ବାଇଗଣ

ଲାଲ କପା ପୋକ

Dysdercus cingulatus

ପୋକ

5 mins to read

ସଂକ୍ଷେପରେ

  • କପା ବକରା ଖାଇବା ଦ୍ୱାରା କ୍ଷତି ଦେଖା ଯାଇଥାଏ, ଅପରିପକ୍ଵ ସମୟରେ ବକରା ଖୋଲିବା ଦେଖା ଯାଇଥାଏ ଏବଂ ଝଡ଼ିଯିବା ଦେଖା ଯାଇଥାଏ, ତୁଳା ରେ ଦାଗ ଲାଗି ଅସନା ହୋଇଯିବା ଦେଖା ଯାଇଥାଏ, ପୋକ ଦ୍ୱାରା ଆଘାତ ଜାଗାରେ ଜୀବାଣୁ ଆକ୍ରମଣ ଦ୍ୱାରା କ୍ଷତି ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ବାଇଗଣ

ଲକ୍ଷଣ

ବୟସ୍କ ତଥା ଛୋଟ ପୋକ କଢ ଏବଂ ବନ୍ଦ ଥିବା କିମ୍ବା ଅଳ୍ପ ଖୋଲା ଥିବା ବକରା କୁ ଖାଇଥାନ୍ତି. ସେମାନେ ତୁଳା ଭିତରେ କଣା କରି ମଞ୍ଜି ଖାଆନ୍ତି. ଏହାଦ୍ୱାରା ଆଘାତ ହୋଇଥିବା ଟିସୁ ରେ ଜୀବାଣୁ ସଂକ୍ରମଣ ହୋଇଥାଏ ଏବଂ ବକରା ପଚି ଯାଇ ବେରଂଗ ହୋଇଯାଏ. ବକରା ବୃଦ୍ଧି ବାଣ୍ଡ ହୋଇଯିବା, ଅପରିପକ୍ଵ ସମୟରେ ବକରା ଖୋଲିବା ଏବଂ ଶୀଘ୍ର ଝଡ଼ିଯିବା, ସାଧାରଣ ଲକ୍ଷଣ. ପରବର୍ତୀ ଲକ୍ଷଣ ହେଲା ଛୋଟ ମଞ୍ଜି ଯାହାର ତେଲ ଅଂଶ କମିଯାଇଥାଏ, ଦାଗ ହୋଇଥିବା ଅସନା ତୁଳା, ଏବଂ ଗଜା ହେବା ଦର କାମ ହୋଇଯାଇଥାଏ ଯାହାକି ବିହନ ପାନ ଉପଯୁକ୍ତ ନୁହଁ. ଡି.ସିଂଗୁଲାଟୁସ୍ (D. Cingulatus) କେବଳ ଗୋଟେ ଗଛରେ ସୀମିତ ନଥାଏ. ଏହା ଅନ୍ୟ ଗଛ ତଥା ଅନ୍ୟ ନୂଆ ବକରା କୁ ଯାଇପାରେ. ଅତ୍ୟଧିକ ସଂକ୍ରମଣ ଦ୍ୱାରା ଦାଗ ଥିବା ଅସନା ତୁଳା ଯୋଗୁଁ ପ୍ରବଳ କ୍ଷତି ହୋଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ନିମ ତେଲ କୁ ପାଣିରେ ମିଶାଇ ପତ୍ର ସମୂହ ଉପରେ ସ୍ପ୍ରେ କଲେ ଏହି ପୋକକୁ ପ୍ରଭାବିତ ଭାବେ ନିୟନ୍ତ୍ରଣ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କ୍ଲୋରୋପାଇରିଫୋସ୍ (Chlorpyrifos), ଏସ୍ଫେନଭାଲେରେଟ୍ (Esfenvalerate) କିମ୍ବା ଇଣ୍ଡୋକ୍ସାକାର୍ବ (Indoxacarb) ଉପରେ ଆଧାରିତ କୀଟନାଶକକୁ ପତ୍ର ସମୂହ ଉପରେର ସ୍ପ୍ରେ ଯାହା ଗୋଲାପୀ ବକରା ପୋକ ପାଇଁ କାମ କରିଥାଏ, ତାହା ଲାଲ କପା ପୋକ ର ସଂଖ୍ୟା ମଧ୍ୟ କମ କରିଥାଏ. ପରନ୍ତୁ ଯଦି ଏହି ପୋକ ଡେରିରେ ଲାଗିଥାଏ ତାହେଲେ ରାସାୟନିକ ନିୟନ୍ତ୍ରଣ ଠିକ ନୁହେଁ କାରଣ ଅମଳ ବେଳେ ଏହାର ଅବଶିଷ୍ଟାଂଶ କପା ବକରା ଭିତରେ ରହିପାରେ.

ଏହାର କାରଣ କଣ

ଡାଇସ୍ଡେର୍କସ୍ ସିଂଗୁଲାଟୁସ୍ (Dysdercus Cingulatus) ର ଛୋଟ ତଥା ବୟସ୍କ ପୋକ ଦ୍ୱାରା କ୍ଷତି ହୋଇଥାଏ. ବୟସ୍କ ପୋକ 12-13 ମିମି ଲମ୍ବା ଏବଂ ସ୍ପଷ୍ଟ ଲାଲ-ନାରଙ୍ଗୀ ରଙ୍ଗର ହୋଇଥାଏ. ମୁଣ୍ଡ ର ରଙ୍ଗ ଲାଲ ଓ ଗଳାରେ ଧଳା ରଙ୍ଗର ପଟ୍ଟୀ ଥାଏ. ପେଟ କଳାରଙ୍ଗର ଥାଏ ଏବଂ ଆଗ ଦେଣାରେ ଦୁଇଟି କଳା ଚିହ୍ନ ଥାଏ. ଅଣ୍ଡିରା ପୋକ ମାଇଁ ପୋକ ଅପେକ୍ଷା ଛୋଟ ଥାଏ. ମାଇ ପୋକ ଏକା ଥରକେ 130 ଉଜ୍ଜ୍ୱଳ ହଳଦିଆ ରଙ୍ଗର ଅଣ୍ଡା ଗଛ ପାଖରେ ଜମିରେ ଦେଇଥାଏ. 8-10 ଦିନର ଉଷ୍ମାୟନ ପରେ ଛୋଟ ପୋକ ଅଣ୍ଡା ଭିତରୁ ବାହାରି ଖାଇବା ଆରମ୍ଭ କରିଦିଅନ୍ତି. ଏହି ନୂଆ ଫୁଟିଥିବା ପୋକ ମଧ୍ୟ ଲାଲ ରଙ୍ଗର ଏବଂ ଏମାନଙ୍କର ପେଟରେ ତିନୋଟି କଳା ଚିହ୍ନ ଏବଂ ପିଠିରେ ତିନି ଯୋଡି ଧଳା ଚିହ୍ନ ଥାଏ. ଏମାନଙ୍କର ବିକାଶ 50-90 ଦିନ ହୋଇଥାଏ ଯାହା ଜଳବାୟୁ ଉପରେ ନିର୍ଭର କରେ. ଫସଲର ଶେଷ ଆଡକୁ ଯେତେବେଳେ ବକରା ଖୋଲିବା ଆରମ୍ଭ ହୁଏ, ଏହି ପୋକ ଆକ୍ରମଣ ଆରମ୍ଭ ହୋଇଥାଏ. ବୈକଲ୍ପିକ ଗଛ ମଧ୍ୟରେ ଭେଣ୍ଡି, ହିବିସକସ ଏବଂ ଲେମ୍ବୁଜାତୀୟ ଫସଲ ଅନ୍ୟତମ ଅଟେ.


ସୁରକ୍ଷାତ୍ମକ ଉପାୟ

  • ଏହି ପୋକ ଆକ୍ରମଣର ସଂକେତ ନୀରିକ୍ଷଣ କରନ୍ତୁ ଏବଂ ଯଦି ପୋକ ଜନସଂଖ୍ୟା କମ୍ ହୋଇଥାଏ ତାହେଲେ ହାତରେ ବାହାର କରି ଦିଅନ୍ତୁ.
  • ଅନ୍ୟ ଗଛ ଯଥା ବୋମ୍ବାକ୍ସ (Bombax) ଗଛ ଏବଂ ମାଲ୍ଭାସିଏ (Malvaceae) ପରିବାରର ଅନ୍ୟ ଜଙ୍ଗଲୀ ଗଛ (Hibiscus asper, H.
  • Cannabinus ଏବଂ H.
  • Trionus) ଯାହା ଏହି ପୋକ କୁ ପ୍ରଶ୍ରୟ ଦେଇଥାଏ ତାକୁ ବାହାର କରି ଦିଅନ୍ତୁ.
  • ଭେଣ୍ଡି ଏବଂ ଅନ୍ୟ ଜାଲ ଫସଲ ଲଗାଇ ସେଥିରେ ପୋକ ସଂଗ୍ରହ କରନ୍ତୁ.
  • ଟ୍ରାପକୁ ପାଣିରେ ବୁଡାଇ ଜମିର ବିଭିନ୍ନ ଜାଗାରେ ଯେଉଁଠି ପୋକସଂଖ୍ୟା ଅଧିକ ଥାଏ ଝୁଲେଇ ଦିଅନ୍ତୁ.
  • ପୋକର ପ୍ରତିରୋଧକ ଶକ୍ତି ବିକାଶ ନ ହେବା ପାଇଁ ରାସାୟନିକ କୀଟନାଶକ ପ୍ରୟୋଗ କୁ ନିୟନ୍ତ୍ରଣ କରନ୍ତୁ.
  • ଯେତେବେଳେ କପା ବକରା ଖୋଲି ଯାଏ ସାଙ୍ଗେ ସାଙ୍ଗେ ତୋଳି ନିଅନ୍ତୁ.
  • କପା ଅମଳ ପରେ ସବୁ ଗଛକୁ ବାହାର କରିଦିଅନ୍ତୁ.
  • ଅମଳ ପରେ ଜମିରେ ଗଭୀର ହଳ କରି ମାଟିରେ ଥିବା ଅଣ୍ଡା ଉପରକୁ ଆସିଯିବେ ଏବଂ ଖରା ତଥା ଅନ୍ୟ ଶିକାରୀ ପୋକ ଯୋଗୁଁ ନଷ୍ଟ ହୋଇଯିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ