ସୋୟାବିନ

ସୋୟାବିନ ବଳୟ ବା କାଣ୍ଡ ଅଣ୍ଟାସୂତା ଦାଗ ଭୃଙ୍ଗ

Obereopsis brevis

ପୋକ

5 mins to read

ସଂକ୍ଷେପରେ

  • ଶାଖା ବା କାଣ୍ଡରେ ଦୁଇଟି ଗୋଲାକାର କଟା ଦାଗ ଥାଏ । ପତ୍ର ଶୁଖିଯାଇ ଓହଳି ପଡେ । ନୂଆଁ ଗଛର ଝାଉଁଳା ଓ ମୃତ୍ୟୁ ହୁଏ । ଗାଢ ମୁଣ୍ଡ ସହିତ କଳା ଶୂକ ଦେଖାଦିଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଚାରା ଅବସ୍ଥାରେ ଶାଖା ବା କାଣ୍ଡରେ ଦୁଇଟି ନିର୍ଦ୍ଦିଷ୍ଟ ଗୋଲାକାର କଟା ଦାଗ ସହିତ ଲକ୍ଷଣ ଦେଖାଯାଏ । ଚାରା ବା ନୂଆଁ ଗଛ ଝାଉଁଳି ଯାଏ କିମ୍ବା ମରିଯାଏ , ଯେତେବେଳେ ପୁରୁଣା ଗଛର ପତ୍ରଗୁଡ଼ିକ ଝାଉଁଳନ୍ତି କିମ୍ବା ବାଦାମୀ ହୁଅନ୍ତି ଏବଂ ସବୁ ଶୁଖିଯାନ୍ତି । ପ୍ରଭାବିତ ଶାଖାରେ ଗୋଲାକାର ବଳୟ ଦେଖାଯାଏ । ଘଟଣାକ୍ରମେ , କଟା ଦାଗ ଉପର ଆକ୍ରାନ୍ତ ଅଂଶ ଶୁଖିଯାଏ । ପ୍ରପୀଡନର ବିଳମ୍ବ ଅବସ୍ଥାରେ ଭୁଇଁ ଠାରୁ 15 - 25 ସେମିରେ ଗଛ ଶୁକୁଟି ଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ , କୌଣସି ଫଳପ୍ରସୂ ଜୈବିକ ଉପଚାର ଉପଲବ୍ଧ ନାହିଁ । ସୋୟାବିନ ର ବଳୟ ବା କାଣ୍ଡ ଅଣ୍ଟାସୂତା କଟା ଦାଗ ଭୃଙ୍ଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଉପାୟ ନିରାକରଣ ଓ ଚାଷ ପଦ୍ଧତି ମଧ୍ୟରେ ସୀମିତ ଅଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଯଦି ଏହି କ୍ଷତି 5% ଆର୍ଥିକ ସୀମା ଅତିକ୍ରମ କରେ , ଆପଣ NSKE 5 % କିମ୍ବା ଆଜାଡିରାଚଟିନ 10000 ପିପିଏମ @ 1 ଲିଟର ପାଣିରେ 1 ମିଲି ପ୍ରୟୋଗ କରି ବଳୟ ବା କାଣ୍ଡ ଅଣ୍ଟାସୂତା ଦାଗ ଭୃଙ୍ଗକୁ ଅଣ୍ଡା ଦେବାରୁ ବାରଣ କରନ୍ତୁ । ବୁଣିବା ସମୟରେ ଏକ ଏକରରେ 4 କେଜି କାର୍ଟାପ ହାଇଡ୍ରୋକ୍ଳୋରାଇଡ ଦାନାଦାର ପ୍ରୟୋଗ କରନ୍ତୁ ।10 ମିଲି ଲାମ୍ବ୍ଡ଼ା ସିଆହାଲୋଥୃନ 5 ଇସି କିମ୍ବା 2 ମିଲି ଡାଇମେଥୋଏଟ 25 EC ଏକ ଲିଟର ପାଣିରେ ବୁଣିବାର 30 -35 ଦିନ ପରେ ସିଞ୍ଚନ କରନ୍ତୁ ଓ ଏହି ପ୍ରଣାଳୀ 15 - 20 ଦିନ ପରେ ପୁନର୍ବାର କରନ୍ତୁ ( ଯଦି ପ୍ରପୀଡନ ଦେଖାଯାଏ ) । 150 ମିଲି କ୍ଳୋରୋନ୍ତ୍ରାନୀଳିପ୍ରୋଲେ 18.5 % ଏକ ହେକ୍ଟର ଜମିରେ ପ୍ରୟୋଗ କରନ୍ତୁ । ପ୍ରୋଫେନୋଫୋସ ଓ ଟ୍ରାଇଜୋଫାସ ମଧ୍ୟ ଅଙ୍ଗୀୟ କିମ୍ବା ଲିଙ୍ଗୀୟ ବୃଦ୍ଧି ଅବସ୍ଥାରେ ସୁପାରିସ କରାଯାଏ ।

ଏହାର କାରଣ କଣ

ଅବେରୋପ୍ସିସ ବ୍ରେଭିସର ଧଳା , ନରମ ଶରୀର ଓ ଗାଢ ମୁଣ୍ଡ ଥିବା ଶୂକ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହୁଏ । ହଳଦିଆ ଲାଲ ମୁଣ୍ଡ ଓ ବକ୍ଷ ଏବଂ ବାଦାମୀ ରଙ୍ଗର ଡେଣା ଆବରଣ ଭଳି ନିର୍ଦ୍ଦିଷ୍ଟ ଲକ୍ଷଣ ଦ୍ଵାରା ଏହି ଭୃଙ୍ଗ ଚିହ୍ନିତ ହୋଇଥାଏ । ମାଈମାନେ ଦୁଇଟି ଗୋଲ କଟା ଦାଗ ମଧ୍ୟରେ ଅଣ୍ଡା ଦିଅନ୍ତି । ଶୂକମାନେ କାଣ୍ଡ ଭିତରେ କଣା କରି ପଶନ୍ତି , ଖାଆନ୍ତି ଓ ସୁଡଙ୍ଗ ସୃଷ୍ଟି କରନ୍ତି । କଟା ଦାଗର ଉପର ଅଂଶ ଯଥେଷ୍ଟ ପୋଷଣ ପାଆନ୍ତି ନାହିଁ ଓ ଶୁଖି ଯାଏ । ଏହା ଫଳରେ ଅଧିକ କ୍ଷତି ହୁଏ । ଏହି ଭୃଙ୍ଗ ପାଇଁ ଅନୁକୂଳ ଜଳବାଯୁ ପରିସ୍ଥିତି ହେଉଛି 24 ରୁ 31 ଡିଗ୍ରୀ ମଧ୍ୟରେ ତାପମାତ୍ରା ଓ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ।


ସୁରକ୍ଷାତ୍ମକ ଉପାୟ

  • ଏନଆରସି -12 କିମ୍ବା ଏନଆରସି - 7 ଭଳି ସହନୀୟ କିସମ ଲଗାନ୍ତୁ । ବିହନ ଉପଯୁକ୍ତ ସମୟରେ ( ମୌସୁମୀ ଆରମ୍ଭରେ ) ସମାନ ଭାବରେ ବୁଣନ୍ତୁ । ଜନବକ୍ଷରଜାନ ଜାତୀୟ ସାରର ଅତ୍ୟଧିକ ପ୍ରୟୋଗ ବାରଣ କରନ୍ତୁ । ଅତି କମରେ ପ୍ରତି 10 ଦିନରେ ଥରେ ଆକ୍ରାନ୍ତ ଗଛ ଅଂଶ ସଂଗ୍ରହ ଓ ନଷ୍ଟ କରନ୍ତୁ । ଅମଳ ପରେ ଗଛ ଅବଶେଷ ନଷ୍ଟ କରନ୍ତୁ । ଫସଲ ପର୍ଯ୍ୟାୟ ସୁପାରିସ କରାଯାଏ , କିନ୍ତୁ ମକା ଓ ଜୋୱାର ସହିତ ଅନ୍ତଃ ଫସଲ ବାରଣ କରନ୍ତୁ । ଖରାଦିନେ ଗଭୀର ଖରାଟିଆ ଚାଷ କରି ପରବର୍ତ୍ତୀ ଋତୁ ପାଇଁ ମୃତ୍ତିକା ପ୍ରସ୍ତୁତ କରନ୍ତୁ । ଜନ୍ତା ଫସଲ ଭାବରେ ସାଇଞ୍ଚା ( shaincha ) ବ୍ୟବହାର କରାଯାଇପାରେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ