ଲେମ୍ବୁଜାତୀୟ

ଲେମ୍ବୁର କଳା ମାଛି

Aleurocanthus woglumi

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଓ କାଣ୍ଡ ରେ ହନିଡ଼ିଉ ଦେଖାଯାଏ.
  • ସୁତି ଫିମ୍ପି ପରି ଦେଖାଯାଏ.
  • ଛୋଟ କଳା ପଦାର୍ଥର ଗୁଳା ପତ୍ରର ତଳ ପଟେ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ


ଲେମ୍ବୁଜାତୀୟ

ଲକ୍ଷଣ

ସଂକ୍ରମିତ ପତ୍ର ବିକୃତ ଓ କୁଞ୍ଚିତ ହେଲାପରି ଦେଖାଯାଏ ଯାହା ଶେଷରେ ଅସମୟରେ ଝଡ଼ିଯାଏ. ଅଠାଳିଆ ହନିଡ଼ିଉ ପତ୍ର ଓ କାଣ୍ଡରେ ମିଶି ଏକ କଳା ରଙ୍ଗର ଫିମ୍ପି ସୃଷ୍ଟି କରିଥାଏ ଯାହା ଫଳରେ ଡାଳପତ୍ର ସୁତି ଫିମ୍ପି ପରି ଦେଖାଦେଇଥାଏ. ହନିଡ଼ିଉ ଉପରେ ପିମ୍ପୁଡି ଆକର୍ଷିତ ହୋଇ ଲାଗିପାରନ୍ତି. ଏହି ପୋକ ସବୁ ଅତି ଛୋଟ କଳା କଣ୍ଟା ଥିଲା ପରି ମେଞ୍ଚା ମେଞ୍ଚା ହୋଇ ପତ୍ରର ତଳପାର୍ଶ୍ଵରେ ଦେଖାଦେଇଥାନ୍ତି. ପୋକ ଦ୍ୱାରା ଖାଇବା କ୍ଷତି ସହ ସୁତି ଫିମ୍ପିର ସୃଷ୍ଟି ଗଛକୁ ଦୁର୍ବଳ କରିଥାଏ ଏବଂ ଫଳ ଲାଗିବା କମ ହୋଇଯାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏଂକାର୍ସିଆ ପର୍ପ୍ଲେକ୍ସିଆ (Encarsia Perplexa), ପୋଲାସଯେକ (Polaszek) ଏବଂ ଆମିଟସ୍ ହେସ୍ପେରିଡିୟମ୍ ସିଲ୍ଭେଷ୍ଟ୍ରୀ (Amitus Hesperidum Silvestri) ପ୍ରଜାତିର ବିରୁଡି କୁ କଳା ମାଛିର ପରଜୀବୀ ଭାବେ ଚିହ୍ନଟ କରାଯାଇଛି. ଏହି ବିରୁଡି ସବୁ କଳା ମାଛି ଏବଂ ଏହାର ନିକଟ ସଂପର୍କୀୟ ଧଳା ମାଛି ଉପରେ ଆକ୍ରମଣ କରି ବଞ୍ଚିଥାଏ କିନ୍ତୁ ଗଛ ଓ ଲୋକଙ୍କର କିଛି ହାନି କରି ନଥାଏ. ଲେଡି ବାର୍ଡ଼, ଲେସଉଇଙ୍ଗ, ବ୍ରୁମୂସ ସ୍ପେସିସ (Brumus sp.), ସ୍କିମନସ ସ୍ପେସିସ (Scymnus sp.)ଏବଂ କ୍ଲାଇସୋପେରଲା ସ୍ପେସିସ (Chlysoperla sp.) ଗୁଡିକ କଳା ମାଛିର ଅନ୍ୟ ପ୍ରାକୃତିକ ଶତ୍ରୁ ଅଟନ୍ତି. କପା ତେଲ ଓ ମାଛ ତେଲ ରୋଜିନ ସୋପ (FORS) ପରି କିଛି ତେଲ ଯାହା ଏହି ପୋକ ନିୟନ୍ତ୍ରଣ ପ୍ରଭାବୀରୂପେ କରିଥାଏ ଏବଂ ଏସବୁ ପର୍ଯାବରଣ ପାଇଁ ମଧ୍ୟ ଅନୁକୂଳ. ଏହି ସବୁ ତେଲ ପାତ୍ରରେ ସୁତି ଫିମ୍ପି ମଧ୍ୟ ନଷ୍ଟ କରି ଦେଇଥାଏ. ନିମ ମଞ୍ଜି ରସ (4%) ସ୍ପ୍ରେ କରି ପୋକ ସଂଖ୍ୟା କମ କରି ହେବ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଏହି ଏ.ୱାଗ୍ଲୁମି ମାଛିର ପ୍ରାକୃତିକ ଶତ୍ରୁ ମାନଙ୍କୁ ସଂରକ୍ଷଣ କରିବା ପାଇଁ ବ୍ୟାପକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ. ଚାରା ବା ବିହନ କୁ ଧୁଆଂ ଦ୍ୱାରା ଉପଚାର କରି କିମ୍ବା କୀଟନାଶକ ସ୍ପ୍ରେ କରି ନିୟନ୍ତ୍ରଣ କରା ଯାଇପାରେ. ଯେତେବେଳେ 50% ରୁ ଅଧିକ ଅଣ୍ଡା ଫୁଠିଥାଏ ଓ ସେମାନଙ୍କର ସୁରକ୍ଷାତ୍ମକ ଖୋଳପା ବିକାଶ ହୋଇନଥାଏ ସେତେବେଳେ ନିବାରକ ସ୍ପ୍ରେ କରାଯାଇପାରେ. କୁଇନାଲଫସ (Quinalphos) ଏବଂ ଟ୍ରାଇଆଜୋଫସ (Triazophos) ବ୍ୟବହାର କଲେ କଳା ମାଛି ସଂଖ୍ୟା କମ କରିବାରେ ଆଶାଜନକ ପରିଣାମ ମିଳିଥାଏ. ପୋକ ସଂକ୍ରମଣ ଥିବା ସମୟରେ ପତ୍ରର ତଳପଟେ ସ୍ପ୍ରେ କରିବା ଦରକାର. ପୁରା ଡାଳପତ୍ର କୁ କୀଟନାଶକ ମିଶ୍ରଣ ଦ୍ୱାରା ଓଦା କରିବା ଆବଶ୍ୟକ.

ଏହାର କାରଣ କଣ

ଲେମ୍ବୁର କଳା ମାଛି (Aleurocanthus woglumi) ଲେମ୍ବୁଜାତୀୟ ଫସଲ ପାଇଁ ଏକ ଭୟଙ୍କର ହାନିକାରକ ପୋକ ଯାହା ମୂଳ ଉତ୍ପତି ଏସିଆରୁ ହୋଇଅଛି. ଏହା ବିଭିନ୍ନ ଫସଲ ରେ ଆକ୍ରମଣ କରିଥାଏ. ଏହା ଧଳା ମାଛି ପରିବାରର ଏକ ପୋକ କିନ୍ତୁ ବୟସ୍କ ମାଛିର ରଙ୍ଗ ଗାଢ଼ ସ୍ଲେଟ ନୀଳ ରଙ୍ଗ ହୋଇଥିବାରୁ ଏହାକୁ କଳା ମାଛି ବୋଲି କୁହାଯାଏ. ବୟସ୍କ ମାଛି ଏକ ଖୁବ ଛୋଟ ଅଳସୁଆ ପୋକ ଯାହାର ଉଡିବା ରେଞ୍ଜ କମ ଥାଏ. କିନ୍ତୁ ଏହା ସନ୍ଧ୍ୟା ସମୟରେ ଖୁବ ସକ୍ରିୟ ହୋଇଥାଏ ଏବଂ ଦିନ ସାରା ପତ୍ରର ତଳ ପଟେ ବିଶ୍ରାମ କରିଥାଏ. ମାଈ ମାଛି 100 ପର୍ଯ୍ୟନ୍ତ ସୁନେଲି ରଙ୍ଗର ଅଣ୍ଡା ପତ୍ରର ତଳ ଅଟେ ସକେନ୍ଦ୍ରୀକ ଭାବେ ଦେଇଥାଏ. ଅଣ୍ଡାରୁ ଫଉଠିଥିବା ଶୁକ ଗୁଡିକ ସମତଳ, ଅଣ୍ଡାକୃତି ଏବଂ କାତି ପରି ଦେଖାଯାଏ. କଳା ମାଛି ତାର ଛୁଞ୍ଚି ପରି ଶୁଣ୍ଢ ଦ୍ୱାରା ପତ୍ରରୁ କୋଷିକାର ରସ ଶୋଷି ଥାଏ. ଏହା ସହ ବହୁତ ପରିମାଣରେ ହନିଡିଉ ନିର୍ଗତ କରିଥାଏ. 28-32°C ର ତାପମାନ ଏବଂ 70-80% ଆର୍ଦ୍ରତା ଏହି ପୋକର ବିକାଶ ପାଇଁ ଅନୁକୂଳ ହୋଇଥାଏ. ଏହି ମାଛି (A. woglumi) ବରଫ ପଡୁଥିବା ଥଣ୍ଡା ପରିବେଶରେ ବଞ୍ଚିପାରେ ନାହିଁ.


ସୁରକ୍ଷାତ୍ମକ ଉପାୟ

  • ତୋଟାରେ ପୋକ ମୁକ୍ତ ଗଛ ହିଁ ଲଗାଇବା ସୁନିଶ୍ଚିତ କରନ୍ତୁ.
  • ଉତ୍ତମ ବାୟୁପ୍ରବାହ ପାଇଁ ଅତି ପାଖରେ ଗଛ ସବୁ ଲଗାନ୍ତୁ ନାହିଁ.
  • ପର୍ୟାପ୍ତ କାଣ୍ଟଛାଣ୍ଟ ତଥା ବିକଳ୍ପ ଗଛ ବା ଅନାବନା ଘାସ ବାହାର କଲେ କଳା ମାଛିଙ୍କ ପାଇଁ ସୁହାଉଥିବା ପରିବେଶ କମ ହେଇପାରିବ.
  • ନିୟମିତ ଭାବେ ଗଛରେ ପୋକ ତଥା ସୁତି ଫିମ୍ପି ଲାଗିଥିବା ଡାଳପତ୍ର ପାଇଁ ନିରୀକ୍ଷଣ କରନ୍ତୁ.
  • ଲେମ୍ବୁ ଗଛକୁ ସୁସ୍ଥ ରଖିବା ପାଇଁ ପର୍ୟାପ୍ତ ପାଣି ଓ କିଛି ସାର ବ୍ୟବହାର କରନ୍ତୁ, କିନ୍ତୁ ଜଳମଗ୍ନ କିମ୍ବା ଅନ୍ୟ ଚାପ ସୃଷ୍ଟି କରନ୍ତୁ ନାହିଁ.
  • ଅତ୍ୟଧିକ ଜଳସେଚନ ଏବଂ ଯବକ୍ଷାରଜାନ ପ୍ରୟୋଗ ଏବଂ କୀଟନାଶକ ସ୍ପ୍ରେ କରନ୍ତୁ ନାହିଁ.
  • ଯେଉଁ ଅନାବନା ଡାଳପତ୍ର ବା ଅଳିଆ ଆବର୍ଜନାରେ ପୋକ ନିଷ୍କ୍ରିୟ ଭାବେ ରହିପାରେ, ସେ ସବୁ ବାହାର କରି ଆଗାମୀ ସିଜନରେ ପୋକ ସଂକ୍ରମଣର ଆଶଙ୍କା କୁ କମ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ