କପା

ମିରିଡି ପୋକ

Miridae

ପୋକ

5 mins to read

ସଂକ୍ଷେପରେ

  • ମିରିଡି ପୋକ ଟିପରେ ଥିବା କଢ଼, ଫୁଲ ଏବଂ ଫଳରୁ ରସ ଶୋଷଣ କରିଥାଏ.
  • ଫଳ ଉପରେ କଳା ଦାଗ ଏବଂ ଶୁକୁଡ଼ି ଯାଇଥିବା ତଥା ଦାଗଯୁକ୍ତ ମଞ୍ଜି ଥାଏ.
  • ସଂକ୍ରମିତ ଗଛ ତାହାର ଶକ୍ତି ହରାଇଥାଏ ଓ ବାମନ ହୋଇଯାଏ ଯେଉଁଥିରେ ବହୁତ ଶାଖା ପ୍ରଶାଖା ଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ମିରିଡି ପୋକ ଟିପରେ ଥିବା କଢ଼, ଫୁଲ ଏବଂ ଫଳରୁ ରସ ଶୋଷଣ କରି କ୍ଷତି କାରିଥାଏ. ଯଦି ଫଳ ଧରିବା ପୂର୍ବରୁ ପୋକ ଆକ୍ରମଣ ହୁଏ ତାହେଲେ ଗଛରୁ ଟିପର କଢ଼ ଝଡ଼ିପଡ଼େ ଯଦ୍ୱାରା ଗଛ ବାମନ ହୋଇଯାଏ ଯେଉଁଥିରେ ବହୁତ ଶାଖା ପ୍ରଶାଖା ଥାଏ. ଖାଇବା ଯୋଗୁଁ ନୂଆ ଫୁଲ ଶୁଖିଯାଇ 3-4 ଦିନ ମଧ୍ୟରେ ଫାଟିଯିବାର ସମ୍ଭାବନା ରହିଥାଏ. ବିଶେଷ କରି ଛୋଟ ଓ ମଧ୍ୟମ ଆକାରର ଫୁଲରେ ଏହି ଅପରିବର୍ତ୍ତନୀୟ କ୍ଷୟକ୍ଷତି ହୋଇପାରେ. ଯଦି ଫୁଲ ବିକଶିତ ହୁଏ ତଥାପି ସେଗୁଡିକ କୁଞ୍ଚିତ ଏବଂ ଏହାର ପାଖୁଡା ଠିକ ନଥାଏ ତଥା ଏହାର ପରାଗଣ କଳା ହୋଇଯାଏ. ବକରା ଉପରେ କଳା ଦାଗ ହୁଏ ଏବଂ ଭିତରେ ଥିବା ମଞ୍ଜି ଶୁକୁଡ଼ି ଯାଏ ଓ ସେଥିରେ ଦାଗ ହୋଇଯାଏ. ପ୍ରବଳ ପୋକ ଆକ୍ରମଣରେ ଉତ୍ପାଦନ ଓ ଗୁଣବତ୍ତା ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମିତ ଜମିରେ ପ୍ରାକୃତିକ ପରଭକ୍ଷୀ ର ବ୍ୟବହାର କରି ମିରିଡି ପୋକ ର ନିୟନ୍ତ୍ରଣ କରାଯାଇପାରେ. ଡାମସେଲ ପୋକ, ବଡ ଆଖି ବାଲା ପୋକ, ଆସାସିନ ପୋକ, ପିମ୍ପୁଡି ଏବଂ କିଛି ପ୍ରଜାତିର ବୁଢିଆଣୀ ମିରିଡି ପୋକ କୁ ଖାଇଥାନ୍ତି. ଏହା ସହ ନିମ ତେଲ ପାଣିରେ ମିଶାଇ ଏବଂ ବିଏଉଭେରିଆ ବ୍ୟାସିୟାନା (Beauveria Bassiana) ନାମକ କବକ ରୁ ତିଆରି ଜୈବିକ କୀଟନାଶକ ପ୍ରୟୋଗ କରି ଏମାନଙ୍କ ଜନସଂଖ୍ୟା କମ କରାଯାଇପାରେ. ଏହି ପୋକର ଲକ୍ଷଣ ଦେଖିଲା ପରେ ତୁରନ୍ତ ଜୈବିକ ନିୟନ୍ତ୍ରଣ ପଦ୍ଧତି ପ୍ରୟୋଗ କରିବା ଆରମ୍ଭ କରିଦିଅନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଡାଇମେଥୋଏଟ, ଇଣ୍ଡୋକ୍ସାକାର୍ବ କିମ୍ବା ଫିପ୍ରୋନିଲ ଥିବା କୀଟନାଶକ ମିରିଡି ପୋକ ନିୟନ୍ତ୍ରଣ ପ୍ରଭାବୀ ରୂପରେ କରିଥାଏ ଏବଂ ପ୍ରବଳ ଆକ୍ରମଣ ସମୟରେ ବ୍ୟବହାର କରା ଯାଇପାରେ.

ଏହାର କାରଣ କଣ

ବହୁତ ପ୍ରକାରର ମିରିଡି ପୋକ ଦ୍ୱାରା ଫସଲରେ ବିଭିନ୍ନ କ୍ଷତି ହୋଇଥାଏ ଯାହା ଫସଲ ଉପରେ ନିର୍ଭର କରେ. କପା ଫସଲରେ ଆକ୍ରମଣ କରୁଥିବା ମୁଖ୍ୟ ପ୍ରଜାତି ହେଲା କାମ୍ପିଲୋମ୍ମା ଲିଭିଡା (Campylomma Livida) ଯାହାକୁ କେନ୍ଦ୍ର ଓ ଉତ୍ତର ଭାରତରେ ଡିମ୍ପଲ ପୋକ କୁହାଯାଏ. ଏହା ସହିତ କ୍ରେଓଣ୍ଟିଏଡ୍ସ ଏସ୍ପିପି. (Creontiades spp.) ର ଅନ୍ୟ ବହୁତପ୍ରଜାତି ମଧ୍ୟ ବିଶେଷ କରି ସି.ବାଇସେରାଟେନ୍ସ (C. Biseratense) ଦକ୍ଷିଣ ଭାରତରେ ଦେଖାଦେଇଥାଏ. ବୟସ୍କ ପୋକ ର ଏକ ଅଣ୍ଡାକୃତି ସପାଟ ଶରୀର ଓ ସବୁଜ ହଳଦିଆ ରଙ୍ଗ ହୋଇଥାଏ. ପିଠିର ମଝିରେ ଏକ ବିଶିଷ୍ଟ ତ୍ରିଭୁଜର ରୂପରେଖା ଥାଏ. ପତ୍ରର ଡ଼େମ୍ଫରେ ଗୋଟି ଗୋଟି କରି ଅଣ୍ଡା ଦେଇଥଏ ଯାହା 4-5 ଦିନରେ ଫୁଟେ. ଯୁବ ଶୁକ କୁ ଅଫିଡ଼ ବୋଲି ସନ୍ଦେହ କରିବା ସ୍ୱାଭାବିକ କାରଣ ଏହାର ଆକାର ଓ ଗଠନ ପ୍ରାୟ ସମାନ ଅଟେ. କିନ୍ତୁ, ମିରିଡି ପୋକ ଅଫିଡ଼ ଅପେକ୍ଷା ଅଧିକ ବେଗରେ ଗତି କରିଥାଏ. 30-32°C ତାପମାନ ସି.ଲିଭିଡା (C. Livida) କୁ ସୁହାଇଥାଏ. ତାପମାନ ଏଥରୁ କମ ବେଶୀ ହେଲେ ଏହାର ଜୀବନ ଚକ୍ର ଧୀର ହୋଇଯାଇଥାଏ. ବିଶେଷ କରି 35°Cରୁ ଅଧିକ ଗରମ ତାପମାନ ଏବଂ ଅଧିକ ବର୍ଷା ଦ୍ୱାରା ମିରିଡି ପୋକ ସଂଖ୍ୟା ବହୁତ ମାତ୍ରାରେ କମିଯାଏ.


ସୁରକ୍ଷାତ୍ମକ ଉପାୟ

  • ଗଛ ମଧ୍ୟରେ ବ୍ୟବଧାନ କମ ରଖନ୍ତୁ ନାହିଁ.
  • ବିକଳ୍ପ ଗଛ ଯେମିତିକି ଲ୍ୟୁସର୍ନ କପା ଫସଲ ଚାରିକଡେ ଲଗାନ୍ତୁ ଯାହା ଏହି ପୋକ କୁ ଆକର୍ଷିତ କରି ମୁଖ୍ୟ ଫସଲରୁ ଦୁରେଇ ରଖିବ.
  • ଏହି ପୋକର ଲକ୍ଷଣ ଦେଖିବା ପାଇଁ ଫସଲ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • କୀଟନାଶକ ପ୍ରୟୋଗ ସୀମିତ ରଖନ୍ତୁ ଏବଂ ବ୍ୟାପକ କୀଟ ପାଇଁ ବ୍ୟବହୃତ ଫର୍ମୁଲା ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ଉପକାରୀ କୀଟ ମାନଙ୍କୁ ମଧ୍ୟ ନଷ୍ଟ କରି ଦେଇପାରେ.
  • ସଂକ୍ରମିତ ଗଛକୁ ବାହାର କରିଦିଅନ୍ତୁ ଯଦ୍ୱାରା ପରବର୍ତ୍ତୀ ସମୟରେ ପୋକ ଆକ୍ରମଣ କମ ରହିବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ