Myllocerus sp.
ପୋକ
କପା ଘୁଣି ପୋକ ଆକ୍ରମଣର ପ୍ରଥମ ଲକ୍ଷଣ ହେଲା ପତ୍ରର ଧାର କୁଞ୍ଚିତ ହୋଇଯିବା. ବୟସ୍କ ଘୁଣି ପୋକ ଗଛ ର ନୁଆଁ ବଡ଼ୁଥବା ଅଂଶକୁ ପସନ୍ଦ କରେ. ଏହା ପତ୍ରର ଧାର ରୁ ଖାଇବା ଆରମ୍ଭ କରି ଭିତରକୁ ଯାଇଥାଏ. ଅତ୍ୟଧିକ ସଂକ୍ରମଣରେ ପୁରା ପତ୍ର ଖାଇଯାନ୍ତି. ସୁସ୍ଥ ଗଛ ଖାଇବା ଆଘାତରୁ ଭଲ ହୋଇପାରେ କିନ୍ତୁ ଯୁବା ଗଛ ଫୁଲ ଧରିବା ସମୟରେ ମରିଯାଇପାରେ. ଅତ୍ୟଧିକ ଆକ୍ରମଣ ହେଲେ ଗଛ କମ ବଢେ ଓ ବାଙ୍ଗରା ହୋଇଯାଇ ପାରେ. ସଂକ୍ରମିତ ଗଛ ସହଜରେ ଉପାଡି ହୋଇଯାଏ.
2.5 ମିଲିଗ୍ରାମ ର ବ୍ୟାସିଲସ୍ ଥୁରିନ୍ଜିଏନ୍ସିସ୍ ଏସ୍.ଏସ୍.ପି ଟେନେବ୍ରାଇନିସ୍ (ବିଟିଟି) ପ୍ରତି ଲିଟର ପାଣିରେ ମିଶାଇ ମାଟିରେ ପ୍ରୟୋଗ କରି ଭଲଭାବେ ଓଦା କରିଦିଅନ୍ତୁ. ଏହି ଜୀବାଣୁକୁ ଚାରା ଉପଚାର ମଧ୍ୟ କରାଯାଇପାରେ. ଏଥିପାଇଁ ଚାରା ର ମୂଳ କୁ ବିଟିଟି ଦ୍ରବଣରେ ବୁଡାଇ ଶୁଖାଇ ଦିଅନ୍ତୁ ଏବଂ ଶୁଖିଲା ପରେ ଜମିରେ ଲଗାନ୍ତୁ. ଲାର୍ଭାର ମୃତ୍ୟୁ ଆର୍ଦ୍ରତା ଓ ତାପମାନ ଦ୍ୱାରା ପରିଚାଳନା ଉପରେ ନିର୍ଭର କରେ. ନିମ ପିଡିଆ 500କିଗ୍ରା ପ୍ରତି ହେକଟର ଶେଷ ହଳ ପରେ ଜମିରେ ବ୍ୟବହାର କରନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ରାସାୟନିକ ପଦ୍ଧତି ମାଟି ଉପରେ ଦ୍ୱାରା ଏହି ପୋକର ଧୂସରିଆ ଅଣ୍ଡା, ଲାର୍ଭା ଓ ପ୍ୟୁପା ର ନିୟନ୍ତ୍ରଣରେ ଅଳ୍ପ ସଫଳତା ମିଳିଥାଏ. ବୟସ୍କ ଘୁଣି ପୋକ ଉଡ଼ିପାରେ, ଲୁଚିପାରେ ଓ ମଲା ପରି ରହିପାରେ; ସେଥିପାଇଁ ଏହାକୁ ନିୟନ୍ତ୍ରଣ କରିବା କଠିନ ହୋଇଥାଏ. ପୋକର କୀଟନାଶକ ପ୍ରତି ପ୍ରତିରୋଧକ ଶକ୍ତି ବିକାଶ ଯୋଗୁ ସମସ୍ୟା ଉପୁଜିଛି. କୁଇନାଲଫସ, କ୍ଲୋରୋପାଇରିଫସ କିମ୍ବା ଡାଇମେଥୋଏଟ ଗଛ ଲଗାଇବାର 20 ଦିନ ପରେ ସ୍ପ୍ରେ କରାଯାଇପାରେ. ଫୋରଟେ କିମ୍ବା କାର୍ବାରିଲ ଦାନ ବାଲିରେ ମିଶାଇ ମାଟିରେ ବୁଣା ଯାଇପାରେ.
କପା ଘୁଣି ପୋକର ମାଇଲୋସେରସ୍ ଏସ୍.ଏସ୍.ପି ଉଭୟ ବୟସ୍କ ଓ ଶୁକ ଯୋଗୁଁ ଲକ୍ଷଣ ଦେଖା ଦେଇଥାଏ. ବୟସ୍କ ଘୁଣି ପୋକ ଗୁଡିକ ଛୋଟ ଓ ସାମାନ୍ୟ ଧୂସର ରଙ୍ଗର ଯାହାର ଡେଣା ଓ ମୁଣ୍ଡରେ ଗାଢ଼ ସଂରଚନା ଥାଏ. ମାଈ ପୋକ ହାରାହାରି 360 ଅଣ୍ଡା 24 ଦିନ ମଧ୍ୟରେ ମାଟି ଉପରେ ଦେଇଥାଏ. ଅଣ୍ଡା ଫୁଟିଲା ପରେ ଲାର୍ଭା ମାଟି ଭିତରେ ଖୋଳି ଗଛର ମୂଳ ଖାଇଥାଏ. ତାପରେ ଲାର୍ଭା ମାଟିରେ ପ୍ୟୁପା ଅବସ୍ଥାରେ ରହେ. ବୟସ୍କ ଘୁଣି ପୋକ ଶୀତ ଋତୁରେ ଫସଲ ଅବଶେଷ ତଳେ ବଞ୍ଚିପାରେ. ମାଇଲୋସେରସ୍ ଏସ୍.ଏସ୍.ପି ବହୁତ ପ୍ରକାର ର ଅଳଙ୍କାରିକ, ପନିପରିବା ଓ ଫଳ ଜାତୀୟ ଫସଲକୁ ଆକ୍ରମଣ କରିଥାଏ.