ଲେମ୍ବୁଜାତୀୟ

ଲେମ୍ବୁର ଉକୁଣିଆ ପୋକ

Diaphorina citri

ପୋକ

5 mins to read

ସଂକ୍ଷେପରେ

  • ବୟସ୍କ ଓ ଶୁକ ଯୁବ ଗଛର କାଣ୍ଡ ରୁ ରସ ଶୋଷି ନିଅନ୍ତି ଯାହା ଫଳରେ ତି କରିଥାଏ ଓ କଢ, ଫୁଲ, କଅଁଳ ଡାଳ ଏବଂ ଛୋଟ ଫଳ ଦୁର୍ବଳ ହୋଇଯାଏ.
  • ପତ୍ର ଅଠାଳିଆ ରସ ତଥା ସୁତି ଫିମ୍ପି ଦ୍ୱାରା ଆଚ୍ଛାଦିତ ହୋଇଯାଏ.
  • ନୁଆଁ ନୁଆଁ ଫୁଲ ଓ ଫଳ ଝାଡ଼ିପଡ଼େ.
  • ଅତ୍ୟଧିକ ସଂକ୍ରମଣ ହେଲେ ଡାଳ ମରିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଫସଲ ବୃଦ୍ଧିର ବିଭିନ୍ନ ଅବସ୍ଥା ଓ ଋତୁର ସମୟ ହିସାବ ଉପରେ ନିର୍ଭର କରି ଲେମ୍ବୁର ଉକୁଣିଆ ପୋକ ଭିନ୍ନ ଭିନ୍ନ ଭାବେ ପ୍ରଭାବ ପକାଇଥାଏ. ନୁଆଁ ନୁଆଁ ବାହାରିଥିବା ଡାଳପତ୍ର କୁ ବୟସ୍କ ପୋକ ଓ ଲାର୍ଭା ଖାଇବା ଦ୍ୱାରା କ୍ଷତ ସୃଷ୍ଟି ହୋଇଥାଏ ଓ କଢ଼, ଫୁଲ, ଫଳ, କଅଁଳିଆ ଡାଳ ଆଦି ଦୁର୍ବଳ ହୋଇଥାଏ. ଗଛର ମିଠା ରସ ଖାଇବା ଦ୍ୱାରା ପୋକ ମାନଙ୍କଠାରୁ ବାହାରିଥିବା ରସ ସୁତି ଫିମ୍ପି ସୃଷ୍ଟି ହୋଇ ବଢିଥାଏ ଯାହାଫଳରେ ପାତ୍ରରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କମ ହୋଇଯାଏ. ଶେଷରେ ଅତ୍ୟଧିକ ସଂଖ୍ୟାରେ ନୁଆଁ ପତ୍ର ମୋଦି ହୋଇଯାଏ ଓ କୁଞ୍ଚିତ ମଧ୍ୟ ହୋଇଯାଏ. ଏହାଦ୍ୱାରା କାଣ୍ଡ ର ଦୈର୍ଘ୍ୟ କମ ହୋଇଯାଏ ଓ ଡାହାଣ ର ଝାଡୁ ପରି ଦେଖାଯାଏ. ଅତ୍ୟଧିକ ପୋକ ଜନସଂଖ୍ୟା ଯୁବ ଗଛର ବୃଦ୍ଧି ରେ ପ୍ରଭାବ ପକାଇଥାଏ ଓ ଉତ୍ପାଦନରେ ଯଥେଷ୍ଟ କ୍ଷତି ହୋଇଥାଏ. ଏହି ପୋକ ଅତ୍ୟଧୀକ ହାନି କାରକ ହୋଇପାରେ କାରଣ ଏହା ଲେମ୍ବୁକୁ ସବୁଜ ରୋଗ କରୁଥିବା ଭୁତାଣୁ ର ମୁଖ୍ୟ ବାହକ ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ଶିକାରୀ ଓ ପରଜୀବୀ ଜୀବାଣୁ ଉକୁଣିଆ ପୋକର ସଂଖ୍ୟା କମ ଥିବା ସମୟରେ ଅବିରତ ନିୟନ୍ତ୍ରଣ ମିଳିପାରେ, ଯେମିତିକି ଗରମ ଓ ଶୁଖିଲା ପାଗରେ କାମ ଦେଇଥାନ୍ତି. ପରଜୀବୀ ବିରୁଡି ଗୁଡିକ ମଧ୍ୟରେ ଟାମାରିକ୍ସିଆ ରାଡିୟାଟା ବା ସିଲାଏଫାଗୁସ୍ ଇଉଫାଇଲ୍ୟୁରେ ଅନ୍ୟତମ. ଶିକାରୀ ପୋକ ମଧ୍ୟରେ ପାଇରେଟ ବଗ୍ ଆନ୍ଥୋକୋରିସ୍ ନେମୋରାଲିସ୍, ଲେଶଉଇଙ୍ଗ କ୍ରାଇସୋପର୍ଲା କାର୍ନେୟା ଏବଂ ଲେଡି ବିଟିଲ କୋକିନେଲା ସେପ୍ଟେମ୍ପୁଣ୍କାଟା ଅନ୍ୟତମ ଅଟେ. ନିମ ତେଲ କିମ୍ବା ଅନ୍ୟ ଉଦ୍ୟାନିକ ତେଲ ଥିବା ସାବୁନ ଯେଉଁଥିରେ କୀଟନାଶକ ଗୁଣ ଥାଏ, ତାହା ଶୁକ ମହମ ପରି ପଦାର୍ଥ ସ୍ରାବ କରିବା ପୂର୍ବରୁ ବ୍ୟବହାର କଲେ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ପ୍ରଭାବ ପକାଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଠିକ ସମୟରେ ଡାଇମେଥୋଏଟ ଥିବା କୀଟନାଶକ ସ୍ପ୍ରେ କଲେ ଏହି ପୋକ ନିୟନ୍ତ୍ରଣ କରା ଯାଇପାରେ, କିନ୍ତୁ ଏହା ସର୍ବଶେଷ ବିକଳ୍ପ ଭାବେ ବ୍ୟବହାର କରିବା ଦରକାର. ପୋକ ମହମ ପରି ପଦାର୍ଥ ସ୍ରାବ କରିବା ପୂର୍ବରୁ ଏହି କୀଟନାଶକ ବ୍ୟବହାର କରିବା ଆବଶ୍ୟକ. ମନେରଖନ୍ତୁ ଯେ ଅତ୍ୟଧିକ ସ୍ପ୍ରେ କଲେ ଉକୁଣିଆ ପୋକ ତଥା ଅନ୍ୟ ପୋକ ମାନଙ୍କର ଉପଦ୍ରବ ପୁଣି ଆରମ୍ଭ ହୋଇପାରେ. ଗଛର ବକଳା ରେ ଡାଇମେଥୋଏଟ ର ପେଷ୍ଟ (0.03%) ବ୍ୟବହାର କରି ଗଛ ଉପରକୁ ତଳକୁ ବୁଲୁଥିବା ପୋକ ମରା ଯାଇପାରେ.

ଏହାର କାରଣ କଣ

ଡାଇଆଫୋରିନା ସିଟ୍ରି ନାମକ ଏକ ଲେମ୍ବୁ ଉକୁଣିଆ ପୋକ ଦ୍ୱାରା ପୋଷଣ କାର୍ଯ୍ୟକଳାପ ଯୋଗୁଁ ଲକ୍ଷଣ ଦେଖାଦେଇଥାଏ. ବୟସ୍କ ପୋକ 3-4 ମିମି ଲମ୍ବା ହେଇଥାନ୍ତି ଯାହାର ମୁଣ୍ଡ ଓ ବେକ ବାଦାମୀ କଳା, ଇସତ ବାଦାମୀ ରଙ୍ଗର ପେଟ ଏବଂ ଛପଛପିଆ ଡେଣା ଥାଏ. ଗଛର ଗଣ୍ଡି କିମ୍ବା ବୁଢା ପତ୍ର ର ଆଶ୍ରା ତଳେ ଶୀତ ଋତୁରେ ବଞ୍ଚିପାରେ. ଏହି ପୋକର ହାରାହାରି ଜୀବନକାଳ ତାପମାନ ଉପରେ ନିର୍ଭର କରେ. ତାପମାନ ଏହା ପାଇଁ 20-30 °C ଭଲଭାବେ ସୁହାଇଥାଏ. ଥଣ୍ଡା ପାଗ ଲମ୍ବା ଜୀବନ ପାଇଁ ସୁହାଇଥାଏ ଏବଂ ଗରମ ହେଲେ କମ ହୋଇଯାଏ. ମାଈ ପୋକ ନାରଙ୍ଗୀ ରଙ୍ଗର 800 ଅଣ୍ଡା ନୁଆଁ ଡାଳ ଏବଂ କଢ ରେ ବସନ୍ତରେ ଦେଇଥାନ୍ତି. ଶୁକ ଗୁଡିକ ସମତଳ, ସାଧାରଣତଃ ହଳଦିଆ ଏବଂ ଏହା ସୁରକ୍ଷା ପାଇଁ ଏକ ଧଳା ମହମ ପରି ପ୍ରଲେପ ସୃଷ୍ଟି କରିଥାଏ. ମହମ ପରି ଧଳା ବାହ୍ୟ ଅଂଶ କିମ୍ବା ସୁତା ପୁରାପୁରି ଉକୁଣିଆ ପୋକ ଠାରୁ ଅଲଗା କରିଥାଏ. ବୟସ୍କ ମାନଙ୍କ ତୁଳନାରେ ଯଦି ହଇରାଣ କରାଯାଏ ତେବେ ଶୁକ ଅଳ୍ପ ଦୂରକୁ ହିଁ ଯାଇଥାଏ. ଟିସୁ ରେ କ୍ଷତ ହେବା ଦ୍ୱାରା ଗଛର ବିଭିନ୍ନ ଅଂଶକୁ ଖାଦ୍ୟସାର ପରିବହନ ରେ ବାଧା ସୃଷ୍ଟି ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ବସନ୍ତ ଋତୁର ଆରମ୍ଭରୁ ଉକୁଣିଆ ପୋକ ସଂଖ୍ୟା ଓ ଲକ୍ଷଣ ଗୁଡିକ ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଅଠାଳିଆ ଜାଲ ବ୍ୟବହାର କରି ବୟସ୍କ ପୋକ ଧରି ନିଅନ୍ତୁ.
  • ଗଛ ଲଗେଇବା ସମୟରେ ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ.
  • ବ୍ୟାପକ କୀଟନାଶକର ଅତ୍ୟଧିକ ବ୍ୟବହାର ନକରିବା ସୁନିଶ୍ଚିତ କରନ୍ତୁ ଓ ଶିକାରୀ ପୋକ ସଂଖ୍ୟା ବଜାୟ ରଖନ୍ତୁ.
  • ଏହି ପୋକ ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରିବା ପାଇଁ ଡାଳପତ୍ର ମଧ୍ୟରେ ଯଥେଷ୍ଟ ବାୟୁ ପ୍ରବାହ ତଥା ଅଧିକ ଖରା ଯେମିତି ପଡେ ତାହାର ସୁନିଶ୍ଚିତ କରନ୍ତୁ.
  • ଅତ୍ୟଧିକ ସାର ବ୍ୟବହାର କରନ୍ତୁ ନାହିଁ.
  • ବଗିଚାରେ ଶୁଷ୍କ ପାଗ ସମୟରେ ଜଳସେଚନ କରି ମରୁଡି ଜନିତ ଚାପ କୁ ଦୁରେଇ ରଖନ୍ତୁ.
  • ବଗିଚା ସଫା କରି ପୁରୁଣା ଶାଖା ଓ ଡାଳପତ୍ର ଅମଳ ପରେ ନଷ୍ଟ କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ