Caryedon serratus
ପୋକ
ଏହି ପକ୍ଷ ସଂକ୍ରମଣର ପ୍ରାଥମିକ ପ୍ରମାଣ ହେଲା ଯେ ଚିନାବାଦାମ ଛୁଇଁରୁ ଲାର୍ଭା ବାହାରିବା ଓ ଛୁଇଁ ଭିତରେ କୁକୁନ ରହିବା. ଯେତେବେଳେ ଛୁଇଁକୁ ଭାଙ୍ଗି ଖୋଲାଯାଏ ସେତେବେଳେ ସଂକ୍ରମଣ ଯୋଗୁଁ ମଞ୍ଜିରେ କିଛି ନଷ୍ଟ ହୋଇଚି ବୋଲି ସାଧାରଣତଃ ଦେଖାଯାଏ ନାହିଁ.
ଚିନାବାଦାମ ଛୁଇଁ ଗୁଡିକୁ ନିମ ମଞ୍ଜି ପାଉଡର କିମ୍ବା ଗୋଲ ମରିଚ ପାଉଡର ର ଉପଚାର କରନ୍ତୁ. ଆପଣ ନିମ ତେଲ, କରଞ୍ଜ ତେଲ କିମ୍ବା ଇଉକାଲିପଟାସ ତେଲ ବ୍ୟବହାର କରିପାରିବେ. ପବନ ଯାଉ ନଥିବା (ଏଆର ଟାଇଟ) ପଲିଥିନ ବ୍ୟାଗରେ କିମ୍ବା ଗାଲଭାନାଇଜଡ୍ ଧାତୁ ର ଡ୍ରମ କିମ୍ବା ପିଭିସି ଡ୍ରମ ରେ ଚିନାବାଦାମ ଛୁଇଁ ରଖନ୍ତୁ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ମିଥାଇଲ ବ୍ରୋମାଇଡ (Methyl bromide) ଦ୍ୱାରା 32ଗ୍ରା/କ୍ୟୁବିକ ମି. ହିସାବରେ 4 ଘଣ୍ଟା ଧୂଆଁ (ଫ୍ୟୁମିଗେସନ) ଦିଅନ୍ତୁ. ଏହା ସହିତ କ୍ଲୋରୋପାଇରିଫସ (Chlorpyriphos) ଦ୍ୱାରା @3ଗ୍ରା/କିଗ୍ରା ହିସାବରେ ମଞ୍ଜି ଉପଚାର କରନ୍ତୁ. ଗୋଦାମ ର କାନ୍ଥରେ ଏବଂ ବ୍ୟାଗରେ ମାଲାଥିଅନ 50 EC @5ମିଲି/ଲି. ହିସାବରେ 2ରୁ 3 ଥର ସ୍ପ୍ରେ କରନ୍ତୁ. ବ୍ୟାଗରେ ଡେ଼ଲ୍ଟାମେଥ୍ରିନ @0.5ମିଲି/ଲି ହିସାବରେ ସ୍ପ୍ରେ କରନ୍ତୁ.
ବୟସ୍କ ବାଦାମୀ ବିଟିଲ (C. Serratus) ର ଲାର୍ଭା ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ବୟସ୍କ ବିଟିଲ ଛୁଇଁ ଉପରେ ଅଣ୍ଡା (ଛୋଟ ଏବଂ ସ୍ୱଚ୍ଛ) ଦେଇଥାଏ. ଅଣ୍ଡା ଫୁଟିଲା ପରେ, ଯୁବ ଲାର୍ଭା ଛୁଇଁରେ ସିଧା ଅଣ୍ଡାରୁ ବାହାରି ଛୁଇଁରେ ଖୋଳପା ଦେଇ ଭିତରେ ପଶି ଥାଏ. ଏହା ବଡ ହେଲା ପର୍ଯ୍ୟନ୍ତ ମଞ୍ଜିର ବୀଜପତ୍ର ଖାଇଥାଏ. ବୟସ୍କ ବିଟିଲ ଏକ ବଡ଼ କଣା କରି ଛୁଇଁ ଭିତରେ ପସିଥାଏ. ବୟସ୍କ ବିଟିଲ ଅଣ୍ଡାକୃତି ଏବଂ ବାଦାମୀ ରଙ୍ଗର ହୋଇଥାଏ ଏବଂ ସାଧାରଣତଃ ପ୍ରାୟ 7 ମିମି ଲମ୍ବା ହୋଇଥାଏ. ଅନୁକୂଳତମ ପରିବେଶରେ ଏହା ନିଜର ଜୀବନ ଚକ୍ର ପୁରା କରିବା ପାଇଁ ପ୍ରାୟ 40-42 ଦିନ ନେଇଥାଏ. ଏହି ବିଟିଲ ର ବିକାଶ 30-33°C ରେ ହୋଇଥାଏ.