Aonidiella aurantii
ପୋକ
ଅସଂଖ୍ୟ ଛୋଟ ଛୋଟ ଗାଢ଼ ବାଦାମୀ ରୁ ଲାଲ ରଙ୍ଗର କାତିପୋକ ପତ୍ରର (ବହୁତ ସମୟରେ ମୁଖ୍ୟ ଶିରା କଡେ କଡେ), ଡାଳ ଓ ଫଳରେ ଦେଖାଯାଆନ୍ତି. ସେଗୁଡିକ ଉପରକୁ ଉଠିଥିବା କୋନ ଆକାରର ଦାଗ ଯାହାର ମଝି ଭାଗ ପ୍ରାୟ ରଙ୍ଗହୀନ ଦେଖାଯାଏ. ଏହା ଜ୍ୱାଳାମୁଖୀ ଆକୃତିର ଦେଖାଯାଏ. ଯେଉଁ ଜାଗାରେ ଖାଆନ୍ତି ସେଠାରେ ଏକ ହଳଦିଆ ବଳୟ ଦେଖାଯାଇପାରେ. ଅଧିକ ସଂକ୍ରମଣ ହେଲେ ପତ୍ର ଝାଉଁଳି ଅସମୟରେ ଝଡ଼ିଯାଏ ଏବଂ ପରେ ପତ୍ରଝଡ଼ା ଆରମ୍ଭ ହୋଇଥାଏ. ସଂକ୍ରମିତ ଛୋଟ ଡାଳ ଅଗରୁ ମାରିବା ଆରମ୍ଭ ହୋଇଯାଏ. ଯଦି ସଂକ୍ରମଣ ଆହୁରି ତୀବ୍ରତର ହୁଏ ତାହେଲେ ବଡ଼ ବଡ ଶାଖା ରେ ମଧ୍ୟ ଅଗରୁ ମରିବା ଆରମ୍ଭ ହୋଇପାରେ. ଫଳ ଅସଂଖ୍ୟ କାତି ଦ୍ୱାରା ଘୋଡାଇ ହୋଇ ବିକୃତ ହୋଇ ବଢେ ଏବଂ ଶେଷରେ ଶୁଖିଯାଇ ତଳେ ପଡ଼ିଯାଏ. ଯୁବ ଗଛ ବହୁତ ବାଙ୍ଗରା ହୋଇଯାଇପାରେ. ଯଦି ବହୁତ ଡାଳ ଅଗରୁ ମରିଯାଆନ୍ତି ତାହେଲେ ଯୁବ ଗଛ ପୁରା ମରିଯିବାର ସମ୍ଭାବନା ଅଛି. ଲାଲ କାତିପୋକ ମଧ୍ୟ ମହୁ ବିନ୍ଦୁ ନିର୍ଗତ କରେ ଯଦ୍ୱାରା ପତ୍ର ଓ ଫଳରେ କଳା ଫିମ୍ପି ବିକାଶ ହୋଇପାରେ.
ଆଓନିଡିଏଲା ଅଉରାଣ୍ଟି (Aonidiella aurantii) ର ପ୍ରାକୃତିକ ଶତ୍ରୁ ମାନଙ୍କ ମଧ୍ୟରେ ପରଜୀବୀ ବିରୁଡି ଆଫିଟିସ ମେଲିନସ (Aphytis melinus) ଏବଂ କମ୍ପେରିଏଲା ବାଇଫାସ୍କିଆଟା (Comperiella bifasciata) ଯାହା ଗୁରୁଣ୍ଡୁଥିବା ପୋକ ମାନଙ୍କୁ ଆକ୍ରମଣ କରନ୍ତି. ପିମ୍ପୁଡି ମାନଙ୍କର ନିୟନ୍ତ୍ରଣ କରିବା କାତିପୋକର ଜୈବିକ ନିୟନ୍ତ୍ରଣ ପାଇଁ ମୁଖ୍ୟ ସମାଧାନ ଅଟେ କାରଣ ପିମ୍ପୁଡି ମାନେ କାତିପୋକକୁ ଏହାର ପ୍ରାକୃତିକ ଶତ୍ରୁ ମାନଙ୍କଠାରୁ ରକ୍ଷା କରିଥାଏ. ଜୈବିକ ଚାଷ ପାଇଁ ଅନୁମୋଦିତ ପେଟ୍ରୋଲିଅମ ତେଲ ସ୍ପ୍ରେ କରି ପତ୍ର ଓ ଫଳରୁ କାତିପୋକ ହଟା ଯାଇପାରେ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ସଂକୀର୍ଣ୍ଣ ମାତ୍ରାରେ ତେଲ ସିଞ୍ଚନ କଲେ ପ୍ରାକୃତିକ ଶତ୍ରୁ ମାନଙ୍କ ପାଇଁ ବହୁତ କମ ସମସ୍ୟା ସୃଷ୍ଟି କରେ. ଖରା ଦିନର ମଝିରେ ପ୍ରୟୋଗ କଲେ ସବୁଠୁ ଭଲ ନିୟନ୍ତ୍ରଣ ହୋଇଥାଏ. ଯେତେବେଳେ 25% ଫଳ ସଂକ୍ରମିତ ହୋଇଥାଏ ସେତେବେଳେ ପ୍ରତିକାରାତ୍ମକ ରାସାୟନିକ ସ୍ପ୍ରେ କରିବା ଦରକାର. କ୍ଲୋରୋପାଇରିଫଂସ, ମାଲାଥିଅନ କିମ୍ବା ଡାଇମେଥୋଏଟ ର ଫର୍ମୁଲା ତୋଟାର ଯେଉଁ ଭାଗରେ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ସଂକ୍ରମଣ ହୋଇଥାଏ ସେଠାରେ ବ୍ୟବହାର କରନ୍ତୁ. ବ୍ୟାପକ ପ୍ରଭାବୀ କୀଟନାଶକ ଯାହା ଉପକାରୀ ପୋକ ମାନଙ୍କୁ ସମସ୍ୟାରେ ପକାଇପାରେ ତାହାର ବ୍ୟବହାର କରନ୍ତୁ ନାହିଁ.
ଲାଲ କାତିପୋକ ଆଓନିଡିଏଲା ଅଉରାଣ୍ଟି (Aonidiella aurantii) ର ଖାଇବା ପ୍ରକ୍ରିୟା ଯୋଗୁଁ ଏହି ଲକ୍ଷଣ ସବୁ ଦେଖାଦେଇଥାଏ. ଏହା ସାରା ବିଶ୍ୱରେ ଲେମ୍ବୁଜାତୀୟ ଫସଲର ଏକ ମୁଖ୍ୟ ହାନିକାରକ ପୋକ. ଏହା କ୍ରାନ୍ତୀୟ ଅଞ୍ଚଳ ପାଇଁ ସାଧାରଣ ପୋକ. ଅମଳ ପରେ ଏହି ପୋକ କାଠ ଓ ପତ୍ରରେ ବଞ୍ଚିଥାନ୍ତି ଏବଂ ଆଗାମୀଋତୁରେ ନୂତନ ବୃଦ୍ଧି ଉପରେ ଆକ୍ରମଣ କରିଥାନ୍ତି. ଯେତେବେଳେ ବୁଲାବୁଲି କରୁଥାନ୍ତି, ସେତେବେଳେ ମାଈ ପୋକ ସବୁ ଖାଇବା ଜାଗା ଖୋଜିବା ପାଇଁ ଆଲୋକ ଦ୍ୱାରା ଆକର୍ଷିତ ହୋଇଥାନ୍ତି. ଏମାନେ ଅଣ୍ଡା ଦିଅନ୍ତିନାହିଁ, କିନ୍ତୁ ଅତ୍ୟନ୍ତ ସକ୍ରିୟ ଗୁରୁଣ୍ଡି ପାରୁଥିବା ଶୁକକୁ ଜନ୍ମ ଦିଅନ୍ତି. ଥରେ ପତ୍ରର ଉପର ପଟେ କିମ୍ବା ନୁଆଁ ଫଳର ଗାତୁଆ ଜାଗାରେ ରହିଗଲା ପରେ ଅଚଳ ହୋଇଯାନ୍ତି. ଗୋଟେ ଛୋଟ ପର୍ଯ୍ୟାୟ ପରେ ସେମାନେ ତୁଳା ପରି ପଦାର୍ଥରେ ଘୋଡାଇ ହୋଇଯାନ୍ତି. ଶେଷରେ ସେମାନେ ସେମାନଙ୍କର ଚେପଟା ଆକାର ଏବଂ ବିଶିଷ୍ଟ ଲାଲ ବାଦାମୀ ରଙ୍ଗ ଧାରଣା କରିଥାନ୍ତି. ତାପମାନ ଓ ଗଛର ସ୍ୱାସ୍ଥ୍ୟ ଉପରେ ଏହି ପୋକର ଜୀବନ ଚକ୍ର ନିର୍ଭର କରେ. ସେଥିପାଇଁ ଖରା ଦିନେ ଯେତେବେଳେ ଗଛରେ ଜଳାଭାବର ଚାପ ଥାଏ ସେତେବେଳେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥାଏ.