏ. ଏହି ପୋକର ଭୃଙ୍ଗ ଗୁଡିକ ମାଟିରେ ରହି ମୂଳ ଓ ମାଟିତଳେ ଥିବା କାଣ୍ଡ ଖାଇଥାନ୍ତି. ଏହା ଦ୍ୱାରା କାଣ୍ଡ ଓ ମୂଳ ପଚି ଯାଏ ଓ ନଷ୍ଟ ହୋଇଯାଏ. ବୟସ୍କ ପୋକ ଚାରା ଖାଇଲେ ଚାରାର ବୃଦ୍ଧି କମି ଯାଇଥାଏ ଏବଂ ଏପରିକି ମରି ବି ଯାଇପାରେ ଏବଂ ଜମିରେ କଛିହିଁ କିଛି ଖାଲି ଜାଗା ଦେଖିବାକୁ ମିଳେ. ବେଳେବେଳେ ବହୁତ ବିଟିଲ ଏକତ୍ର ହୋଇ ପୁରୁଣା ଗଛରେ ଡାଳପତ୍ର ଖାଇଥାନ୍ତି. ଫୁଲରେ ମଧ୍ୟ କ୍ଷତି ହୋଇପାରେ ଓ ଏଥିପାଇଁ ଫଳ ଧରିବା କମ ହୋଇଯାଏ. କଞ୍ଚା ଫଳର ତଳ ପଟେ ବୟସ୍କ ପୋକ ଖାଇବା କଣା ଦେଖାଯାଏ ଏବଂ ଏଥିରେ ଅଣୁଜୀବ ଆକ୍ରମଣ କରି ରୋଗ ସୃଷ୍ଟି କରାଇଥାନ୍ତି.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁ ବିଟିଲକୁ ଆକ୍ରମଣ କରନ୍ତି ସେଥିରେ ଟାକିନିଡ଼ (tachinid) ପରିବାରର ସଦସ୍ୟ ଓ ରେଡୁଭିଡ଼ (reduviid) ବଗ୍ ରାଇନୋକୋରିସ ଫୁସାଇପ୍ସ (Rhynocoris fuscipes). ଅଧା କପ ପାଉଁଶ ଏବଂ ଅଧା କପ ଚୁନ 4 ଲିଟର ପାଣିରେ ମିଶାଇ କିଛି ଘଣ୍ଟା ରଖନ୍ତୁ. ଏହାକୁ ଛାଣି ଏହି ମିଶ୍ରଣ କୁ କିଛି ଗଛ ଉପରେ ପ୍ରୟୋଗ କରି ମୁଖ୍ୟ ଫସଲରେ ପ୍ରୟୋଗ କରିବା ପୂର୍ବରୁ ପରୀକ୍ଷା କରନ୍ତୁ. ଏହି ମିଶ୍ରଣ କୁ ଫସଲରେ ସ୍ପ୍ରେ କରନ୍ତୁ. ଅନ୍ୟ ପକ୍ଷରେ ଆପଣ ଉଦ୍ଭିଦକ ପଦାର୍ଥ ଯଥା ନିମ (NSKE 5%), ଡ଼େରିସ (derris) କିମ୍ବା ପାଇରେଥ୍ରମ (pyrethrum) ସାବୁନ ସହ ମିଶାଇ 7 ଦିନ ବ୍ୟବଧାନ ରେ ପ୍ରୟୋଗ କରନ୍ତୁ. ଟ୍ରାଇକୋଡେର୍ମା ଦ୍ୱାରା ବିହନ ଉପଚାର ଓ ନର୍ସରୀରେ ପ୍ରୟୋଗ ତଥା ସିଉଡୋମୋନାସ ଫ୍ଲୋରାସେନ୍ସ (Pseudomonas fluorescens) କୁ ବିହନ ଉପଚାର, ନର୍ସରୀ ଓ ମାଟିରେ ପ୍ରୟୋଗ କରାଯାଇପାରେ.ଯନ୍ତା ବା ଟ୍ରାପ ଫସଲ ବ୍ୟବହାର କରନ୍ତୁ ଏବଂ ସେଥିରେ ଅଧିକ ପ୍ରଭାବଶାଳୀ କୀଟନାଶକ ସ୍ପ୍ରେ କରନ୍ତୁ. ଏହା ବିଟିଲମାନଙ୍କୁ ଆକର୍ଷିତ କରି ମାରିଦେବ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି ମିଳେ ଡେଲଟାମେଥ୍ରିନ 250 ମିଲି ପ୍ରତି ଏକର ବ୍ୟବହାର କରାଯାଇପାରେ ଯେତେବେଳେ କି 10 ଟି ଗଛ ପାଇଁ ଗୋଟେ ବୟସ୍କ ମାଛି ନର୍ସରୀରେ ଦେଖାଦିଏ. ସିନ୍ଥେଟିକ ପାଇରାଥ୍ରଏଡ଼ ପ୍ରଭାବଶାଳୀ ହୋଇପାରେ କିନ୍ତୁ ଏହା ପ୍ରାକୃତିକ ଶତ୍ରୁ ମାନଙ୍କ ପାଇଁ ହାନିକାରକ ଅଟେ. ଟ୍ରାପ ଫସଲ ବ୍ୟବହାର କରନ୍ତୁ ଏବଂ ସେଥିରେ ଅଧିକ ପ୍ରଭାବଶାଳୀ କୀଟନାଶକ ସ୍ପ୍ରେ କରନ୍ତୁ. ଏହା ବିଟିଲ ବା ଭୃଙ୍ଗ ମାନଙ୍କୁ ଆକର୍ଷିତ କରି ମାରିଦେବ. ପୋକ ଦେଖାଗଲେ ତୁରନ୍ତ ଫେନିଟ୍ରୋଥିଅନ (fenitrothion) ସ୍ପ୍ରେ କରନ୍ତୁ ଓ ଏହାକୁ 15 ଦିନ ବ୍ୟବଧାନରେ ପୁଣି ସ୍ପ୍ରେ କରନ୍ତୁ.

ଏହାର କାରଣ କଣ

ଆଉଲାକୋଫୋରା ଫୋବେଇକୋଲିସ (Aulacophora foveicollis) ନାମକ ବିଟିଲ ର ଭୃଙ୍ଗ ଓ ବୟସ୍କ ପୋକ ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ଏମାନେ ପତ୍ର, ଫୁଲ ଓ ଫଳ ଖାଇଥାନ୍ତି. ପୂର୍ଣ୍ଣ ବୟସ୍କ ଲାର୍ଭା ବା ଶୂକ ସାଧାରଣତଃ କ୍ରିମ ଧଳା ରଙ୍ଗର ଏବଂ ମଣିଷର ନଖ ଆକାରର ହୋଇଥାଏ. ଅଣ୍ଡା ସବୁ ସାଧାରଣତଃ ଅଣ୍ଡାକୃତି, ହଳଦିଆ ଏବଂ ଗୋଟିକିଆ କିମ୍ବା 10 ଟି ଅଣ୍ଡା ସମୂହ ଭାବେ ଓଦା ମାଟିରେ ମଣିଷର ଏକ ଆଙ୍ଗୁଳି ଗହୀର ରେ ଗଛ ମୂଳେ ଦେଇଥାଏ. ବୟସ୍କ ବିଟିଲ ନାରଙ୍ଗୀ ଲାଲ ଏବଂ ଘର ମାଛି ଆକାରର ହୋଇଥାଏ. 1-2 ସପ୍ତାହରେ ଲାର୍ଭା ବାହାରିଥାଏ ଓ ପ୍ୟୁପା ଅବସ୍ଥାକୁ ମାଟି ଭିତରକୁ ଯିବା ପୂର୍ବରୁ ଗଛ ଓ ମୂଳକୁ ଆକ୍ରମଣ କରିଥାଏ. ମାଟିର କୁକୁନ ବା କୋଷା ଭିତରେ ପ୍ୟୁପା ଅବସ୍ଥାରେ 7-17 ଦିନ ରହେ. 27-28°C ତାପମାନ ପ୍ୟୁପା ପାଇଁ ଉପଯୁକ୍ତ ପରିବେଶ ଅଟେ.


ସୁରକ୍ଷାତ୍ମକ ଉପାୟ

  • ଅତି ଶୀଘ୍ର ବଢୁଥିବା କିସମ ଲଗାନ୍ତୁ ଏବଂଯନ୍ତା ବା ଟ୍ରାପ ଫସଲ ଲଗାନ୍ତୁ.
  • ଆଗରୁ ସଂକ୍ରମିତ ହୋଇଥିବା ଫସଲ ପାଖରେ ଫସଲ ଲଗାନ୍ତୁ ନାହିଁ.
  • ଅତ୍ୟଧିକ ସଂକ୍ରମଣ ଯୋଗୁଁ ନଷ୍ଟ ହୋଇଥିବା ଗଛ ସଂଖ୍ୟାକୁ ଭରିବା ପାଇଁ ଅତିରିକ୍ତ ବିହନ ଲଗାନ୍ତୁ.
  • ବିଟିଲ ଦ୍ୱାରା କ୍ଷତିରୁ ରକ୍ଷା ପାଇବା ପାଇଁ ଚାରାଗୁଡିକୁ ପଲିଥିନ ମୁଣା ରେ ଘୋଡାଇ ରଖନ୍ତୁ.
  • ଯଥେଷ୍ଟ ଖାଦ୍ୟସାର, ଖତ ଏବଂ ସିଆର କରି ଜଳସେଚନ କରି ଭଲ ପରିବେଶ ସୃଷ୍ଟି କରନ୍ତୁ ଯାହା ଫସଲ ସୁସ୍ଥ ଭାବେ ବଢିବା ପାଇଁ ସହାୟକ ହେବ.
  • ସପ୍ତାହକୁ ଥରେ ଫସଲ ବିଟିଲ ଦ୍ୱାରା ଖାଇବା ଯୋଗୁଁ କ୍ଷୟକ୍ଷତିର ଆକଳନ ପାଇଁ ନିରୀକ୍ଷଣ କରନ୍ତୁ ଏବଂ ଅଠାଳିଆ ଟ୍ରାପ ର ବ୍ୟବହାର କରନ୍ତୁ.
  • ଫସଲକୁ ବିକଳ୍ପ ପୋଷକ ଗଛରୁ ମୁକ୍ତ ରଖନ୍ତୁ.
  • ଭୋର ସକାଳୁ ବିଟିଲ ଗୁଡିକ ମନ୍ଥର ଥାଆନ୍ତି ଏବଂ ଏହି ସମୟରେ ହାତରେ ଧରି ନିଅନ୍ତୁ.
  • ଖରା ଦିନରେ ଗଭୀର ଚାଷ କରନ୍ତୁ ଯାହା ଫଳରେ ନିଷ୍କ୍ରିୟ ଅବସ୍ଥାରେ ଥିବା ବିଟିଲ ବାହାରକୁ ଆସିଯିବେ.
  • ପ୍ରାକୃତିକ ଶିକାରୀ ଓ ପରଜୀବୀ ମାନଙ୍କ ସଂରକ୍ଷଣ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ