ଲେମ୍ବୁଜାତୀୟ

ପ୍ରାଚ୍ୟ ବୁଢିଆଣୀ ମାଇଟ

Eutetranychus orientalis

ମାଇଟ

5 mins to read

ସଂକ୍ଷେପରେ

  • ପ୍ରାଚ୍ୟ ବୁଢିଆଣୀ ଓ ଲେମ୍ବୁର ଲାଲ ମାଇଟ ଖାଇବା ଦ୍ୱାରା ସୃଷ୍ଟି ହୋଇଥିବାଏକା ପ୍ରକାର ଲକ୍ଷଣ ହୋଇଯାଏ.
  • ପତ୍ର ବର୍ଣହୀନ ହୋଇ ଯାଇଥାଏ ଓ ତୀବ୍ର ସଂକ୍ରମଣରେ ଅସମୟରେ ପତ୍ର ଝଡ଼ିଯାଇଥାଏ, ଡାଳ ମରିଯାଏ, ଫଳର ଗୁଣବତ୍ତା କମ ହୁଏ ଏବଂ ଗଛର ଶକ୍ତି କମି ଯାଇଥାଏ.
  • ଭଲ ଜଳ ଯୋଗାଇବା ଦ୍ୱାରା ଏହି ପୋକ ଆକ୍ରମଣ ଆରମ୍ଭ ହେବା ଓ କ୍ଷୟକ୍ଷତି କମ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ଲେମ୍ବୁଜାତୀୟ

ଲକ୍ଷଣ

ପତ୍ରର ଉପର ପଟେ ପୋକ ଦ୍ୱାରା ଖାଇବା ଯୋଗୁଁ କ୍ଷତ ଦେଖାଯାଏ ମୁଖ୍ୟତଃ ମଝି ଶିରା ପାଖରେ ଯାହା ଦୁଇ ପାର୍ଶ୍ଵରେ ଥିବା ପ୍ରଶିରା ଆଡକୁ ମାଡିଥାଏ. ମଳିନ ହଳଦିଆ ପଟ୍ଟୀ ମଝି ଶିରା କଡେ କଡେ ଦେଖାଯାଏ ଯାହା ଶେଷରେ ରଙ୍ଗହୀନ ହୋଇଯାଏ. ବେଳେବେଳେ ପତ୍ର ଉପରେ ସୂକ୍ଷ୍ମ ଜାଲି ଘୋଡାଇ ହୋଇଥାଏ ଏବଂ ଅଳ୍ପ ଜାଲ ମଧ୍ୟ ସୃଷ୍ଟି ହୋଇପାରେ. ଯୁବା ସଂକ୍ରମିତ ପତ୍ରର ଧାର ଉପର ଆଡକୁ ମୋଡି ହୋଇଥାଏ. ଅଧିକ ସଂକ୍ରମଣ ହେଲେ ମାଇଟ ପତ୍ର ପୃଷ୍ଠରର ପୁରା ଉପର ପଟେ ଖାଇ ଅଣ୍ଡା ଦେଇଥାଏ. ଏହା ଦ୍ୱାରା ଅସମୟରେ ପତ୍ରଝଡ଼ା ହୁଏ, ଡାଳ ଧୀରେ ଧୀରେ ମରିଯାଏ ଏବଂ ଫଳ ଝଡ଼ିଯାଏ. ଆଗାମୀ ବର୍ଷର ଫଳଫୁଲ ଧରିବା ବହୁତ କମ ହୋଇପାରେ. ଯଦି ଗଛରେ ଜଳ ଅଭାବ ଥାଏ ତାହେଲେ ଅଳ୍ପ ପୋକ ସଂଖ୍ୟା ମଧ୍ୟ ଫଳ ରେ ରଙ୍ଗ ଛାଡିଯାଏ ଏବଂ ଅସମୟରେ ପତ୍ର ଝଡ଼ିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏହି ପୋକ ଇଉଟେଟ୍ରାନାଇକସ୍ ଓରିଏଣ୍ଟାଲିସ୍ (Eutetranychus Orientalis) ର ବହୁତ ଗୁଡ଼ାଏ ଶିକାରୀ ତଥା ପ୍ରାକୃତିକ ଶତ୍ରୁ ଅଛନ୍ତି ଯାହା ବହୁତ ସମୟରେ ଏହାର ବିକାଶକୁ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ. ଅନେକ ଫାଇଟୋସେଇଡା ଏବଂ ସ୍ଟିଗମାଇଡା ମାଇଟ ମାନଙ୍କୁ ବିଭିନ୍ନ ଦେଶରେ ସଫଳ ରୂପେ ଏହାର ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇଛି. ଉଦାହରଣ ହେଲା: ଇଉସେଇଅସ୍ ସ୍ଟିପ୍ୟୁଲାଟସ୍ (Euseius Stipulatus), ଟାଇଫ୍ଲୋଡ୍ରୋମସ୍ ଫାୟାଲାଟସ୍ (Typhlodromus Phialatus), ନିଓସେୟୁଲସ୍ କ୍ୟାଲିଫୋର୍ଣିକସ୍ (Neoseiulus Californicus), ଫାଇଟୋସେଇଉଲସ୍ ପରସିମିଲିସ୍ (Phytoseiulus Persimilis). ଶିକାରୀ ବିଟିଲ ଯଥା ସ୍ଟେଥୋରସ୍ ଏସ୍ପିପି. (Stethorus spp) ଏବଂ ଓରିୟସ୍ ଥ୍ରାୟିପୋବୋରସ୍ (Orius Thripoborus) ପ୍ରାଚ୍ୟ ବୁଢିଆଣୀ ମାଇଟ କୁ ଖାଇଥାନ୍ତି. ଲେସଉଇଙ୍ଗ ଲାର୍ଭା ମଧ୍ୟ ଏହି ମାଇଟକୁ ଖାଇଥାଏ. ଆପଣ ସଲଫର ବୁଣି କିମ୍ବା ସ୍ପ୍ରେ କରି ଏହି ପୋକ ନିୟନ୍ତ୍ରଣ କରିପାରନ୍ତି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦି ଗଛରେ 20% ପତ୍ର କିମ୍ବା ଫଳ ସଂକ୍ରମିତ ହୋଇଥାଏ ତେବେ ଗଛକୁ ଉପଚା ଦରକାର. ବ୍ୟାପକ କୀଟନାଶକ ଅପେକ୍ଷା ନିର୍ଦ୍ଧିଷ୍ଟ କୀଟନାଶକ ପ୍ରୟୋଗ କରିବା ଭଲ, କାରଣ ବ୍ୟାପକ କୀଟନାଶକ ପ୍ରୟୋଗ ଦ୍ୱାରା ପରିସ୍ଥିତି ଆହୁରି ଖରାପ ହୋଇପାରେ. କୀଟନାଶକ ବଦଳାଇ ପ୍ରୟୋଗ କଲେ ପୋକର କୌଣସି ଏକ କୀଟନାଶକ ପ୍ରତି ପ୍ରତିରୋଧକ ଶକ୍ତି ବିକାଶ ହୋଇପାରିନଥାଏ. ଫ୍ଲୁବେନଜିମିନ (flubenzimine), ଓମେଥୋଏଟ (omethoate) ଏବଂ ଡାଇକୋଫଲ (dicofol) ପ୍ରୟୋଗ ଦ୍ୱାରା ପଭାଵୀ ରୂପେ ପୋକର ନିୟନ୍ତ୍ରଣ ହେବାର ପ୍ରମାଣ ଅଛି.

ଏହାର କାରଣ କଣ

ପ୍ରାଚ୍ୟ ବୁଢିଆଣୀ ଇଉଟେଟ୍ରାନାଇକସ୍ ଓରିଏଣ୍ଟାଲିସ୍ (Eutetranychus Orientalis) ବୟସ୍କ ଏବଂ ଲାର୍ଭା ଦ୍ୱାରା ଖାଇବା ଯୋଗୁଁ ଏହି ରୋଗର ଲକ୍ଷଣ ଦେଖା ଯାଇଥାଏ. ଏହି ପୋକ ର ଅଣ୍ଡାକୃତି ସମତଳ ଶରୀର ଥାଏ. ଏହାର ରଙ୍ଗ ମଳିନ ବାଦାମୀ ରୁ ଗାଢ଼ ସବୁଜ ରଙ୍ଗ ହୋଇଥାଏ. ଗାଢ଼ ରଙ୍ଗର ଦାଗ ଏବଂ ହାଲକା ରଙ୍ଗର ଗୋଡ଼ ଥାଏ ଯାହା ଶରୀର ର ଲମ୍ବା ସହ ସମାନ. ଏହି ପୋକ ମୁଖ୍ୟତଃ ଲେମ୍ବୁଜାତୀୟ ଗଛ ଏବଂ କେବେକେବେ ଅନ୍ୟ ଫସଲ ଯଥା ବାଦାମ, କଦଳୀ, କସଭା ଏବଂ କପା କୁ ମଧ୍ୟ ଆକ୍ରମଣ କରିଥାନ୍ତି. ସାଧାରଣତଃ ପତ୍ରର ଉପର ପାର୍ଶ୍ବରେ ଦେଖାଯାଏ ଏବଂ ଏହା ପବନ ଦ୍ୱାରା ବିସ୍ତାରିତ ହୋଇଥାଏ. ଜାଗା ଅନୁସାରେ ଏହି ପୋକ ଗୋଟେ ବର୍ଷରେ 8-27 ବଂଶ ପର୍ଯ୍ୟନ୍ତ ରହିପାରେ. ମାଈ ପୋକ ପ୍ରତି 2-3 ସପ୍ତାହରେ ଠାରେ 30-40 ଅଣ୍ଡା ଦେଇଥାଏ. ଅତି କମ କିମ୍ବା ଅତି ଅଧିକ ଆର୍ଦ୍ରତା, ଅଧିକ ପବନ, ମରୁଡି କିମ୍ବା ଠିକ ଭାବେ ବଢି ନଥିବା ମୂଳ ଏହି ପୋକର ପ୍ରାଦୁର୍ଭାବ ବଢ଼ାଇ ଦେଇଥାଏ. ପ୍ରାଚ୍ୟ ବୁଢିଆଣୀ ମାଇଟ ପାଇଁ ସବୁଠାରୁ ଅନୁକୂଳ ତାପମାନ ହେଲା 21-27°C ଏବଂ 59-70% ଆର୍ଦ୍ରତା.


ସୁରକ୍ଷାତ୍ମକ ଉପାୟ

  • ପ୍ରତି ସପ୍ତାହରେ ଯବକାଚ ଦ୍ୱାରା ନୀରିକ୍ଷଣ କରି ମାଇଟ ସଂଖ୍ୟା ଅନୁମାନ ଲଗାନ୍ତୁ.
  • ଅତ୍ୟଧିକ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ଉପକାରୀ ପୋକ ମାନଙ୍କ ସଂଖ୍ୟା ଉପରେ ଖରାପ ପ୍ରଭାବ ପକାଇପାରେ.
  • ଗଛକୁ ଭଲଭାବେ ପାଣି ଦିଅନ୍ତୁ ଏବଂ ଗରମ ପାଗରେ ମରୁଡି ଜନିତ ଚାପ ଦୂର କରନ୍ତୁ.
  • ଜମିରେ ଥିବା ଅନାବନା ଘାସ ସହ ଗଛର ଡାଳ ଲାଗିବାକୁ ଦିଅନ୍ତୁ ନାହିଁ.
  • ତୋଟାକୁ ଅନାବନା ଘାସ ମୁକ୍ତ ରଖନ୍ତୁ.
  • ଅମଳ ପରେ ଅଳିଆ ଆବର୍ଜନା ତଥା ଗଛର ଅବଶେଷ ବାହାର କରିଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ