କପା

କପାର ଉକୁଣିଆ ପୋକ

Pempherulus affinis

ପୋକ

5 mins to read

ସଂକ୍ଷେପରେ

  • ଜମିରୁ କିଛି ଉପରେ କାଣ୍ଡ ଗୁଡିକ ଗଣ୍ଠି ପରି ଫୁଲିଯାଏ.
  • ଗଛ ଝାଉଁଳି ଯାଇ ଶୁଖିଯାଏ.
  • ଫସଲର ବିକାଶ ଅବରୁଦ୍ଧ ହୋଇଯାଏ.
  • କାଣ୍ଡ ସହଜରେ ନଇଁ ପଡେ.
  • ଯୁବ ଗଛ ମରିଯାଏ.
  • ପୋକ ଗୁଡିକର ଛୋଟ, କଳା ଏବଂ ଡେଣା ତଥା ମୁଣ୍ଡରେ ରେ ଧଳା ଘୋଡଣି ଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

କପା ଗଛ ଉକୁଣିଆ ପୋକ ଦ୍ୱାରା ସଂକ୍ରମିତ ହେଲେ ସ୍ପଷ୍ଟ ଭାବେ ବାରି ହେଉଥିବା ଲକ୍ଷଣ ହେଲା ଯେ ଜମିରୁ ଟିକେ ଉପରକୁ ଥିବା କାଣ୍ଡରେ ଗଣ୍ଠି ପରି ଫୁଲା ଦେଖା ଯାଇଥାଏ. ଗଛକୁ ପାଣି ଓ ଖାଦ୍ୟସାର ନେବା ଆଣିବା ଶିରା ଟିସୁକୁ ପୋକର ଲାର୍ଭା ଖାଇ ନଷ୍ଟ କରିଦିଏ ଯାହା ଫଳରେ ଏପରି ହୋଇଥାଏ. ଯୁବ ଗଛ ସବୁ ଲକ୍ଷଣର ପରିଣାମ ସ୍ୱରୁପ ଶେଷରେ ମରି ଯାଆନ୍ତି. ପୁରୁଣା ଗଛ ପ୍ରଥମେ ଝାଉଁଳି ଯାଏ ଓ ଧୀରେ ଧୀରେ ଶୁଖି ଯିବାର ଲକ୍ଷଣ ଦେଖା ଯାଇଥାଏ. ଅଧିକାଂଶ କ୍ଷେତ୍ରରେ ଏହି ଗଛ ବଞ୍ଚିପାରେ, କିନ୍ତୁ ଏହାର ଶକ୍ତି କାମ ହୋଇଥାଏ ଏବଂ ଫସଲର ବିକାଶ ଅବରୁଦ୍ଧ ହୋଇଯାଏ. ଯେତେବେଳେ ଅଧିକ ପବନ ବହେ କିମ୍ବା ଅଧିକ ଫଳ ଧରିଲେ ସଂକ୍ରମିତ କାଣ୍ଡ ସହଜରେ ନଇଁ ପଡେ. ପରବର୍ତ୍ତୀ ଲକ୍ଷଣ ହେଲା ଗଛରେ ବକରା ସଂଖ୍ୟା କମ ହୋଇଯାଏ ଏବଂ ତୁଳାର ଗୁଣାତ୍ତ୍ମକ ମାନ କମ ହୋଇଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ନିମ ପିଡିଆ FYM ସହିତ ମିଶାଇ ଜମିରେ ମୂଳ ସାର ପ୍ରୟୋଗ ସମୟରେ ପ୍ରୟୋଗ କଲେ ଉକୁଣିଆ ପୋକ ର ସଂକ୍ରମଣ ହେବାର ସମ୍ଭାବନା କମ ହୋଇପାରେ (10 ଟନ FYM + 250କିଗ୍ରା ନିମ ପିଡିଆ ପ୍ରତି ହେକଟର). ପରେ ମଧ୍ୟ ଯୁବ ଗଛକୁ ନିମ ତେଲ ମିଶ୍ରଣରେ ଓଦା ରଖିଲେ ବୟସ୍କ ପୋକ ପତ୍ରରେ ଅଣ୍ଡା ଦେବା କମିଯିବ. ଫେରମୋନ ଜାଲ ବ୍ୟବହାର କରି ଏହି ପୋକର ନିରୀକ୍ଷଣ ତଥା ନିୟନ୍ତ୍ରଣ (କୀଟନାଶକ ପ୍ରୟୋଗ ସହିତ) କରି ହେବ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. କ୍ଲୋରୋପାଇରିଫସ 20 EC (10 ମିଲି / କିଗ୍ରା ବିହନ) ଦ୍ୱାରା ନିବାରଣ ଉପଚାର ହିସାବରେ ବିହନ ବିଶୋଧନ କଲେ ଏହି ପୋକର ବିସ୍ତାର କମ କରି ହେବ. କାଣ୍ଡ ରେ କ୍ଲୋରୋପାଇରିଫସ 20 EC (2.5 ମିଲି/ଲିଟର) ସ୍ପ୍ରେ କଲେ ମଧ୍ୟ ଭଲ ପ୍ରଭାବ ମିଳିଥାଏ. ଗଜା ହେବାର 15-20 ଦିନ ପରଠାରୁ ପ୍ରତି 15 ଦିନରେ ଠାରେ ଗଛକୁ ପୁରା ଓଦା କରନ୍ତୁ. ଫେରମୋନ ଜାଲ ବ୍ୟବହାର କରି ଏହି ପୋକର ନିରୀକ୍ଷଣ ତଥା ନିୟନ୍ତ୍ରଣ (କୀଟନାଶକ ପ୍ରୟୋଗ ସହିତ) କରି ହେବ.

ଏହାର କାରଣ କଣ

କପାର ଉକୁଣିଆ ପୋକ ରୋଗ ପେମ୍ଫେରୁଲୁସ୍ ଆଫିନିସ୍ ନାମକ ଏକ ପୋକ ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ବୟସ୍କ ଉକୁଣିଆ ପୋକ ଗୁଡିକ ଛୋଟ ଗାଢ଼ ବାଦାମୀ ରଙ୍ଗ ଏବଂ ଡେଣା ର ଘୋଡଣି ଓ ମୁଣ୍ଡରେ କିଛି ଧଳା ଅଂଶ ଥାଏ. ମାଇ ପୋକ ଯୁବ ଗଛର ବଢୁ ଥିବା କାଣ୍ଡରେ ଅଣ୍ଡା ଦେଇଥାନ୍ତି. ଅଣ୍ଡା ଫୁଟିଲା ପରେ ଧଳା ଶୁକ କାଣ୍ଡ ଓ ବକଳ ଭିତରେ କଣା କରି ଭିତରକୁ ଯାଆନ୍ତି ଓ ଗଛର ସମ୍ଭହନୀ ଟିସୁକୁ ଖାଇଥାନ୍ତି. ଏହା ଦ୍ୱାରା ଏକ ବିଶେଷ ପ୍ରକାରର ଫୁଲା ଜମିରୁ କିଛି ଉପରେ କାଣ୍ଡ ରେ ଦେଖା ଦେଇଥାଏ. କପା କାଣ୍ଡ ଉକୁଣିଆ ପୋକ (ଆଲ୍କିଡୋଡ୍ସ ଆଫାବର୍) ମଧ୍ୟ ଏହି ପ୍ରକାର ଲକ୍ଷଣ ସୃଷ୍ଟି କରିଥାଏ. ସେଥିପାଇଁ ସମାନ ପ୍ରକାରର ପ୍ରତିକାର ଓ ନିବାରଣ ପଦ୍ଧତି ପ୍ରୟୋଗ କରା ଯାଇପାରେ. କିନ୍ତୁ, କପାର ଉକୁଣିଆ ପୋକ ଦେଖା ଯିବାକୁ ଗାଢ ଧୂସରିଆ ମାଟିଆ ରଂଗର ହୋଇ ଥାଆନ୍ତି ଯାହାର ଆଗ ଡେଣା ଗୁଡିକ ଫୀକା ଦାଗ ଦେଖା ଯାଇଥାଏ, ବେଳେ ବେଳେ କପାର ଉକୁଣିଆ ପୋକ ଦକ୍ଷିଣ ଭାରତରେ ବିଶେଷତଃ ତାମିଲ ନାଡୁ ରେ ଗମ୍ଭୀର ରୂପ ଧାରଣା କରିପାରେ.


ସୁରକ୍ଷାତ୍ମକ ଉପାୟ

  • ପୋକଙ୍କୁ ଅଟକାଇବା ପାଇଁ ସଘନ ଫସଲ ଲଗାନ୍ତୁ.
  • ବିହନ ବୁଣା ଯାଇଥିବା ଧାଡିରେ ମାଟି ଉପରକୁ ଉଠାଇଲେ ପୋକ ଅଟକିପାରେ.
  • ଫସଲ ତୀବ୍ରତା କମ୍ କରି ଦିଅନ୍ତୁ ଉଦାହରଣ ସ୍ୱରୁପ ଅନ୍ୟ ଫସଲ କିମ୍ବା ଜମିକୁ ଖାଲି ରଖି ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ଅନ୍ୟ ଗଛ ଯେଉଁଥିରେ ଏହି ପୋକ ରହିପାରେ ଯେମିତିକି ହିବିସକସ, ପେଡି ପେଡିକା ଗଛ କୁ ବାହାର କରିଦିଅନ୍ତୁ.
  • ଫସଲ ନିରୀକ୍ଷଣ କରି ସଂକ୍ରମିତ ଗଛ ବାହାର କରିଦିଅନ୍ତୁ.
  • ଅମଳ ପରେ ଗଛର ଅବଶେଷକୁ ବାହାର କରି ଜାଳି ଦିଅନ୍ତୁ.
  • ଫେରୋମନ ଜାଲ ବ୍ୟବହାର କରି ଉକୁଣିଆ ପୋକର ଉପସ୍ଥିତି ନିରୀକ୍ଷଣ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ