ସୋୟାବିନ

ବିଟ ଆର୍ମୀ କୀଟ

Spodoptera exigua

ପୋକ

ସଂକ୍ଷେପରେ

  • ଶୂକ ସାଧାରଣତଃ ସୂକ୍ଷ୍ମ , ତରଙ୍ଗାୟିତ ଫିକା ରଙ୍ଗର ପଟ୍ଟୀ ବା ଗାର ପିଠିରୁ ତଳପଟକୁ ଯାଏ । ଦ୍ଵିତୀୟ ବାସ୍ତବ ଗୋଡ ଉପରେ , ବକ୍ଷର ଗୋଟିଏ ପାର୍ଶ୍ଵରେ ଗାଢ ଚିହ୍ନ ଥାଏ । ଶୂକ ଉଭୟ ପତ୍ର ଏବଂ ଫଳ ଖାଏ ଓ ପତ୍ରକୁ କଙ୍କାଳ କରିଦିଏ ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ପତ୍ର ସମୂହର ନିମ୍ନ ଭାଗରେ ପୁରୁଣା ପତ୍ର ତଳ ପଟେ ନୂଆଁ ଶୂକମାନେ ଦଳବଦ୍ଧ ହୋଇ ପ୍ରଥମେ ଖାଇବା ଆରମ୍ଭ କରନ୍ତି । ବଡ ଶୂକ ଏକା ହୋଇ ସଂପୂର୍ଣ୍ଣ ଫସଲରେ ବିକ୍ଷିପ୍ତ ହୋଇ ଖାଆନ୍ତି ଓ ପତ୍ରରେ ଅନିୟମିତ କଣା ଛାଡନ୍ତି । ପରିପକ୍ଵ ଶୂକ ଛୋଟ ଗଛକୁ ସମ୍ପୂର୍ଣ୍ଣ ପତ୍ରହୀନ କରିଦେଇପାରେ କିମ୍ବା ଶିରା ଛଡା ସବୁ ଅଂଶକୁ ଖାଇ ପତ୍ରକୁ କଙ୍କାଳ ପରି କରିଦେଇ ପାରେ । ଯଦି ଗଛରେ ପତ୍ର ଅଭାବ ହୁଏ , ସମ୍ବାଳୁଆ ଛୁଇଁକୁ ଆକ୍ରମଣ କରେ , କିନ୍ତୁ କାଣ୍ଡ ସେମାନଙ୍କ ଖାଦ୍ୟ ନୁହେଁ । ସାଧାରଣତଃ , ସେମାନେ ରାତିରେ ଖାଆନ୍ତି , ଦିନବେଳେ ମାଟିରେ କିମ୍ବା ଆର୍ଦ୍ର ଓ ଛାଇରେ ଥିବା ଗଛର ଅଂଶରେ ଲୁଚି ରହିଥାନ୍ତି । ସ୍ପୋଡୋପ୍ଟୋରା ଏକ୍ସିଗୁଆର ଖାଇବା କାର୍ଯ୍ୟ ଯୋଗୁଁ ନୂଆଁ ଚାରା ମରିଯାଇପାରେ , କିନ୍ତୁ ଯଦି ଅତ୍ୟଧିକ ପ୍ରପୀଡନ ହୋଇନଥାଏ ପୁରୁଣା ଗଛ ସ୍ଵାସ୍ଥ୍ୟଲାଭ କରିପାରେ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏସ ॰ ଏକ୍ସିଗୁଆ ସଂଖ୍ୟା କମାଇବା ପାଇଁ ଏକ ଉପଯୁକ୍ତ ନିୟମ ହେଉଛି ପ୍ରାକୃତିକ ଶତ୍ରୁମାନଙ୍କୁ ପ୍ରୋତ୍ସାହନ ଦେବା । ଫୁଲ ଭୃଙ୍ଗ ( ଆନ୍ଥୋକୋରିଡେ ) , ପିମ୍ପୁଡି (ଲାଲ ), ପରଜୀବୀ ବିରୁଡି (ହାଇପୋସୋଟେର ଡିଡିମେଟର), ମାଛି ଓ ବୁଢିଆଣୀ ଅଣ୍ଡା କିମ୍ବା ଶୂକକୁ ଆକ୍ରମଣ କରନ୍ତି । ଏଣ୍ଟୋମୋପାଥୋଜେନିକ କବକ , ବେଶିଲସ ଥୁରିନଜେନସିସ , ଏନପିଭି ଏବଂ ସୂତ୍ରଜୀବ ଶୂକ ଓ ବଯସ୍କମାନଙ୍କୁ ସଂକ୍ରମଣ କରେ । ସତେଜ ନିମ୍ବ , ଲେମନ ଘାସ ଏବଂ ଅଦା ଭଳି ଉଦ୍ଭିଦଜାତ କୀଟନାଶକ ମଧ୍ୟ ଫଳପ୍ରସୂ ଅଟେ । ସେହିଭଳି , 5% କପା ମଞ୍ଜି ତେଲର ପତ୍ର ସିଞ୍ଚନ ଦ୍ଵାରା ଉଭୟ ଅଣ୍ଡା ଓ ନୂଆଁ ଶୂକ ନିୟନ୍ତ୍ରିତ ହୋଇପାରେ । ସଂଗମ ବ୍ୟାଘାତ ଏବଂ ପ୍ରଜନନ ଦୂରେଇବା କିମ୍ବା ବାଧା ଦେବା ପାଇଁ ( 97% ପର୍ଯ୍ୟନ୍ତ କାର୍ଯ୍ୟ ଦକ୍ଷତା ) ଫେରୋମୋନ ଜନ୍ତା ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କୀଟନାଶକ ସୁପାରିସ କରାଯାଏ ନାହି , କାରଣ ଏହା ଉପକାରୀ କୀଟ ଓ ପ୍ରାକୃତିକ ଶତ୍ରୁମାନଙ୍କୁ ମାରିଦେଇପାରେ ଯାହା ଫଳରେ କୀଟ ପ୍ରାଦୁର୍ଭାବ ବଢିପାରେ । ଅଧିକନ୍ତୁ , ଅନେକଗୁଡିଏ ରାସାୟନିକ ପ୍ରତି ଏହି କୀଟ ଉଚ୍ଚ କ୍ଷମତାସମ୍ପର୍ଣ୍ଣ ପ୍ରତିରୋଧ ଶକ୍ତି ଦେଖାଏ ।

ଏହାର କାରଣ କଣ

ସ୍ପୋଡୋପ୍ଟୋରା ଏକ୍ସିଗୁଆ,ବିଟ ଆର୍ମି କୀଟର ଶୂକ ଦ୍ଵାରା ଏହି କ୍ଷତି ହୋଇଥାଏ । ଏସିଆ , ଆଫ୍ରିକା , ଆମେରିକା ଓ ଇୟୁରୋପର ଗରମ ଅଞ୍ଚଳରେ ଏବଂ ଥଣ୍ଡା ଜଳବାୟୁର ସବୁଜ ଘରେ ଏହି ପୋକ ଦେଖାଯାଏ । ସେମାନେ କପା , ବିଟ ଏବଂ ମକା ଭଳି ବିଭିନ୍ନ ଫସଲକୁ ଆକ୍ରମଣ କରିଥାନ୍ତି । ବୟସ୍କ ପ୍ରଜାପତିମାନେ ଧୂସର ବାଦାମୀ ରଙ୍ଗର ହୋଇଥାନ୍ତି । ଆଗ ଡେଣାଗୁଡିକ ଏକ ଅନିୟମିତ ସରଞ୍ଚନା ଏବଂ ମଝିରେ ଫିକା ରଙ୍ଗର ବିନ ଆକୃତିର ଚିହ୍ନ ସହିତ ଚିତ୍ରିତ ବାଦାମୀ ଓ ଧୂସର ହୋଇଥାନ୍ତି । ପଛ ଡେଣାଗୁଡିକ ଧାର ପାଖରେ ଗାଢ ଗାର ସହିତ ଧୂସର କିମ୍ବା ଧଳା ରଙ୍ଗର ହୋଇଥାନ୍ତି । ଧଳା ବା ଧୂସର ଲୋମ ଦ୍ଵାରା ଆବରିତ ମାଇମାନେ ଗୁଚ୍ଛ ଭାବରେ ପତ୍ରର ତଳ ପଟେ ଅଣ୍ଡା ଦିଅନ୍ତି । ନୂଆଁ ଶୂକମାନେ ସବୁଜ ବାଦାମୀ ଅଟନ୍ତି ଏବଂ ସେମାନଙ୍କ ପିଠି ଉପରେ ଅନୁଦୈର୍ଘିକ ଗାଢ ପଟ୍ଟୀ ବା ଗାର ଥାଏ । ପରିପକ୍ଵ ଶୂକ ପ୍ରତ୍ୟେକ ପାର୍ଶ୍ଵରେ ହଳଦିଆ ପଟ୍ଟୀ ବା ଗାର ଏବଂ ପିଠି ଉପରେ ଏକ ହଳଦିଆ-ସବୁଜ ଚଉଡା ପଟ୍ଟୀ ସହିତ ଧୂସର-ବାଦାମୀ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • କଠିନ ପତ୍ର କୋଷ ସହିତ ପ୍ରତିରୋଧି ଜାତି ଲଗାନ୍ତୁ । ଅଧିକ ସଂଖ୍ୟା ଏଡାଇବା ପାଇଁ ବୁଣିବା ସମୟ ବ୍ୟବସ୍ଥା କରନ୍ତୁ । ବିଳମ୍ବ ସନ୍ଧ୍ୟା କିମ୍ବା ସହଳ ସକାଳରେ କୀଟ ସନ୍ଧାନ ପାଇଁ ଗଛ ନିୟମିତ ଯାଞ୍ଚ କରନ୍ତୁ । ପ୍ରପୀଡନ ନିରୀକ୍ଷଣ କରିବା ପାଇଁ ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ । ଜମିର ଓ ଆଖପାଖରେ ଥିବା ଘାସ ଓ ଶୁଖିଲା ପତ୍ର କାଢନ୍ତୁ , କାରଣ ସେମାନେ ପ୍ରଜନନ ପାଇଁ ଆଶ୍ରୟ ଓ ସ୍ଥାନ ଦିଅନ୍ତି ।ପାଖ ଜମିରୁ ଆସୁଥିବା ସମ୍ବାଳୁଆକୁ ବୁଡାଇ ମାରିବା ପାଇଁ ଏକ ଗଭୀର ନାଳୀ ଖୋଳି ସେଥିରେ ପାଣି ଭର୍ତି କରନ୍ତୁ । ଭଲଭାବରେ ଚିନ୍ତା କରି ବ୍ୟାପକ କୀଟନାଶକ ପ୍ରୟୋଗ କରନ୍ତୁ , ଯେହେତୁ ଏହା ପ୍ରାକୃତିକ ଶତ୍ରୁମାନଙ୍କୁ ମାରିଦିଅନ୍ତି ।ଶୂକ ଓ କୋଷା ପରଭକ୍ଷୀମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ ଜମିକୁ ଭଲ ଭାବରେ ହଳ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ