କଲରା

କଖାରୁ ସମ୍ବାଳୁଆ

Diaphania indica

ପୋକ

ସଂକ୍ଷେପରେ

  • ରେଶମୀ ସୂତାରେ ଗୁଡା ହୋଇଥିବା ପତ୍ର। ବଢୁଥିବା ଫଳରେ କଣା ଥାଏ।.

ମଧ୍ୟ ଦେଖା ଯାଇପାରେ

7 ଫସଲ ଗୁଡିକ

କଲରା

ଲକ୍ଷଣ

ଶିଶୁ ଲାର୍ଭା ପତ୍ରର ସବୁଜକଣା କୋରି ଥାଏ। ପରେ, ଏହା ପତ୍ରକୁ ଗୁଡାଇ ଜାଲ ବୁଣିଥାଏ। ସମ୍ବାଳୁଆ ଫୁଲ ଓ ଫଳକୁ ମଧ୍ୟ ଆକ୍ରମଣ କରିଥାଏ। ସେମାନେ ଚୋପା ନଷ୍ଟ କରିଥାନ୍ତି, ଯାହା ଫଳରେ ଫଳ ସଢିଯାଏ। କୋରା ହୋଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ ପତ୍ର ଶୁଖିଯାଏ। ମାତ୍ରାଧିକ ଆକ୍ରାନ୍ତ ହେଲେ ଫଳରେ କଣା ଦେଖାଯାଇ ପାରେ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବେଶିଲସ ଥୁରିଞ୍ଜେଂସିସ ଏବଂ ବେଭେରିଆ ବାସିଆନା ଭଳି ଜୈବ କୀଟନାଶକ ପ୍ରୟୋଗ କରନ୍ତୁ। ଉଦ୍ଭିଦ ନିର୍ଯ୍ୟାସ ପଦାର୍ଥ ନିମ୍ବ, ପାଇରେଥ୍ରମ ଓ ମରୀଚ ଭଳି ଉଦ୍ଭିଦ ନିର୍ଯ୍ୟାସ ପଦାର୍ଥ ପ୍ରୟୋଗ କରନ୍ତୁ। ଆପାଣ୍ଟେଲିସ ଜାତି ଭଳି ପରଜୀବୀର କ୍ରିୟା କଳାପ ପ୍ରୋତ୍ସାହିତ କରନ୍ତୁ। କୀଟ ଘଉଡାଇବା ପାଇଁ ଗୋମୁତ ଓ ଜଳର ମିଶ୍ରଣ ସିଞ୍ଚନ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମାଲାଥିଆନ (50 ଇସି ହେକ୍ଟର ପିଛା 500 ମିଲି ହାରରେ), ଡାଇମେଥୋଏଟ (30 ଇସି ହେକ୍ଟର ପିଛା 500 ମିଲି ହାରରେ) କିମ୍ବା ମିଥାଇଲ ଡେମେଟନ (25 ଇସି ହେକ୍ଟର ପିଛା 500 ମିଲି ହାରରେ) ଆଦି କୀଟନାଶକ ସିଞ୍ଚନ କରନ୍ତୁ। ସିଆନ୍ତ୍ରାନିଲପ୍ରୋଲ ଥିବା କୀଟନାଶକର ପ୍ରୟୋଗ ଅନ୍ୟ ଏକ ବିକଳ୍ପ ହୋଇପାରେ।

ଏହାର କାରଣ କଣ

ସମ୍ବାଳୁଆର ଶିଶୁ ଲାର୍ଭା ଯୋଗୁଁ କ୍ଷତି ହୋଇଥାଏ। ବୟସ୍କ ପ୍ରଜାପତିର ଗାଢ ଓସାରିଆ ଧାର ସହିତ ଧବଳ ସ୍ଵଚ୍ଛ ଡେଣା ଥାଏ ଏବଂ ମାଇମାନଙ୍କ ମଳ ଦ୍ଵାରରେ କମଳା ରଙ୍ଗର ଲୋମ ଗୁଚ୍ଛ ଥାଏ। ପତ୍ରର ତଳ ପଟେ 3-4 ଦିନ ପାଇଁ ଏକଲା କିମ୍ବା ଅଣ୍ଡା ଗୁଚ୍ଛ ଦିଆଯାଇ ଥାଏ। ସାଧାରଣତଃ ସମ୍ବାଳୁଆ ପିଠି ମଝିରେ ଏକ ଅନୁ ଦୈର୍ଘ୍ୟ ଯୋଡି ଗାର ସହିତ ଲମ୍ବାଳିଆ ହୋଇଥାଏ। ପ୍ରାୟ 10 ଦିନରେ ସମ୍ବାଳୁଆ ବୟସ୍କ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • କେବଳ ଶିରା ଥିବା ପତ୍ର ନିରୀକ୍ଷଣ କରନ୍ତୁ, ଶିରା ଓ ଶିରା ମଝି ଅଂଶ ଖିଆଯାଇ ଥାଏ। ପତ୍ର ଓ ପତ୍ର ମଝି ଅଂଶ ମଧ୍ୟ ତଳେ ପଡିଥାଏ। ସହଳ ଅବସ୍ଥାରେ ଥିବା ସମ୍ବାଳୁଆକୁ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ। ଗୁଡା ହୋଇଥିବା ପତ୍ର କାଢି ଦେଇ ତାହା ଭିତରେ ଥିବା ସମ୍ବାଳୁଆକୁ ଚିପି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ