Earias insulana
ପୋକ
ଏହି ପୋକର ଲାର୍ଭା ସାଧାରଣତଃ ବକରା କୁ ଆକ୍ରମଣ କରିଥାଏ, କିନ୍ତୁ ଏହା ଫୁଲ କଢ ମଧ୍ୟ ଖାଇଥାଏ. ଯଦି ଗଛର ବଢ଼ନ୍ତି ସମୟରେ ଏହା ଆକ୍ରମଣ କରେ ତେବେ ଫୁଲ ହେବା ପୂର୍ବରୁ କଢ଼ ଏବଂ ତା ସାଙ୍ଗରେ ଥିବା ଡାଳ ରେ କଣା ହୋଇଯାଏ. ଏହା ଦ୍ୱାରା କାଢ଼ ଧରିଥିବା ଡାଳ ଶୁଖିଯାଇ ତଳେ ପଡ଼ିଯାଏ. ଯଦି ମୁଖ୍ୟ କାଣ୍ଡ ସଂକ୍ରମିତ ହୋଇଥାଏ, ତେବେ ପୁରା ଗଛ ସଂକ୍ରମିତ ଅଛି. ଯଦି ଫୁଲ ଫଳ ହେବା ସମୟରେ ସଂକ୍ରମଣ ହୋଇଥାଏ ତେବେ ଲାର୍ଭା କଢ ଓ ଫୁଲର ମୂଳରେ କଣା କରି ତାରି ଭିତରେ ଖାଇବା ଆରମ୍ଭ କରିଦିଏ କଣା ହୋଇଥିବା ଜାଗା ପ୍ରାୟତଃ ଏମାନଙ୍କ ମଳ ଦ୍ୱାରା ବନ୍ଦ ହୋଇଯାଏ. କ୍ଷତିଗ୍ରସ୍ତ ଫୁଲ କଢ ସଂଖ୍ୟା ବାଡ଼ି ଯାଇଥାଏ ଛିନଛତ୍ର ହୋଇଯାଇଥିବା ଫଳ ସବୁ ଦେଖାଯାଏ. ଆଘାତ ଯୋଗୁ, ଫିମ୍ପି ଏବଂ ବୀଜାଣୁ ସଂକ୍ରମଣ ହୋଇଥାଏ. ଅଳ୍ପ ଦିନର ଛୋଟ ଗଛରେ ଚିତ୍ରିତ ବକରା ପୋକ ଦ୍ୱାରା ଅତ୍ୟଧିକ କ୍ଷୟକ୍ଷତି ହୋଇଥାଏ.
ଅଣ୍ଡା ଏବଂ ଲାର୍ଭା ଖୋଜିବା ଏହାର ନିୟନ୍ତ୍ରଣ ପାଇଁ ଏକ ମହତ୍ଵପୁର୍ଣ କାମ ଅଟେ.ଏହାର ନିୟନ୍ତ୍ରଣ ପାଇଁ ବ୍ରାକୋନାଇଡେ (Braconidae), ସ୍କେଲିଓନାଇଡେ (Scelionidae) ଏବଂ ଟ୍ରାଇକୋଗ୍ରମାଟାଇଡେ (Trichogrammatidae) ପରିବାରର କେତେକ ପରଜୀବୀ ପୋକ କୁ ବ୍ୟବହାର କରାଯାଇପାରେ. କୋଲିଓପ୍ଟେରା (Coleoptera), ହାଇମେନୋପ୍ଟେରା (Hymenoptera), ହେମିପ୍ଟେରା (Hemiptera) ଏବଂ ନ୍ୟୁରୋପ୍ଟେରା (Neuroptera) ଶୃଙ୍ଖଳା ରେ ଶିକାରୀ ପୋକ ମଧ୍ୟ ପ୍ରୟୋଗ କରାଯାଇପାରେ. ଏହି ପୋକ ମାନଙ୍କୁ ବଢିବା ପାଇଁ ଉତ୍ସାହିତ କରନ୍ତୁ ଏବଂ ବ୍ୟାପକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ. ବହୁତ ପୋକ ଥିବା ସମୟରେ ଜୈବିକ କୀଟନାଶକ ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ (Bacillus Thuringiensis) ମଧ୍ୟ ପ୍ରୟୋଗ କରାଯାଇପାରେ. ନିମ ମଞ୍ଜିର ରସ (NKSE) 5% କିମ୍ବା ନିମ ତେଲ (1500 ppm ) 5ମିଲି ଏକ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦି 100 ଗଛରେ 10ଟି ଅଣ୍ଡା କିମ୍ବା 5 ଟି ପୋକ ଦେଖାଯାଆନ୍ତି ତେବେ ପ୍ରତିକାରର ବ୍ୟବସ୍ଥା କରିବା ଦରକାର. ଏହାର ଲାର୍ଭା କୀଟନାଶକ ପ୍ରତି ଅତି ଶୀଘ୍ର ପ୍ରତିରୋଧକ ଶକ୍ତି ବିକାଶ କରିଥାଏ ଅଣ୍ଡା ଏବଂ ଲାର୍ଭା ଖୋଜି ବାହାର କରିବା ଅତ୍ୟନ୍ତ ମହତ୍ଵପୁର୍ଣ. ଅଣ୍ଡା ଥିବା ସମୟରେ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole), ଏମାକ୍ଟିନ୍ ବେନ୍ଜୋଏଟ୍ (Emamectin Benzoate), ଫ୍ଲୁବେନ୍ଡାଇଆମାଇଡ୍ (Flubendiamide), ମେଥୋମାଇଲ୍ (Methomyl) କିମ୍ବା ଏସ୍ଫେନଭାଲେରେଟ୍ (Esfenvalerate) ଥିବା କୀଟନାଶକ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ. କମ ଉପାର୍ଜନକ୍ଷମ ଫସଲରେ ରାସାୟନିକ ପ୍ରତିକାର ଲାଭପ୍ରଦ ହୋଇ ନପାରେ.
ଉତ୍ତର ଭାରତରେ ଥିବା ଏକ ସାଧାରଣ ପୋକ ଯାହାକି ଚିତ୍ରିତ ବକରା ବିନ୍ଧା ପୋକର (Earias insulana) ଲାର୍ଭା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ଅନ୍ୟ ଗଛ ଯେପରିକି ହିବିସକସ, ଭେଣ୍ଡି ରେ ମଧ୍ୟ ଏହି ପୋକ ଆକ୍ରମଣ କରିଥାଏ. ଏହି ପ୍ରଜାପତି ରୂପେଲି ସବୁଜ ରଙ୍ଗ ରୁ ହଳଦିଆ ରଙ୍ଗ ହୋଇଥାଏ. ଏହା ପ୍ରାୟ 2 ସେଣ୍ଟି ମିଟର ଲମ୍ୱା ଏବଂ ଫୁଲରେ କିମ୍ବା ଆଲୁଅ ପାଖରେ ଦେଖାଯାଏ. ଏହାର ଡେଣାରେ ତିନି କଳା ଲାଇନ ଦେଖାଯାଏ. ମୁଖ୍ୟତଃ ଖରା ଦିନରେ ସବୁଜ ରଙ୍ଗର ଏବଂ ଶରତ ଋତୁରେ ହଳଦିଆ/ଧୂସର ରଙ୍ଗର ପୋକ ଦେଖାଯାଆନ୍ତି. ଏହାର ଅଣ୍ଡା ନୀଳ ରଙ୍ଗର ହୋଇଥାଏ ଯାହାକି ନୂଆ ଡାଳ ପତ୍ର ଏବଂ ଫଳ ଉପରେ ଦେଖା ଦେଇଥାଏ. ନୂଆ ଲାର୍ଭା ଗୁଡିକ ଅଳ୍ପ ଧୂସରରଙ୍ଗରୁ ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ଥାଆନ୍ତି. ଜବ କାଚରେ ଦେଖିଲେ ଏମାନଙ୍କର ପୁରା ଶରୀରରେ ଛୋଟ ଛୋଟ କଣ୍ଟା ଥାଏ ଯାହାକି ଅନ୍ୟ ପୋକର ଲାର୍ଭାରେ ନଥାଏ. ବୟସ୍କ ହେଲାବେଳକୁ ଏହା ଗଛରେ ଥିବା ପାତ୍ରରେ କିମ୍ବା ତଳେ ପଡିଥିବା ଦଳପତ୍ରରେ କୋକୁନ ବାନ୍ଧି ପ୍ୟୁପା ହୋଇଯାଆନ୍ତି. ଗରମ ପାଗରେ 20-25 ଦିନରେ ଗୋଟାଏ ଜୀବନ ଚକ୍ର ପୁରା ହୋଇଯାଏ. ଥଣ୍ଡା ତାପମାନରେ ଏହା ଦୁଇ ମାସ ପର୍ଯ୍ୟନ୍ତ ଯାଇ ପାରେ.